କିଙ୍ଗଷ୍ଟନ୍ ଟେଷ୍ଟ: ୱେଷ୍ଟଇଣ୍ଡିଜ୍ ୧୧୭ ରନରେ ଅଲଆଉଟ୍

କିଙ୍ଗଷ୍ଟନ୍: ଯଶପ୍ରୀତ ବୁମ୍ରାଙ୍କ ଘାତକ ବୋଲିଂ ବଳରେ ଭାରତ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ୱେଷ୍ଟଇଣ୍ଡିଜକୁ ପ୍ରଥମ ଇନିଂସରେ ମାତ୍ର ୧୧୭ ରନରେ ଅଲଆଉଟ୍ କରିଦେଇଛି। ପ୍ରଥମ ଇନିଂସରେ ୪୧୬ ରନର ବିଶାଳ ସ୍କୋର କରିଥିବା ଭାରତ ଘରୋଇ ଟିମକୁ ଫଲୋଅନ୍ ନଦେଇ ପୁଣିଥରେ ବ୍ୟାଟିଂ କରିଛି। ଭାରତ ପ୍ରଥମ ଇନିଂସରେ ମୋଟ ୨୯୯ ରନରେ ଆଗୁଆ ରହିଛି। ଦ୍ୱିତୀୟ ଇନିଂସରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପ୍ରଥମ ଇନିଂସରେ ଅର୍ଦ୍ଧଶତକ ମାରିଥିବା ଓପନିଂ ବ୍ୟାଟ୍ସମ୍ୟାନ୍ […]

wi

wi

Ranjit Kumar Jena
  • Published: Sunday, 01 September 2019
  • Updated: 01 September 2019, 10:26 PM IST

କିଙ୍ଗଷ୍ଟନ୍: ଯଶପ୍ରୀତ ବୁମ୍ରାଙ୍କ ଘାତକ ବୋଲିଂ ବଳରେ ଭାରତ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ୱେଷ୍ଟଇଣ୍ଡିଜକୁ ପ୍ରଥମ ଇନିଂସରେ ମାତ୍ର ୧୧୭ ରନରେ ଅଲଆଉଟ୍ କରିଦେଇଛି। ପ୍ରଥମ ଇନିଂସରେ ୪୧୬ ରନର ବିଶାଳ ସ୍କୋର କରିଥିବା ଭାରତ ଘରୋଇ ଟିମକୁ ଫଲୋଅନ୍ ନଦେଇ ପୁଣିଥରେ ବ୍ୟାଟିଂ କରିଛି। ଭାରତ ପ୍ରଥମ ଇନିଂସରେ ମୋଟ ୨୯୯ ରନରେ ଆଗୁଆ ରହିଛି।

ଦ୍ୱିତୀୟ ଇନିଂସରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପ୍ରଥମ ଇନିଂସରେ ଅର୍ଦ୍ଧଶତକ ମାରିଥିବା ଓପନିଂ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ୍ (୪) ନିରାଶ କରିଥିଲେ। ତାଙ୍କୁ କେମାର ରୋଚ୍ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ। ମଧ୍ୟାହ୍ନ ଭୋଜନ ବେଳକୁ ଭାରତ ୧ ୱିକେଟ୍ ବିନିମୟରେ ୧୬ ରନ୍ କରିଛି। ଲୋକେଶ ରାହୁଲ୍ ୬ ଓ ଚେତେଶ୍ୱର ପୂଜାରା ୫ ରନ୍ କରି ଅପରାଜିତ ଅଛନ୍ତି।

ରବିବାର ମ୍ୟାଚର ତୃତୀୟ ଦିବସରେ ୱେଷ୍ଟଇଣ୍ଡିଜ୍ ତା'ର ପୂର୍ବଦିନର ସ୍କୋର ୮୭/୭ରୁ ଖେଳ ଆରମ୍ଭ କରିଥିଲା। ଗତକାଲି ଅପରାଜିତ ଥିବା ରାହକୀମ କର୍ନୱାଲ୍ (୧୪)ଙ୍କୁ ମହମ୍ମଦ ଶାମି ପ୍ୟାଭିଲିୟନ୍ ପଠାଇ ଭାରତକୁ ଅଷ୍ଟମ ସଫଳତା ଦେଇଥିଲେ । ଏହା ପରେ କେମାର ରୋଚ୍ (୧୭) ଆଉ କିଛି ରନ୍ ଯୋଡ଼ି ଟିମ୍ ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ୱେଷ୍ଟଇଣ୍ଡିଜର ସ୍କୋର ୧୧୭ ଥିବା ବେଳେ ଜାମାର ହାମିଲଟନ୍ (୫)ଙ୍କୁ ଈଶାନ୍ତ ଶର୍ମା ଆଉଟ୍ କରିଥିଲେ। ପରବର୍ତ୍ତୀ ଓଭରରେ ରବୀନ୍ଦ୍ର ଜାଡେଜା ରୋଚଙ୍କୁ ଆଉଟ୍ କରି ୱେଷ୍ଟଇଣ୍ଡିଜ୍ ଇନିଂସର ପରିସମାପ୍ତି ଘଟାଇଥିଲେ। ଭାରତ ପକ୍ଷରୁ ବୁମ୍ରା ୨୭ ରନ୍ ଦେଇ ସର୍ବାଧିକ ୬ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ଶାମି ୨ଟି, ଈଶାନ୍ତ ଶର୍ମା ଓ ଜାଡେଜା ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ ଦ୍ୱିତୀୟ ଦିବସରେ ଭାରତର ବଡ଼ ସ୍କୋର ଜବାବରେ ୱେଷ୍ଟଇଣ୍ଡିଜ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଭାରତର ସ୍ପିଡଷ୍ଟାର୍ ବୁମ୍ରାଙ୍କ ବୋଲିଂକୁ ବୁଝିବାରେ ଘରୋଇ ଦଳର ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧା ହୋଇଥିଲା। ବୁମ୍ରା ନିଜର ହ୍ୟାଟ୍ରିକ୍ ଦ୍ୱାରା ମାତ୍ର ୨୨ ରନରେ ୱେଷ୍ଟଇଣ୍ଡିଜର ଅଧା ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ୱେଷ୍ଟଇଣ୍ଡିଜର ଇନିଂସର ନବମ ଓଭରର ଦ୍ୱିତୀୟ ବଲରେ ଡାରେନ୍ ବ୍ରାଭୋ (୪), ତୃତୀୟ ବଲରେ ଶାମାର ବ୍ରୁକ୍ସ (୦) ଓ ଚତୁର୍ଥ ବଲରେ ରୋଷ୍ଟନ୍ ଚେଜ୍ (୦)ଙ୍କୁ ଆଉଟ୍ କରି ବୁମ୍ରା ନିଜ କ୍ୟାରିୟରର ପ୍ରଥମ ହ୍ୟାଟ୍ରିକ୍ ପୂରଣ କରିଥିଲେ।

ବୁମ୍ରା ନିଜର ପଞ୍ଚମ ୱିକେଟ୍ ନେବା ପରେ ଗୋଡରେ ସାମାନ୍ୟ ଯନ୍ତ୍ରଣା ଅନୁଭୂତ କରିଥିଲେ। ଯଦି ବୁମ୍ରା ଜାରି ରଖିଥାନ୍ତେ, ତାହେଲେ ୱେଷ୍ଟଇଣ୍ଡିଜ୍ ସ୍କୋର ହୁଏତ ୫୦ ଅତିକ୍ରମ କରିପାରିନଥାନ୍ତା। ମଧ୍ୟକ୍ରମରେ ଶିମରନ୍ ହେଟମେୟର୍ ଓ କ୍ୟାପଟେନ୍ ଜେସନ୍ ହୋଲ୍ଡର୍ ଷଷ୍ଠ ୱିକେଟ୍ ପାଇଁ ୪୫ ରନ୍ ଯୋଡ଼ିଥିଲେ। କିନ୍ତୁ ଏହି ଯୋଡ଼ିକୁ ଶାମି ଭାଙ୍ଗିବାରେ ସଫଳ ହୋଇଥିଲେ। ହେଟମେୟର୍ ୩୭ ରନ୍ କରିଥିବା ବେଳେ କ୍ଲିନ୍ ବୋଲ୍ଡ ହୋଇଥିଲେ। ହୋଲ୍ଡର (୧୮)ଙ୍କୁ ବୁମ୍ରା ଆଉଟ୍ କରିଥିଲେ।

ସୂଚନାଯୋଗ୍ୟ, ହନୁମା ବିହାରୀ (୧୧୧)ଙ୍କ ଶତକ ଓ ଈଶାନ୍ତ ଶର୍ମା (୫୭) ଅର୍ଦ୍ଧଶତକ ବଳରେ ଭାରତ ପ୍ରଥମ ଇନିଂସରେ ୪୧୬ ରନ୍ କରି ଅଲଆଉଟ୍ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story