କୌଣ୍ଟନ୍ (ମାଲେସିଆ): ପାକିସ୍ତାନକୁ ୬-୨ ଗୋଲରେ ପରାସ୍ତ କରି ଭାରତ କନିଷ୍ଠ ଏସିଆ କପ୍ ହକି ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି। ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ହରମନପ୍ରୀତ ସିଂହ ଭାରତ ପାଇଁ ଗୋଲ ଅଭିଯାନ ଆରମ୍ଭ କରିଥିଲେ। ଖେଳ ଆରମ୍ଭ ହେବାର ୧୫ ମିନିଟ୍ ମଧ୍ୟରେ ସେ ୨ଟି ଗୋଲ ଦେଇଥିଲେ। ଖେଳ ଆରମ୍ଭ ହେବାର ୨୮ ମିନିଟରେ ପାକିସ୍ତାନ ଗୋଟିଏ ଗୋଲ ଦେଇଥିଲା। ମାତ୍ର ହରମନପ୍ରୀତ ସିଂହଙ୍କ ହାଟ୍ରିକ୍ (୨୮ତମ ମିନିଟ) ଗୋଲ ଦେଇ ଭାରତକୁ ୩-୧ରେ ଆଗୁଆ କରାଇଥିଲେ।
ଦ୍ୱିତୀୟ ହାପର ପ୍ରାରମ୍ଭରୁ ଅରମାନ କ୍ୟୁରେସୀ (୪୪ତମ ମିନିଟ) ଓ ମାନପ୍ରୀତ (୫୦ତମ ମିନିଟ)ରେ ଦୁଇଟି ଗୋଲ ଦେଇଥିଲେ। ୫୩ତମ ମିନିଟରେ ହରମନପ୍ରୀତ ପୁଣି ଏକ ଗୋଲ ଦେଇଥିଲେ। ଖଳର ୬୮ତମ ମିନିଟରେ ପାକିସ୍ତାନ ଦ୍ୱିତୀୟ ଗୋଲ ଦେଇ ବ୍ୟବଧାନକୁ ୬-୨କୁ କମାଇଥିଲେ।
ଗତକାଲି ଭାରତ ଜାପାନକୁ ୬-୧ରେ ହରାଇ ଫାଇନାଲରେ ପହଞ୍ଚିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସୋଫା କାରଖାନାରେ ଭୀଷଣ ଅଗ୍ନିକାଣ୍ଡ, ଜଳିଗଲେ ୩ ଶ୍ରମିକ
ଶ୍ରମିକମାନେ ଶୋଇଥିବା ସମୟରେ କାରଖାନାରେ ଲାଗିଥିଲା ନିଆଁ।
National
ସମ୍ଭଲ ହିଂସାକୁ ନେଇ FIR, ମୁଖ୍ୟ ଅଭିଯୁକ୍ତ ସମାଜବାଦୀ ପାର୍ଟି ସାଂସଦ
ସମ୍ଭଲ ହିଂସାକୁ ନେଇ ରୁଜୁ ହୋଇଥିବା FIRରେ ସମାଜବାଦୀ ପାର୍ଟି ସାଂସଦ ଜିଆଉର ରହମାନଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।
National
ରାଜସ୍ଥାନ ରାଜ ପ୍ରାସାଦରେ ଉତ୍ତେଜନା, ୩ ଆହତ
ମେୱଡା ପୂର୍ବତନ ରାଜ ପରିବାରର ମୁଖିଆ ଭାବେ ବିଜେପି ନେତା ବିଶ୍ୱରାଜ ସିଂହଙ୍କ ରାଜାଭିଶେକକୁ ବିରୋଧରୁ ଉତ୍ତେଜନା।
National
ଡିଜିଟାଲ ଆରେଷ୍ଟ: ନକଲି ପୁଲିସ ସାଜି ବୃଦ୍ଧାଙ୍କଠାରୁ ଠକି ନେଲେ ୩.୮ କୋଟି
ମହିଳା ଜଣଙ୍କୁ ଏତେ ମାତ୍ରାରେ ଭୟଭୀତ କରାଯାଇଥିଲା ଯେ, ତାଙ୍କୁ ଏକ ମାସ ଧରି ହ୍ୱାଟ୍ସ୍ଆପ୍ରେ ଭିଡିଓ କଲ୍ରେ ରଖାଯାଇଥିଲା।
National
ଇସ୍ତଫା ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ
ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଆଜି ତଥା ନଭେମ୍ବର ୨୬ରେ ଶେଷ ହେଉଛି।