ଗାଏକ୍ୱାଡ୍ କହିଲେ, ଟିମ୍ ଇଣ୍ଡିଆର ନୂଆ କୋଚଙ୍କ ପାଖରେ ଏହି ସବୁ ଗୁଣ ରହିବା ଦରକାର

ମୁମ୍ବାଇ: ଟିମ୍ ଇଣ୍ଡିଆର ନୂଆ କୋଚ୍ ସନ୍ଧାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରତୀୟ କ୍ରିକେଟ୍ ଟିମ୍ ପାଇଁ ନୂଆ କୋଚ୍ ଚୟନ କରିବାର ଦାୟିତ୍ୱ କ୍ରିକେଟ୍ ଆଡଭାଇଜରି କମିଟି (ସିଏସି)କୁ ପ୍ରଦାନ କରାଯାଇଛି। ଏହି କମିଟିର ଜଣେ ସଦସ୍ୟଙ୍କ କହିବା ଅନୁଯାୟୀ, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଏଭଳି ପ୍ରାର୍ଥୀଙ୍କ ସନ୍ଧାନରେ ଅଛି, ଯାହାଙ୍କ ଭିତରେ ମ୍ୟାନ୍-ମ୍ୟାନେଜମେଣ୍ଟର ଗୁଣ ରହିଥିବ। ବିସିସିଆଇ ଟିମ୍ ଇଣ୍ଡିଆର ନୂଆ କୋଚ୍ ଏବଂ ସର୍ପୋଟ୍ ଷ୍ଟାଫ୍ ପାଇଁ ଆବେଦନ ପ୍ରକ୍ରିୟା […]

ansuman

ansuman

Ranjit Kumar Jena
  • Published: Tuesday, 30 July 2019
  • Updated: 30 July 2019, 04:42 PM IST

Sports

Latest News

ମୁମ୍ବାଇ: ଟିମ୍ ଇଣ୍ଡିଆର ନୂଆ କୋଚ୍ ସନ୍ଧାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରତୀୟ କ୍ରିକେଟ୍ ଟିମ୍ ପାଇଁ ନୂଆ କୋଚ୍ ଚୟନ କରିବାର ଦାୟିତ୍ୱ କ୍ରିକେଟ୍ ଆଡଭାଇଜରି କମିଟି (ସିଏସି)କୁ ପ୍ରଦାନ କରାଯାଇଛି। ଏହି କମିଟିର ଜଣେ ସଦସ୍ୟଙ୍କ କହିବା ଅନୁଯାୟୀ, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଏଭଳି ପ୍ରାର୍ଥୀଙ୍କ ସନ୍ଧାନରେ ଅଛି, ଯାହାଙ୍କ ଭିତରେ ମ୍ୟାନ୍-ମ୍ୟାନେଜମେଣ୍ଟର ଗୁଣ ରହିଥିବ।

ବିସିସିଆଇ ଟିମ୍ ଇଣ୍ଡିଆର ନୂଆ କୋଚ୍ ଏବଂ ସର୍ପୋଟ୍ ଷ୍ଟାଫ୍ ପାଇଁ ଆବେଦନ ପ୍ରକ୍ରିୟା କରିଥିଲା। ଏଥିରେ ବର୍ତ୍ତମାନ କୋଚ୍ ରବି ଶାସ୍ତ୍ରୀ ଓ ତାଙ୍କ ଟିମକୁ ଅଟୋମେଟିକ୍ ଏଣ୍ଟ୍ରି ମିଳିଛି। ମଙ୍ଗଳବାର ନୂଆ କୋଚ୍ ପାଇଁ ଆବେଦନ କରିବାର ଶେଷଦିନ। ଚୂଡ଼ାନ୍ତ ତାଲିକାରେ ଥିବା ପ୍ରାର୍ଥୀଙ୍କୁ କପିଲ୍ ଦେବ, ଅଂଶୁମାନ ଗାଏକ୍ୱାଡ୍ ଓ ଭାରତୀୟ ମହିଳା ଟିମର ପୂର୍ବତନ କ୍ୟାପଟେନ୍ ଶାନ୍ତା ରଙ୍ଗାସ୍ୱାମୀଙ୍କୁ ନେଇ ଗଠିତ କମିଟି ସାକ୍ଷାତ କରିବେ।

କମିଟିର ଅନ୍ୟତମ ସଦସ୍ୟ ଗାଏକ୍ୱାଡ୍ କହିଛନ୍ତି, ନୂଆ କୋଚ୍ ଏପରି ହେବା ଦରକାର, ଯିଏ ଜଣେ ଭଲ ମ୍ୟାନ୍ ମ୍ୟାନେଜର୍ ଓ ଭଲ ରଣନୀତି ପ୍ରସ୍ତୁତକାରୀ ହୋଇଥିବ। ଏହି ଦୁଇଟି ଗୁଣ ରହିବା ନିହାତି ଜରୁରୀ। ଏହାବ୍ୟତୀତ ଅନ୍ୟ କଥା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ଟେକନିକ୍ ଉପରେ ବିଶେଷ ଜ୍ଞାନ ରହିବା ସ୍ୱାଭାବିକ ଭାବେ ଆବଶ୍ୟକ, କାରଣ ଏହା ବିନା ଯୋଜନା ପ୍ରସ୍ତୁତ କରି ହେବନାହିଁ। ତେଣୁ ଏହି ସବୁ କ୍ୱାଲିଟି ଥିବା ବ୍ୟକ୍ତି ହିଁ କୋଚ୍ ପାଇଁ ଉପଯୁକ୍ତ ବୋଲି ଗାଏକ୍ୱାଡ୍ କହିଛନ୍ତି।

ମୁଖ୍ୟ କୋଚ୍, ବ୍ୟାଟିଂ କୋଚ୍, ବୋଲିଂ କୋଚ୍, ଫିଲ୍ଡିଂ କୋଚ୍, ଫିଜିଓଥେରାପିଷ୍ଟ, ଷ୍ଟ୍ରେନ୍ଥ ଓ କଣ୍ଡିସନିଙ୍ଗ୍ କୋଚ୍ ସହ ଆଡମିନିଷ୍ଟ୍ରେଟିଭ୍ ମ୍ୟାନେଜର୍ ପାଇଁ ବିଜ୍ଞପ୍ତି ବାହାରିଛି। ବର୍ତ୍ତମାନ କୋଚିଂ ଷ୍ଟାଫଙ୍କ ଚୁକ୍ତି ବିଶ୍ୱକପ୍ ପରେ ଶେଷ ହୋଇଯାଇଥିଲା, କିନ୍ତୁ ଏହା ପରେ ୱେଷ୍ଟଇଣ୍ଡିଜ୍ ଗସ୍ତ ପର୍ଯ୍ୟନ୍ତ ସେମାନଙ୍କ କାର୍ଯ୍ୟକାଳକୁ ବଢ଼ାଇ ଦିଆଯାଇଛି। ଏହି ଗସ୍ତ ଅଗଷ୍ଟ ୩ ତାରିଖରୁ ଆରମ୍ଭ ହେବ। ଭାରତୀୟ ଟିମ୍ ଏହି ଗସ୍ତରେ ତିନୋଟି ଟି-୨୦, ତିନି ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ। ତେବେ ଭାରତ କ୍ୟାପଟେନ୍ ବିରାଟ୍ କୋହଲି ପୁଣିଥରେ ରବି ଶାସ୍ତ୍ରୀଙ୍କୁ ପୁଣିଥରେ କୋଚ୍ ଭାବେ ଦେଖିବାକୁ ଚାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story