ବିଶ୍ୱକପ୍‌ ଜିତିବା ସ୍ୱପ୍ନ ରହିଲା ଅଧା, କ୍ୱାର୍ଟରରୁ ବିଦା ହେଲା ଭାରତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୪୩ ବର୍ଷ ପରେ ହକି ବିଶ୍ୱକପ୍‌ ଜିତିବାକୁ ଲକ୍ଷ୍ୟ ନେଇ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆର ସ୍ୱପ୍ନ ଅଧୁରା ରହିଛି। ଦଳ ଆଜି କ୍ୱାର୍ଟର ଫାଇନାଲ୍‌ରେ ଶକ୍ତିଶାଳୀ ନେଦରଲ୍ୟାଣ୍ଡସ୍‌ଠାରୁ ୨-୧ରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି। ଶେଷ ମୁହୂର୍ତ୍ତରେ ସ୍ଥିତି ବରାବର କରିବାକୁ ଟିମ୍‌ ଇଣ୍ଡିଆ ଚେଷ୍ଟା କରିଥିଲେ ହେଁ ଏଥିରେ ସଫଳ ହୋଇନାହିଁ। ମ୍ୟାଚ୍‌ ଆରମ୍ଭରୁ ନେଦରଲ୍ୟାଣ୍ଡସ୍‌ ଘନଘନ ଆକ୍ରମଣ କରିଥିଲା। କିନ୍ତୁ ମନପ୍ରୀତ ସିଂହଙ୍କ ଟିମ୍‌ […]

q1

q1

Hemant Lenka
  • Published: Thursday, 13 December 2018
  • Updated: 13 December 2018, 09:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୪୩ ବର୍ଷ ପରେ ହକି ବିଶ୍ୱକପ୍‌ ଜିତିବାକୁ ଲକ୍ଷ୍ୟ ନେଇ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆର ସ୍ୱପ୍ନ ଅଧୁରା ରହିଛି। ଦଳ ଆଜି କ୍ୱାର୍ଟର ଫାଇନାଲ୍‌ରେ ଶକ୍ତିଶାଳୀ ନେଦରଲ୍ୟାଣ୍ଡସ୍‌ଠାରୁ ୨-୧ରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି। ଶେଷ ମୁହୂର୍ତ୍ତରେ ସ୍ଥିତି ବରାବର କରିବାକୁ ଟିମ୍‌ ଇଣ୍ଡିଆ ଚେଷ୍ଟା କରିଥିଲେ ହେଁ ଏଥିରେ ସଫଳ ହୋଇନାହିଁ।

ମ୍ୟାଚ୍‌ ଆରମ୍ଭରୁ ନେଦରଲ୍ୟାଣ୍ଡସ୍‌ ଘନଘନ ଆକ୍ରମଣ କରିଥିଲା। କିନ୍ତୁ ମନପ୍ରୀତ ସିଂହଙ୍କ ଟିମ୍‌ ଇଣ୍ଡିଆ ସବୁ ଉଦ୍ୟମକୁ ଅଟକାଇବା ସହ ପାଲଟା ଆକ୍ରମଣ କରିଥିଲା। ପ୍ରଥମ କ୍ୱାର୍ଟରରେ ହିଁ ଦଳକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ୧୨ତମ ମିନିଟ୍‌ରେ ପେନାଲଟି କର୍ଣ୍ଣରକୁ ହରମନପ୍ରୀତ ଗୋଲରେ ପରିଣତ କରିବାକୁ ଚେଷ୍ଟା କରିଥିଲେ। ହେଲେ ଏହାକୁ ଡଚ୍‌ ଦଳର ଗୋଲ କିପର ଅଟକାଇ ଦେଇଥିଲେ। କିନ୍ତୁ ଗୋଲ ପୋଷ୍ଟ ପାଖରେ ଥିବା ଆକାଶଦୀପ ସିଂହ ଏହାକୁ ଗୋଲରେ ପରିଣତ କରି ଟିମ୍‌ ଇଣ୍ଡିଆକୁ ୧-୦ରେ ଆଗୁଆ କରିଦେଇଥିଲେ।

ତେବେ ମ୍ୟାଚରେ କମ୍‌ବ୍ୟାକ୍‌ ପାଇଁ ଜଣାଶୁଣା ନେଦରଲ୍ୟାଣ୍ଡସ୍‌ ପ୍ରଥମ କ୍ୱାର୍ଟର ଶେଷ ହେବାକୁ ମାତ୍ର କିଛି ସେକେଣ୍ଡ ବାକି ଥିବା ବେଳେ ଗୋଲ କରି ସ୍ଥିତି ବରାବର କରି ଦେଇଥିଲା। ଏହି ଗୋଲଟି ଥେରୀ ବ୍ରୀଙ୍କମ୍ୟାନ ସ୍କୋର କରିଥିଲେ। ଦ୍ୱିତୀୟ କ୍ୱାର୍ଟରରେ ନେଦରଲ୍ୟାଣ୍ଡସ୍‌ ଅଧିକାଂଶ ସମୟ ବଲ ନିଜ ପାଖରେ ରଖି ଘନଘନ ଆକ୍ରମଣ କରିଥିଲା। ତଥାପି ଭାରତ ଡଚ୍‌ ଟିମ୍‌ର ସବୁ ଉଦ୍ୟମକୁ କିଛି ଅଂଶରେ ଅଟକାଇବାରେ ସଫଳ ହୋଇଥିଲା। ହାଫଟାଇମ୍‌ ପର୍ଯ୍ୟନ୍ତ ସ୍କୋର ୧-୧ ରହିଥିଲା। ତୃତୀୟ କ୍ୱାର୍ଟରଟି ମଧ୍ୟ ଗୋଲ ଶୂନ୍ୟ ରହିଥିଲା। ହେଲେ ଡଚ୍‌ ଖେଳାଳି ଭଲ ପ୍ରଦର୍ଶନ କରିବା ସହ ଟିମ୍‌ ଇଣ୍ଡିଆକୁ ଚାପରେ ରଖିଥିଲେ।

ଟିମ୍‌ ଇଣ୍ଡିଆ ଶେଷ କ୍ୱାର୍ଟର ଆରମ୍ଭରୁ ଲୟ ହରାଇଥିଲା। ମ୍ୟାଚର ୫୦ତମ ମିନିଟ୍‌ରେ ଡଚ୍‌ ଟିମ୍‌କୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ମିଙ୍କ ଭାନ ଡେର ୱେରଡେନ୍‌ ଗୋଲରେ ପରିଣତ କରି ପୂରା କଳିଙ୍ଗ ଷ୍ଟାଡିୟମକୁ ସ୍ତବ୍ଧ କରିଦେଇଥିଲେ। ଏହି ଗୋଲ ବଳରେ ଡଚ୍‌ ଟିମ୍‌ ୨-୧ରେ ଆଗୁଆ ହୋଇଯାଇଥିଲା। ଏହାପରେ ଭାରତ ଆକ୍ରମଣ କରିଥିଲେ ହେଁ କୌଣସି ସୁଫଳ ମିଳି ନଥିଲା।

ମ୍ୟାଚ୍ ଶେଷ ହେବାକୁ ୭ ମିନିଟ୍‌ ବାକି ଥିବା ବେଳେ ଅମିତ ରୋହିଦାସଙ୍କୁ ହଳଦିଆ କାର୍ଡ ମିଳିଥିଲା। ଫଳରେ ସେ ୫ ମିନିଟ୍‌ ପାଇଁ ବାହାରେ ବସିଥିଲେ। ମ୍ୟାଚ୍‌ ଶେଷ ହେବାକୁ ୩.୩୮ ମିନିଟ୍‌ ବାକି ଥିବା ବେଳେ ଭାରତ ଗୋଲ କିପର ପିଆର ଶ୍ରୀଜେଶଙ୍କ ବଦଳରେ ଜଣେ ଅତିରିକ୍ତ ଖେଳାଳିଙ୍କୁ ଆକ୍ରମଣରେ ଲଗାଇଥିଲା। ହେଲେ ଏହା ଡଚ୍‌ ଖେଳାଳିଙ୍କ ଉପରେ କୌଣସି ପ୍ରଭାବ ପକାଇ ନଥିଲା। ଶେଷରେ ଭାରତର ବିଶ୍ୱକପ୍‌ ଅଭିଯାନ ଶେଷ ହୋଇଥିଲା।

ତେବେ ହକି ବିଶ୍ୱକପ୍‌ରେ ଭାରତର ହାରିବା ପାଇଁ ସ୍ଥାନୀୟ ଦର୍ଶକ ହକି ଇଣ୍ଡିଆ ସିଇଓ ଏଲେନା ନର୍ମାନଙ୍କୁ ଦାୟୀ କରିଛନ୍ତି। କ୍ୱାର୍ଟର ଫାଇନାଲ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ଅଧିନାୟକଙ୍କୁ ସମସ୍ତଙ୍କ ସମ୍ମୁଖରେ ନର୍ମାନ ଅପମାନିତ କରିଥିଲେ। ଯାହାକୁ ନେଇ ଘରୋଇ ଦଳ ଚାପରେ ରହିଥିଲା। ଆଜିର ମ୍ୟାଚ୍‌ରେ ମଧ୍ୟ ଏହା ସ୍ପଷ୍ଟ ରୂପେ ବାରି ହୋଇ ପଡ଼ୁଥିଲା। ଦଳ ଦ୍ୱିତୀୟ ଓ ତୃତୀୟ କ୍ୱାର୍ଟରରେ ଆଦୌ ଫର୍ମ କିମ୍ବା ଉତ୍ସାହରେ ନଥିବା ଭଳି ଖେଳ ପ୍ରଦର୍ଶନ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story