ଭାରତ ଫେରିଲେ ଅଲିମ୍ପିକ୍‌ ରୌପ୍ୟ ବିଜେତା ପି.ଭି ସିନ୍ଧୁ

ହାଇଦ୍ରାବାଦ: ରିଓ ଅଲିମ୍ପିକ୍‌ରେ ରୌପ୍ୟ ବିଜେତା ପି.ଭି ସିନ୍ଧୁ ଆଜି ଭାରତ ଫେରିଛନ୍ତି। ଆଜି ସକାଳେ ସେ ହାଇଦ୍ରାବାଦ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା। ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ବହୁ ମନ୍ତ୍ରୀ ବିମାନବନ୍ଦରରେ ପହଞ୍ଚି ତାଙ୍କୁ ସ୍ୱାଗତ କରିଥିଲେ। ଏହାପରେ ଏକ ଖୋଲା ବସ୍‌ରେ ସିନ୍ଧୁ ଓ ତାଙ୍କ କୋଚ୍‌ ପି.ଗୋପିଚାନ୍ଦଙ୍କୁ ଶୋଭାଯାତ୍ରାରେ ହାଇଦ୍ରାବାଦର ଗାଚ୍ଚିବାଓଲି ଷ୍ଟାଡ଼ିୟମକୁ ନିଆଯାଇଥିଲା। ଏହି ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ଭିଡ଼ ଦେଖିବାକୁ ମିଳିଥିଲା। ଷ୍ଟାଡ଼ିୟମ୍‌ରେ […]

SINDHU

Rakesh Mallick
  • Published: Monday, 22 August 2016
  • , Updated: 22 August 2016, 01:30 PM IST

ହାଇଦ୍ରାବାଦ: ରିଓ ଅଲିମ୍ପିକ୍‌ରେ ରୌପ୍ୟ ବିଜେତା ପି.ଭି ସିନ୍ଧୁ ଆଜି ଭାରତ ଫେରିଛନ୍ତି। ଆଜି ସକାଳେ ସେ ହାଇଦ୍ରାବାଦ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା। ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ବହୁ ମନ୍ତ୍ରୀ ବିମାନବନ୍ଦରରେ ପହଞ୍ଚି ତାଙ୍କୁ ସ୍ୱାଗତ କରିଥିଲେ।

ଏହାପରେ ଏକ ଖୋଲା ବସ୍‌ରେ ସିନ୍ଧୁ ଓ ତାଙ୍କ କୋଚ୍‌ ପି.ଗୋପିଚାନ୍ଦଙ୍କୁ ଶୋଭାଯାତ୍ରାରେ ହାଇଦ୍ରାବାଦର ଗାଚ୍ଚିବାଓଲି ଷ୍ଟାଡ଼ିୟମକୁ ନିଆଯାଇଥିଲା। ଏହି ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ଭିଡ଼ ଦେଖିବାକୁ ମିଳିଥିଲା। ଷ୍ଟାଡ଼ିୟମ୍‌ରେ ସିନ୍ଧୁଙ୍କୁ ସମ୍ୱର୍ଦ୍ଧନା ଦିଆଯିବା ସହିତ ଉଭୟଙ୍କୁ ପୁରସ୍କୃତ କରାଯାଇଥିଲା।

ତେଲେଙ୍ଗାନା ସରକାର ସିନ୍ଧୁଙ୍କୁ ୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ଆନ୍ଧ୍ରପ୍ରଦେଶ ସରକାର ୩ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି।

Related story