ଏଫଆଇଏଚ୍ ସିରିଜ୍ ଫାଇନାଲ୍ସ: ଭାରତର କ୍ରମାଗତ ଦ୍ୱିତୀୟ ବିଜୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସରେ ଆୟୋଜକ ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଆଜି ଭାରତ ତା’ର ଦ୍ୱିତୀୟ ମ୍ୟାଚରେ ପୋଲାଣ୍ଡକୁ ୩-୧ ଗୋଲରେ ପରାସ୍ତ କରିଛି। ମ୍ୟାଚଟି ଏକ ସମୟରେ ୧-୧ ଗୋଲରେ ବରାବର ଥିଲା। କିନ୍ତୁ ଏହା ପରେ ଭାରତ ଲଗାତାର ଦୁଇଟି ଗୋଲ୍ ଦେଇ ମ୍ୟାଚକୁ ଜିତି ନେଇଥିଲା। ଭାରତ ପକ୍ଷରୁ କ୍ୟାପଟେନ୍ ମନପ୍ରୀତ ସିଂହ ଦୁଇଟି (୨୧ତମ, ୨୬ତମ) ଏବଂ ହରମନପ୍ରୀତ […]

Untitled-1

Hemant Lenka
  • Published: Friday, 07 June 2019
  • , Updated: 07 June 2019, 08:53 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସରେ ଆୟୋଜକ ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଆଜି ଭାରତ ତା'ର ଦ୍ୱିତୀୟ ମ୍ୟାଚରେ ପୋଲାଣ୍ଡକୁ ୩-୧ ଗୋଲରେ ପରାସ୍ତ କରିଛି। ମ୍ୟାଚଟି ଏକ ସମୟରେ ୧-୧ ଗୋଲରେ ବରାବର ଥିଲା। କିନ୍ତୁ ଏହା ପରେ ଭାରତ ଲଗାତାର ଦୁଇଟି ଗୋଲ୍ ଦେଇ ମ୍ୟାଚକୁ ଜିତି ନେଇଥିଲା।

ଭାରତ ପକ୍ଷରୁ କ୍ୟାପଟେନ୍ ମନପ୍ରୀତ ସିଂହ ଦୁଇଟି (୨୧ତମ, ୨୬ତମ) ଏବଂ ହରମନପ୍ରୀତ ସିଂହ (୩୬ତମ) ଗୋଟିଏ ଗୋଲ୍ ଦେଇଥିଲେ। ପୋଲାଣ୍ଡ ପକ୍ଷରୁ ମାତିଉଜ୍ ହୁଲବୋଜ୍ (୨୫ତମ) ଏକମାତ୍ର ଗୋଲ୍ ଦେଇଥିଲେ। ଗୁରୁବାର ଭାରତ ତା'ର ପ୍ରଥମ ମ୍ୟାଚରେ ରୁଷକୁ ୧୦-୦ ଗୋଲରେ ହରାଇଥିଲା। ସୋମବାର ଭାରତ ତା'ର ତୃତୀୟ ତଥା ପୁଲର ଅନ୍ତିମ ମ୍ୟାଚରେ ଉଜବେକିସ୍ତାନକୁ ଭେଟିବ।

ଆଜି ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ଆରମ୍ଭରୁ ଆକ୍ରମଣ କରିଥିଲେ ହେଁ, ଗୋଲ୍ ଦେବାକୁ ସକ୍ଷମ ହୋଇଥିଲା । ପ୍ରଥମ କ୍ୱାର୍ଟରରେ ପୋଲାଣ୍ଡ ଟିମର ଡିଫେନ୍ସ ମଜଭୁତ୍ ରହିଥିଲା, ଯାହାକୁ ଭେଦ କରିବା ଭାରତ ପକ୍ଷେ କଷ୍ଟକର ହୋଇପଡ଼ିଥିଲା । କିନ୍ତୁ ଦ୍ୱିତୀୟ କ୍ୱାର୍ଟରରେ ଭାରତ ଖାତା ଖୋଲିବାରେ ସଫଳ ହୋଇଥିଲା।

୨୧ତମ ମିନିଟରେ ମନପ୍ରୀତ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଭାରତକୁ ୧-୦ରେ ଆଗୁଆ କରାଇଥିଲେ। କିନ୍ତୁ ଚାରି ମିନିଟ୍ ପରେ ପୋଲାଣ୍ଡର ହୁଲବୋଜ୍ ଫିଲ୍ଡ ଗୋଲ୍ ଦେଇ ମ୍ୟାଚକୁ ୧-୧ରେ ବରାବର କରିଥିଲେ। ପରବର୍ତ୍ତୀ ମିନିଟରେ ମନପ୍ରୀତ ଆଉ ଏକ ଗୋଲ୍ ଦେଇ ଭାରତକୁ ୨-୧ରେ ଆଗୁଆ କରାଇଥିଲେ। ଏଥିସହ ପ୍ରଥମାର୍ଦ୍ଧ ଖେଳ ଭାରତ ନାମରେ ରହିଥିଲା।

ଦ୍ୱିତୀୟାର୍ଦ୍ଧ ଖେଳ ସଂଘର୍ଷପୂର୍ଣ୍ଣ ହୋଇଥିଲା, ଯେଉଁଥିରେ ଭାରତ ମାତ୍ର ଗୋଟିଏ ଦେବାରେ ସଫଳ ହୋଇଥିଲା। ୩୬ତମ ମିନିଟରେ ହରମନପ୍ରୀତ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଭାରତକୁ ତୃତୀୟ ସଫଳତା ଦେଇଥିଲେ। ଚତୁର୍ଥ କ୍ୱାର୍ଟର୍ ସଂଘର୍ଷପୂର୍ଣ୍ଣ ରହିଥିବା ବେଳେ ଏଥିରେ କେହି କାହରିକୁ ଗୋଲ୍ ଦେଇପାରି ନଥିଲେ। ଫଳରେ ଭାରତ ଏହି ମ୍ୟାଚକୁ ୩-୧ ଗୋଲରେ ଜିତି ନେଇଥିଲା।

ଶୁକ୍ରବାର ସକାଳେ ପୁଲ୍-ବି'ର ଖେଳାଯାଇଥିବା ମ୍ୟାଚରେ ଜାପାନ ୩-୧ ଗୋଲରେ ମେକ୍ସିକୋକୁ ହରାଇ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ସେହିପରି ଅପରାହ୍ନରେ ଅନୁଷ୍ଠିତ ମ୍ୟାଚରେ ରୁଷ୍ ୧୨-୧ ଗୋଲରେ ଉଜବେକିସ୍ତାନକୁ ହରାଇ ବିଜୟ ସ୍ୱାଦ ଚାଖିଛି।

Related story