ଅଷ୍ଟ୍ରେଲିଆକୁ ଟପିଲା ଟିମ୍ ଇଣ୍ଡିଆ

ପୁଣେ: ଭାରତୀୟ କ୍ରିକେଟ୍ ଟିମ୍ ରବିବାର ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ଇନିଂସ୍ ଓ ୧୩୭ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଜିତି ନେଇଛି। ଘରୋଇ ମାଟିରେ ଭାରତର ଏହା କ୍ରମାଗତ ୧୧ତମ ସିରିଜ୍ ବିଜୟ। ଏହାସହ ଭାରତ ଅଷ୍ଟ୍ରେଲିଆର ପୁରୁଣା ବିଶ୍ୱ ରେକର୍ଡକୁ ଭାଙ୍ଗି ନୂଆ କୀର୍ତ୍ତିମାନ କରିଛି। ଏପର୍ଯ୍ୟନ୍ତ ଘରୋଇ ମାଟିରେ ସର୍ବାଧିକ ଟେଷ୍ଟ ସିରିଜର ରେକର୍ଡ ଅଷ୍ଟ୍ରେଲିଆ ନାଁରେ ଥିଲା। […]

team-india

team-india

Ranjit Kumar Jena
  • Published: Sunday, 13 October 2019
  • Updated: 13 October 2019, 05:33 PM IST

Sports

Latest News

ପୁଣେ: ଭାରତୀୟ କ୍ରିକେଟ୍ ଟିମ୍ ରବିବାର ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ଇନିଂସ୍ ଓ ୧୩୭ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଜିତି ନେଇଛି। ଘରୋଇ ମାଟିରେ ଭାରତର ଏହା କ୍ରମାଗତ ୧୧ତମ ସିରିଜ୍ ବିଜୟ। ଏହାସହ ଭାରତ ଅଷ୍ଟ୍ରେଲିଆର ପୁରୁଣା ବିଶ୍ୱ ରେକର୍ଡକୁ ଭାଙ୍ଗି ନୂଆ କୀର୍ତ୍ତିମାନ କରିଛି। ଏପର୍ଯ୍ୟନ୍ତ ଘରୋଇ ମାଟିରେ ସର୍ବାଧିକ ଟେଷ୍ଟ ସିରିଜର ରେକର୍ଡ ଅଷ୍ଟ୍ରେଲିଆ ନାଁରେ ଥିଲା।

ଅଷ୍ଟ୍ରେଲିଆ ୧୯୯୪ରୁ ୨୦୦୧ ଏବଂ ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ୧୦ ଟେଷ୍ଟ ସିରିଜ୍ ଜିତିଥିଲା। ସେହିପରି ୱେଷ୍ଟଇଣ୍ଡିଜ୍ ୧୯୭୫ରୁ ୧୯୮୬ ମଧ୍ୟରେ ଘରୋଇ ମାଟିରେ ଲଗାତାର ୮ଟି ସିରିଜ୍ ଜିତିଥିଲା। ଭାରତ ଏବେ ୨୦୧୩ରୁ ଏପର୍ଯ୍ୟନ୍ତ ଲଗାତାର ୧୧ଟି ସିରିଜ୍ ସବୁ ରେକର୍ଡକୁ ପୋଛି ଦେଇଛି। ଭାରତ ୨୦୧୨ରେ ଶେଷଥର ପାଇଁ ଇଂଇଣ୍ଡଠାରୁ ୧-୨ରେ ସିରିଜ୍ ହାରିଥିଲା।

୨୦୧୩ ପରଠାରୁ ଭାରତ ଘରୋଇ ମାଟିରେ ୩୨ଟି ଟେଷ୍ଟ ମ୍ୟାଚ୍ ଖେଳି ୨୫ଟିରେ ବିଜୟୀ ହୋଇଥିବା ବେଳେ ୫ଟି ଡ୍ର' ଏବଂ ଗୋଟିଏରେ ପରାସ୍ତ ହୋଇଛି। ଏହି ମାମଲାରେ ଅଷ୍ଟ୍ରେଲିଆ ଘରୋଇ ମାଟିରେ ୨୩ଟି ମ୍ୟାଚ୍ ଜିତିଥିବା ବେଳେ ୪ଟିରେ ପରାସ୍ତ ହୋଇଥିଲା। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାର ବିଦେଶରେ ଏହା ଲଗାତାର ଷଷ୍ଠ ଟେଷ୍ଟ ସିରିଜ୍ ପରାଜୟ। ୨୦୧୭ ପରଠାରୁ ସେମାନେ ବାହାରେ ଗୋଟିଏ ବି ଟେଷ୍ଟ ମ୍ୟାଚ୍ ଜିତିପାରି ନାହାନ୍ତି। ଯାହାକି ସେମାନଙ୍କର ଏହା ଦ୍ୱିତୀୟ ଲଜ୍ଜାଜନକ ରେକର୍ଡ। ଏହା ପୂର୍ବରୁ ୧୯୧୧ରୁ ୧୯୨୪ ମଧ୍ୟରେ ଏହି ଟିମ୍ ଲଗାତାର ୧୦ଟି ଟେଷ୍ଟ ମ୍ୟାଚ୍ ହାରିଥିଲା।

୨୦୧୩ରେ ଅଷ୍ଟ୍ରେଲିଆକୁ ୪-୦ରେ ମୂଳପୋଛ୍ କରି ଭାରତ ଘରୋଇ ମାଟିରେ ବିଜୟ ଶୁଭାରମ୍ଭ କରିଥିଲା। ଏହା ପରେ ୱେଷ୍ଟଇଣ୍ଡିଜକୁ ୨-୦ (୨୦୧୩), ଦକ୍ଷିଣ ଆଫ୍ରିକାକୁ ୩-୦ (୨୦୧୫), ନ୍ୟୁଜିଲ୍ୟାଣ୍ଡକୁ ୩-୦ (୨୦୧୬), ଇଂଲଣ୍ଡକୁ ୪-୦ (୨୦୧୬), ବାଂଲାଦେଶକୁ ୧-୦ (୨୦୧୭), ଅଷ୍ଟ୍ରେଲିଆକୁ ୨-୧ (୨୦୧୭), ଶ୍ରୀଲଙ୍କାକୁ ୧-୦ (୨୦୧୭), ଆଫଗାନିସ୍ତାନକୁ ୧-୦ (୨୦୧୮), ୱେଷ୍ଟଇଣ୍ଡିଜ୍ ୨-୦ (୨୦୧୮) ଏବଂ ଦକ୍ଷିଣ ଆଫ୍ରିକାକୁ ୨-୦ (୨୦୧୯)କୁ ପରାସ୍ତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos