ଏସୀୟ ଫୁଟବଲ୍ ଚାମ୍ପିୟନସିପ: ବାଂଲାଦେଶକୁ ହରାଇ ଭାରତ ହାତେଇଲା ଟାଇଟଲ

ଭୁବନେଶ୍ୱର:୨୦ ବର୍ଷରୁ କମ୍ ଦକ୍ଷିଣ ଏସୀୟ ଫୁଟବଲ୍ ଚାମ୍ପିୟନସିପରେ ଚାମ୍ପିୟନ୍‌ ହୋଇଛି ଭାରତ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା  ଫାଇନାଲରେ ବାଂଲାଦେଶକୁ ୫-୨ ଗୋଲରେ ପରାସ୍ତ କରି ଭାରତ ଟାଇଟଲ ହାତେଇଛି । ଖେଳର ହାଫ୍ ଟାଇମ୍ ଶେଷ ସୁଦ୍ଧା ଉଭୟ ଦଳ ୨-୨ରେ ବରାବର ସ୍ଥିତିରେ ଥିଲେ । ମାତ୍ର ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ଆଉ ୩ଟି ଗୋଲ୍ ଦେଇ ଭାରତ ବିଜୟୀ ହୋଇଥିଲା। ଏଥି ସହିତ ଭାରତ ୨୦ ବର୍ଷରୁ କମ୍‌ ଏଏଫ୍‌ସି ଫୁଟବଲ ଚମ୍ପିଆନସିପ୍‌ରେ […]

banglades

banglades

Tapas Behera
  • Published: Saturday, 06 August 2022
  • Updated: 06 August 2022, 08:47 AM IST

Sports

Latest News

ଭୁବନେଶ୍ୱର:୨୦ ବର୍ଷରୁ କମ୍ ଦକ୍ଷିଣ ଏସୀୟ ଫୁଟବଲ୍ ଚାମ୍ପିୟନସିପରେ ଚାମ୍ପିୟନ୍‌ ହୋଇଛି ଭାରତ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା  ଫାଇନାଲରେ ବାଂଲାଦେଶକୁ ୫-୨ ଗୋଲରେ ପରାସ୍ତ କରି ଭାରତ ଟାଇଟଲ ହାତେଇଛି । ଖେଳର ହାଫ୍ ଟାଇମ୍ ଶେଷ ସୁଦ୍ଧା ଉଭୟ ଦଳ ୨-୨ରେ ବରାବର ସ୍ଥିତିରେ ଥିଲେ । ମାତ୍ର ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ଆଉ ୩ଟି ଗୋଲ୍ ଦେଇ ଭାରତ ବିଜୟୀ ହୋଇଥିଲା। ଏଥି ସହିତ ଭାରତ ୨୦ ବର୍ଷରୁ କମ୍‌ ଏଏଫ୍‌ସି ଫୁଟବଲ ଚମ୍ପିଆନସିପ୍‌ରେ ଖେଳିବାକୁ ଯୋଗ୍ୟତା ହାସଲ କରିଛି।

ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଖେଳର ୨ ମିନିଟ୍‌ରେ ଭାରତ ପକ୍ଷରୁ ଗୁର୍‌କିତ୍‌ ସିଂହ ପ୍ରଥମ ଗୋଲ ଦେଇଥିଲେ। ୪୫ ମିନିଟ୍‌ରେ ବାଂଲାଦେଶ ପକ୍ଷରୁ ରାଜନ ଗୋଲ ଦେଇ ମ୍ୟାଚକୁ ୧-୧ ବରାବର କରିଥିଲେ। ୪୮ ମିନିଟ୍‌ରେ ବାଂଲାଦେଶ ପକ୍ଷରୁ ସାହିନ୍‌ ବାଂଲାଦେଶ ପକ୍ଷରୁ ଦ୍ୱିତୀୟ ଗୋଲ ଦେଇଥିଲେ। ୬୦ ମିନିଟ୍‌ରେ ଭାରତ ପକ୍ଷରୁ ଗୁର୍‌କିତ୍‌ ଦ୍ୱିତୀୟ ଗୋଲ ଦେଇ ମ୍ୟାଚକୁ ୨-୨ ବରାବର କରିଥିଲେ।

ନିର୍ଦ୍ଧାରିତ ସମୟ ଖେଳ ୨-୨ ଗୋଲ ବରାବରରେ ଶେଷ ହୋଇଥିଲା। ଗୋଲ ବରାବର ରହିବାରୁ ଅତିରିକ୍ତ ସମୟ ମ୍ୟାଚ ଖେଳାଯାଇଥିଲା। ଅତିରିକ୍ତ ସମୟର ପ୍ରଥମାର୍ଦ୍ଧର ୧୫ ମିନିଟ୍‌ରେ ଭାରତ ୩ଟି ଗୋଲ ଦେଇ ବିଜୟକୁ ନିଶ୍ଚିତ କରିଥିଲା। ଭାରତ ପକ୍ଷରୁ ହିମାଂଶୁ ଜାଗ୍‌ରା ୯୨ ମିନିଟ୍‌ରେ ୩ୟ ଗୋଲ ଦେଇଥିବାବେଳେ ଗୁର୍‌କିତ୍‌ ୯୩ ଓ ୯୯ ମିନିଟ୍‌ରେ ୪ର୍ଥ ଓ ୫ମ ଗୋଲ ଦେଇଥିଲେ।  ଗ୍ରାଣ୍ଡ ଫିନାଲେରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos