ଲର୍ଡସ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଶୋଚନୀୟ ହାର୍ର ସମ୍ମୁଖୀନ ହୋଇଛି ଭାରତ । ୧୦୦ ରନ୍ ବ୍ୟବଧାନରେ ବାଜି ମାରି ନେଇଛି ଇଂଲଣ୍ଡ । ଫଳରେ ତିନି ଟିକିଆ ଶୃଙ୍ଖଳା ୧-୧ ସ୍ଥିତିରେ ରହିଛି । ଉଭୟ ଦଳ ବରାବର ସ୍ଥିତିରେ ଥିବାରୁ ରବିବାରର ତୃତୀୟ ତଥା ଶେଷ ମୁକାବିଲା ନିର୍ଣ୍ଣାୟକ ହେବ ।
ଗୁରୁବାର ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ, ଭାରତ ସମ୍ମୁଖରେ ୨୪୭ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଜବାବରେ ଭାରତ ଅପ୍ରତ୍ୟାଶିତ ଭାବେ ମାତ୍ର ୧୪୬ ରନ୍ କରିଥିଲା । ୨୪ ରନ୍ ବ୍ୟୟରେ ୬ ଓ୍ୱିକେଟ୍ ନେଇ ଦ୍ରୁତ ବୋଲର ରିଶି ଟପ୍ଲେ ଇଂଲଣ୍ଡ ବିଜୟର ମୁଖ୍ୟ ନାୟକ ସାଜିଥିଲେ ।
[caption id="attachment_749196" align="aligncenter" width="650"] ମ୍ୟାଚ୍ର ଦୃଶ୍ୟ ।[/caption]
୨୪୭ ରନ୍ର ଲକ୍ଷ୍ୟ ଭାରତ ପାଇଁ ସହଜ ରହିବ ବୋଲି ଆଶା କରୁଥିଲେ କ୍ରିକେଟ ପ୍ରେମୀ । ମାତ୍ର ଟପ୍ ଅର୍ଡର ବିପର୍ଯ୍ୟୟ ସହିତ ମ୍ୟାଚ୍ ଇଂଲଣ୍ଡ ହାତକୁ ଟେକି ଦେଇଥିଲେ ଭାରତୀୟ ବ୍ୟାଟ୍ସମ୍ୟାନ୍ ।
ଭାରତର ଟପ୍ ଅର୍ଡର ସମ୍ପୂର୍ଣ୍ଣ ଫେଲ୍ ମାରିଥିବା ବେଳେ ଜାଡେଜା ଓ ପାଣ୍ଡ୍ୟା ୨୯ ରନ୍ ଲେଖାଏ ସ୍କୋର କରିଥିଲେ। ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଖାତା ଖୋଲି ପାରିନଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।