ୱେଷ୍ଟଇଣ୍ଡିଜ୍‌କୁ ୯୩ ରନ୍‌ରେ ହରାଇଲା ଭାରତ; ଧୋନୀ ମ୍ୟାନ୍ ଅଫ୍ ଦ ମ୍ୟାଚ୍‌

ଭୁବନେଶ୍ୱର: ଗତକାଲି ୱେଷ୍ଟଇଣ୍ଡିଜ୍‌କୁ ପୁଣି ହରାଇଲା ଭାରତ। ୫ଟି ମ୍ୟାଚ୍ ବିଶିଷ୍ଟ ଏହି ଦିନିକିଆ ସିରିଜ୍‌ରେ ଏହା ହେଉଛି ଭାରତର ଲଗାତାର ଦ୍ୱିତୀୟ ବିଜୟ। ଏହା ସହିତ ଭାରତ ୨-୦ରେ ଆଗୁଆ ରହିଛି। ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା। ତେଣୁ ଚତୁର୍ଥ ମ୍ୟାଚ୍‌ରେ ବିଜୟୀ ହେଲେ ଭାରତ ସିରିଜ୍ ହାତେଇବ। ଗତକାଲି ଖେଳାଯାଇଥିବା ତୃତୀୟ ମ୍ୟାଚ୍‌କୁ ଭାରତ ୯୩ ରନ୍‌ରେ ଜିତି ଯାଇଛି। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ […]

dhoni

dhoni

Rakesh Mallick
  • Published: Saturday, 01 July 2017
  • Updated: 01 July 2017, 09:24 AM IST

Sports

Latest News

ଭୁବନେଶ୍ୱର: ଗତକାଲି ୱେଷ୍ଟଇଣ୍ଡିଜ୍‌କୁ ପୁଣି ହରାଇଲା ଭାରତ। ୫ଟି ମ୍ୟାଚ୍ ବିଶିଷ୍ଟ ଏହି ଦିନିକିଆ ସିରିଜ୍‌ରେ ଏହା ହେଉଛି ଭାରତର ଲଗାତାର ଦ୍ୱିତୀୟ ବିଜୟ। ଏହା ସହିତ ଭାରତ ୨-୦ରେ ଆଗୁଆ ରହିଛି। ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା। ତେଣୁ ଚତୁର୍ଥ ମ୍ୟାଚ୍‌ରେ ବିଜୟୀ ହେଲେ ଭାରତ ସିରିଜ୍ ହାତେଇବ।

ଗତକାଲି ଖେଳାଯାଇଥିବା ତୃତୀୟ ମ୍ୟାଚ୍‌କୁ ଭାରତ ୯୩ ରନ୍‌ରେ ଜିତି ଯାଇଛି। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ୍ ହରାଇ ୨୫୧ ରନ୍ କରିଥିଲା। ଧୋନୀ ଅପରାଜିତ ୭୮ ରନ୍ କରିଥିଲେ। କେଦାର ଯାଦବ ୨୬ ବଲ୍‌ରୁ ଅପରାଜିତ ୪୦ ରନ୍ କରିଥିଲେ। ଓପନର ଆଜିଙ୍କ୍ୟ ରାହାଣେ ୭୨ ରନ୍ କରିଥିବା ବେଳେ ଶିଖର ଧାୱନ ୨ ରନ୍ କରି ଆଉଟ୍ ହୋଇଯାଇଥିଲେ। କ୍ୟାପ୍‌ଟେନ୍ ବିରାଟ କୋହଲି ମାତ୍ର ୧୧ ରନ୍ କରି ଆଉଟ୍ ହୋଇଯାଇଥିଲେ। ଯୁବରାଜ ସିଂହ ୩୯ ରନ୍ କରିଥିଲେ।

୨୫୨ ରନ୍‌ର ବିଜୟ ଲକ୍ଷ୍ୟ ପାଇଁ ପଡ଼ିଆକୁ ଓହ୍ଲାଇଥିବା ୱେଷ୍ଟଇଣ୍ଡିଜ୍ ଦଳ ୩୮.୧ ଓଭରରେ ୧୫୮ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଭାରତ ପକ୍ଷରୁ କୁଲଦୀପ ଯାଦବ ଓ ଅଶ୍ୱିନ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ୱିକେଟ୍ ନେଇଥିବା ବେଳେ ଉମେଶ ଯାଦବ ଓ କେଦାର ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଏହି ସିରିଜ୍‌ର ଚତୁର୍ଥ ମ୍ୟାଚ୍ ଆସନ୍ତାକାଲି ଖେଳା ଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos