ଫିଫା ରାଙ୍କିଙ୍ଗରେ ଭାରତକୁ ଦୁଇଟି ସ୍ଥାନର କ୍ଷତି

ନୂଆଦିଲ୍ଲୀ: ଗୁରୁବାର ଫିଫା ପକ୍ଷରୁ ଜାରି ରାଙ୍କିଙ୍ଗରେ ଭାରତୀୟ ଫୁଟବଲ ଟିମ୍ ଦୁଇଟି ସ୍ଥାନ ତଳକୁ ଖସି ୧୦୬ତମ ସ୍ଥାନରେ ପହଞ୍ଚିଛି। ଚଳିତ ମାସରେ ବାଂଲାଦେଶ ବିପକ୍ଷ ଫିଫା ବିଶ୍ୱକପ୍ କ୍ୱାଲିଫାୟର୍ ମ୍ୟାଚକୁ ଭାରତ ୧-୧ରେ ଡ୍ର’ କରିଥିଲା। ଏହା ପୂର୍ବରୁ ସେପ୍ଟେମ୍ବରରେ ଏସୀୟ ଚାମ୍ପିୟନ୍ କତାର ବିପକ୍ଷରେ ଭାରତ ଗୋଲଶୂନ୍ୟ ଖେଳିଥିଲା। ତେବେ ଭାରତ ବିପକ୍ଷ ମ୍ୟାଚ୍ ଡ୍ର’ ରଖିଥିବା ବାଂଲାଦେଶକୁ ଫିଫା ରାଙ୍କିଙ୍ଗରେ ଫାଇଦା ହୋଇଛି। ବାଂଲାଦେଶ ତିନୋଟି ସ୍ଥାନ ଉପରକୁ ଉଠି ୧୦୮ତମ […]

football

Ranjit Kumar Jena
  • Published: Thursday, 24 October 2019
  • , Updated: 24 October 2019, 08:32 PM IST

ନୂଆଦିଲ୍ଲୀ: ଗୁରୁବାର ଫିଫା ପକ୍ଷରୁ ଜାରି ରାଙ୍କିଙ୍ଗରେ ଭାରତୀୟ ଫୁଟବଲ ଟିମ୍ ଦୁଇଟି ସ୍ଥାନ ତଳକୁ ଖସି ୧୦୬ତମ ସ୍ଥାନରେ ପହଞ୍ଚିଛି। ଚଳିତ ମାସରେ ବାଂଲାଦେଶ ବିପକ୍ଷ ଫିଫା ବିଶ୍ୱକପ୍ କ୍ୱାଲିଫାୟର୍ ମ୍ୟାଚକୁ ଭାରତ ୧-୧ରେ ଡ୍ର' କରିଥିଲା। ଏହା ପୂର୍ବରୁ ସେପ୍ଟେମ୍ବରରେ ଏସୀୟ ଚାମ୍ପିୟନ୍ କତାର ବିପକ୍ଷରେ ଭାରତ ଗୋଲଶୂନ୍ୟ ଖେଳିଥିଲା। ତେବେ ଭାରତ ବିପକ୍ଷ ମ୍ୟାଚ୍ ଡ୍ର' ରଖିଥିବା ବାଂଲାଦେଶକୁ ଫିଫା ରାଙ୍କିଙ୍ଗରେ ଫାଇଦା ହୋଇଛି।

ବାଂଲାଦେଶ ତିନୋଟି ସ୍ଥାନ ଉପରକୁ ଉଠି ୧୦୮ତମ ସ୍ଥାନରେ ପହଞ୍ଚିଛି। ଫିଫା ରାଙ୍କିଙ୍ଗରେ ବେଲଜିୟମ ପୂର୍ବପରି ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ଫ୍ରାନ୍ସ ଦ୍ୱିତୀୟ ଏବଂ ବ୍ରାଜିଲ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ଉରୁଗୁଏ ଟିମ୍ ଗୋଟିଏ ସ୍ଥାନ ଉଠି ଚତୁର୍ଥରେ ପହଞ୍ଚିଥିବା ବେଳେ ପର୍ତ୍ତୁଗାଲ ପଞ୍ଚମ, କ୍ରୋଏସିଆ ଷଷ୍ଠ, ସ୍ପେନ୍ ସପ୍ତମ, ଆର୍ଜେଣ୍ଟିନା ଅଷ୍ଟମ ଏବଂ କଲମ୍ବିଆ ନବମ ସ୍ଥାନରେ ରହିଛି।

Related story