ଆଜି ଭାରତ-ଲାଓସ୍‌ ମୁକାବିଲା: ମ୍ୟାଚ୍‌ ଜିତି ଏଏଫ୍‌ସି ଏସିଆନ୍‌ କପ୍‌ ଫୁଟ୍‌ବଲ୍‌ ଲାଗି ଯୋଗ୍ୟତା ହାସଲ ଭାରତ

ନୂଆଦିଲ୍ଲୀ: ଆଜି ଭାରତ ଓ ଲାଓସ୍‌ ଫୁଟ୍‌ବଲ ଟିମ୍ ମଧ୍ୟରେ କୁଆଲାଲୁମ୍ପୁରଠାରେ ଏକ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଜିତିବା ଭାରତୀୟ ଫୁଟ୍‌ବଲ ଟିମ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ମ୍ୟାଚ୍‌ ଜିତିରେ ଭାରତୀୟ ଦଳ ୟୁଏଇରେ ୨୦୧୯ରେ ହେବାକୁ ଥିବା ଏଏଫ୍‌ସି ଏସିଆନ୍‌ କପ୍‌ ଲାଗି ଯୋଗ୍ୟତା ଅର୍ଜନ କରିବ। ‘ପୋଟ୍‌-ବି’ରେ ୧୦ଟି ଦଳ ସହ ସ୍ଥାନ ପାଇଥିବା ଭାରତୀୟ ଦଳ ଜୁନ୍‌ ୨ରେ ଲାଓସ୍‌ ବିପକ୍ଷରେ ଭେଳିବ। ସେହିପରି ଅନ୍ୟ ଏକ ମ୍ୟାଚ୍‌ […]

football

Rakesh Mallick
  • Published: Thursday, 07 April 2016
  • , Updated: 07 April 2016, 01:13 PM IST

ନୂଆଦିଲ୍ଲୀ: ଆଜି ଭାରତ ଓ ଲାଓସ୍‌ ଫୁଟ୍‌ବଲ ଟିମ୍ ମଧ୍ୟରେ କୁଆଲାଲୁମ୍ପୁରଠାରେ ଏକ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଜିତିବା ଭାରତୀୟ ଫୁଟ୍‌ବଲ ଟିମ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ମ୍ୟାଚ୍‌ ଜିତିରେ ଭାରତୀୟ ଦଳ ୟୁଏଇରେ ୨୦୧୯ରେ ହେବାକୁ ଥିବା ଏଏଫ୍‌ସି ଏସିଆନ୍‌ କପ୍‌ ଲାଗି ଯୋଗ୍ୟତା ଅର୍ଜନ କରିବ।

‘ପୋଟ୍‌-ବି’ରେ ୧୦ଟି ଦଳ ସହ ସ୍ଥାନ ପାଇଥିବା ଭାରତୀୟ ଦଳ ଜୁନ୍‌ ୨ରେ ଲାଓସ୍‌ ବିପକ୍ଷରେ ଭେଳିବ। ସେହିପରି ଅନ୍ୟ ଏକ ମ୍ୟାଚ୍‌ ଜୁନ୍‌ ୭ରେ ଖେଳାଯିବ। ଏହି ଦୁଇ ମ୍ୟାଚ୍‌ କେଉଁ ଷ୍ଟାଡିୟମରେ ଖେଳାଯିବ ତାହା ସ୍ଥିର ହୋଇନାହିଁ।

୨୪ଟି ଟିମ୍‌କୁ ନେଇ ହେବାକୁ ଥିବା ଏଏଫ୍‌ସି ଏସିଆନ୍‌ କପ୍‌ ପାଇଁ ୧୨ଟି ଦଳ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ଅନ୍ୟ ୧୨ଟି ସ୍ଥାନ ପାଇଁ ୨୪ଟି ଦଳ ମଧ୍ୟରେ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଚାଲିଛି।

ଦଳର ଜାତୀୟ ପ୍ରଶିକ୍ଷକ ଷ୍ଟିଫେନ୍‌ କନଷ୍ଟାନ୍‌ଣ୍ଟାଇନ୍‌ କହିଛନ୍ତି ,“ ଏହା ଏକ ଅତି କଠିନ୍‌ ମ୍ୟାଚ୍‌। ଲାଓସ୍‌କୁ ନିମ୍ନ ଦୃଷ୍ଟିରେ ଦେଖିବା ଠିକ୍‌ ନୁହେଁ। ମ୍ୟାଚ୍‌ ଜିତିବାକୁ ଆମେ ଶତପ୍ରତିଶତ ଚେଷ୍ଟା କରିବୁ।”

Related story