ଭାରତ-ଇଂଲଣ୍ଡ ଟେଷ୍ଟ: ବିଜୟ ଲକ୍ଷ୍ୟ ୪୦୫, ଇଂଲଣ୍ଡ ୮୭/୨

ବିଶାଖାପାଟଣା: ବିଶାଖାପାଟଣାରେ ଚାଲିଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୨ ୱିକେଟ୍‌ ବିନିମୟରେ ୮୭ ରନ୍‌ ସଂଗ୍ରହ କରିଛି। ଆଜି ଦ୍ୱିତୀୟ ପାଳିରେ ଭାରତ ୨୦୪ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯିବା ପରେ ଇଂଲଣ୍ଡ ସମ୍ମୁଖରେ ୪୦୫ ରନ୍‌ର ବିଜୟ ଲକ୍ଷ୍ୟ ରହିଛି। ଇଂଲଣ୍ଡ ପକ୍ଷରୁ ଏ. କୁକ୍‌ ୫୪ ଏବଂ ଏଚ୍‌. ହାମିଦ ୨୫ ରନ୍‌ କରି ଆଉଟ୍‌ ହୋଇଛନ୍ତି। ଜେ. ରୁଟ୍‌ ୫ ରନ୍‌ କରି ଅପରାଜିତ […]

India-England

Rakesh Mallick
  • Published: Sunday, 20 November 2016
  • , Updated: 20 November 2016, 05:46 PM IST

ବିଶାଖାପାଟଣା: ବିଶାଖାପାଟଣାରେ ଚାଲିଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୨ ୱିକେଟ୍‌ ବିନିମୟରେ ୮୭ ରନ୍‌ ସଂଗ୍ରହ କରିଛି। ଆଜି ଦ୍ୱିତୀୟ ପାଳିରେ ଭାରତ ୨୦୪ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯିବା ପରେ ଇଂଲଣ୍ଡ ସମ୍ମୁଖରେ ୪୦୫ ରନ୍‌ର ବିଜୟ ଲକ୍ଷ୍ୟ ରହିଛି। ଇଂଲଣ୍ଡ ପକ୍ଷରୁ ଏ. କୁକ୍‌ ୫୪ ଏବଂ ଏଚ୍‌. ହାମିଦ ୨୫ ରନ୍‌ କରି ଆଉଟ୍‌ ହୋଇଛନ୍ତି। ଜେ. ରୁଟ୍‌ ୫ ରନ୍‌ କରି ଅପରାଜିତ ଅଛନ୍ତି। ଭାରତର ଦୁଇ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏବଂ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି।

ଗତକାଲି ଅସମାପ୍ତ ୯୮/୩ରୁ ଖେଳ ଆରମ୍ଭ କରିଥିବା ଭାରତ ଆଜି ମାତ୍ର ୨୦୪ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ୫୪ ରନ୍‌ରେ ଅପରାଜିତ ଥିବା ବିରାଟ କୋହଲି ୮୧ ରନ୍‌ କରି ଆଜି ଆଉଟ୍‌ ହୋଇଥିଲେ। ସେହିପରି ଅନ୍ୟତମ ଅପରାଜିତ ବ୍ୟାଟ୍ସମ୍ୟାନ ଆଜିଙ୍କ୍ୟା ରାହାଣେ (୨୧) ଆଜି ମାତ୍ର ୫ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ସେ ୨୬ ରନ୍‌ କରି ଆଉଟ୍‌ ହୋଇଥିଲେ। ଜୟନ୍ତ ଯାଦବ ୨୭ ରନ୍‌ କରି ଅପରାଜିତ ଥିଲେ।

ଗତକାଲି ଇଂଲଣ୍ଡ ୧୦୩/୫ ରନ୍‌ର ଅସମାପ୍ତି ଇନିଂସ ଆରମ୍ଭ କରିଥିଲା। ମାତ୍ର ଅଶ୍ୱିନଙ୍କ ଘାତକ ବୋଲିଂ ଆଗରେ ଇଂଲଣ୍ଡର କୌଣସି ବ୍ୟାଟ୍ସମାନ୍‌ ବେଶୀ ସମୟ ତିଷ୍ଠି ପାରି ନ ଥିଲେ। ଦଳ ସମସ୍ତ ୱିକେଟ୍‌ ହରାଇ ୨୫୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଅଶ୍ୱିନ ୫ଟି ୱିକେଟ୍‌ ନେଇଥିବା ବେଳେ ମହମ୍ମଦ ସାମ୍ମି, ରବିନ୍ଦ୍ର ଜାଡେଜା, ଉମେଶ ଯାଦବ ଓ ଜୟନ୍ତ ଯାଦବ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ଭାରତ ପ୍ରଥମ ପାଳିରେ ୪୫୫ ରନ୍‌ କରିଥିଲା।

Related story