ଜୟ ପରାଜୟର ଦୋ ଛକିରେ ଭାରତ, ବିରାଟ୍‌ ୫୧ରେ ଆଉଟ୍‌

ବର୍ମିଂହାମ: କୋହଲିଙ୍କ ବିରାଟ ୱିକେଟ୍‌ର ପତନ ପରେ ଇଂଲଣ୍ଡ ଗସ୍ତର ପ୍ରଥମ ଟେଷ୍ଟର ଜୟ ପରାଜୟର ଦୋ ଛକିରେ ପଡ଼ିଛି ଟିମ୍‌ ଇଣ୍ଡିଆ। ରୋମାଞ୍ଚ ଭରା ଏଜବାଷ୍ଟନ୍‌ ଟେଷ୍ଟ୍‌ରେ ଜିତିବା ପାଇଁ ଭାରତ ଆଗରେ ଆହୁରି ୫୩ ରନ୍‌ ଥିବା ବେଳେ  ବ୍ୟାଟିଂ ମଙ୍ଗୁଆଳ ଅଧିନାୟକ କୋହଲି ୫୧ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଛନ୍ତି। ଟିମ୍‌ ଇଣ୍ଡିଆର ଶେଷ ଆଶା ଏବେ  ଅଲରାଉଣ୍ଡ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କାନ୍ଧରେ ପଡ଼ିଛି। ହାର୍ଦ୍ଦିକ ୨୨ ରନ୍‌ କରି ଖେଳୁଥିବା ବେଳେ […]

virat-kohli-m1

virat-kohli-m1

Ordigital Desk
  • Published: Saturday, 04 August 2018
  • Updated: 04 August 2018, 04:55 PM IST

Sports

Latest News

ବର୍ମିଂହାମ: କୋହଲିଙ୍କ ବିରାଟ ୱିକେଟ୍‌ର ପତନ ପରେ ଇଂଲଣ୍ଡ ଗସ୍ତର ପ୍ରଥମ ଟେଷ୍ଟର ଜୟ ପରାଜୟର ଦୋ ଛକିରେ ପଡ଼ିଛି ଟିମ୍‌ ଇଣ୍ଡିଆ।

ରୋମାଞ୍ଚ ଭରା ଏଜବାଷ୍ଟନ୍‌ ଟେଷ୍ଟ୍‌ରେ ଜିତିବା ପାଇଁ ଭାରତ ଆଗରେ ଆହୁରି ୫୩ ରନ୍‌ ଥିବା ବେଳେ  ବ୍ୟାଟିଂ ମଙ୍ଗୁଆଳ ଅଧିନାୟକ କୋହଲି ୫୧ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଛନ୍ତି।

ଟିମ୍‌ ଇଣ୍ଡିଆର ଶେଷ ଆଶା ଏବେ  ଅଲରାଉଣ୍ଡ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କାନ୍ଧରେ ପଡ଼ିଛି। ହାର୍ଦ୍ଦିକ ୨୨ ରନ୍‌ କରି ଖେଳୁଥିବା ବେଳେ ତାଙ୍କ ସହ କ୍ରିଜକୁ ଆସିଥିଲେ ଟେଲ ଇଶାନ୍ତ ଶର୍ମା କିନ୍ତୁ ସେ ମଧ୍ୟ ଆଉଟ ହୋଇଯିବା ପରେ ସ୍ଥିତି ସଂଗୀନ ହୋଇଯାଇଛି

କୋହଲିଙ୍କ ପରେ ମହମ୍ମଦ ସାମିଙ୍କ ୱିକେଟ୍‌ ନେଇ ଇଂଲିଶ ବୋଲର ଘରୋଇ ଦଳକୁ ବିଜୟର ବାସ୍ନା ଦେଇଥିବା ବେଳେ ଭାରତୀୟ ଶିବିରରେ ନୈରାଶ୍ୟ ଛାଇଯାଇଛି।

ଶେଷ ଖବର ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ 9 ୱିକେଟ୍‌ରେ 158 ରନ କରି ବିଜୟ ପାଇଁ ସଂଘର୍ଷ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos