ଶ୍ରୀଲଙ୍କା ଜିତିଲା ପ୍ରଥମ ଦିନିକିଆ: ଖାତା ଖୋଲି ପାରିଲେନି ୪ ଭାରତୀୟ

ଧର୍ମଶାଳା: ହିମାଚଳ ପ୍ରଦେଶର ଧର୍ମଶାଳାରେ ଖେଳା ଯାଇଥିବା ପ୍ରଥମ ଦିନିକିଆକୁ ଶ୍ରୀଲଙ୍କା ୭ ୱିକେଟ୍‌ରେ ଜିତି ନେଇଛି। ୧୧୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଶ୍ରୀଲଙ୍କା ୨୦.୪ ଓଭରରେ ୩ ୱିକେଟ୍‌ ହରାଇ ୧୧୪ ରନ୍‌ କରିଛି। କାମଚଳା ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଟିମ୍‌ରେ ବିରାଟ କୋହଲିଙ୍କ ଅନୁପସ୍ଥିତି ଖେଳାଳିଙ୍କ ଉପରେ ଦେଖିବାକୁ ମିଳିଥିଲା। ୪ ଜଣ ଭାରତୀୟ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିବା ବେଳେ ୩ […]

india

india

Rakesh Mallick
  • Published: Sunday, 10 December 2017
  • Updated: 10 December 2017, 08:05 PM IST

ଧର୍ମଶାଳା: ହିମାଚଳ ପ୍ରଦେଶର ଧର୍ମଶାଳାରେ ଖେଳା ଯାଇଥିବା ପ୍ରଥମ ଦିନିକିଆକୁ ଶ୍ରୀଲଙ୍କା ୭ ୱିକେଟ୍‌ରେ ଜିତି ନେଇଛି। ୧୧୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଶ୍ରୀଲଙ୍କା ୨୦.୪ ଓଭରରେ ୩ ୱିକେଟ୍‌ ହରାଇ ୧୧୪ ରନ୍‌ କରିଛି। କାମଚଳା ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଟିମ୍‌ରେ ବିରାଟ କୋହଲିଙ୍କ ଅନୁପସ୍ଥିତି ଖେଳାଳିଙ୍କ ଉପରେ ଦେଖିବାକୁ ମିଳିଥିଲା। ୪ ଜଣ ଭାରତୀୟ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିବା ବେଳେ ୩ ଜଣ ଦୁଇ ଅଙ୍କ ଛୁଇଁ ପାରି ନଥିଲେ।

ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତକୁ ଦ୍ୱିତୀୟ ଓଭରରେ ଝଟକା ଲାଗିଥିଲା। ଓପ୍ନର ଶିଖର ଧୱନ ଖାତା ଖୋଲିବା ପୂର୍ବରୁ ମାଥ୍ୟୁସ୍ ତାଙ୍କୁ ଏଲବିଡବ୍ଲ୍ୟୁ ଆଉଟ କରି ବ୍ୟାଭିଲିୟନକୁ ପଠାଇ ଦେଇଥିଲେ। ଏହାପରେ ଅଧିନାୟକ ରୋହିତ ୨ ଓ ଏସ୍‌. ଲୟର ୯ ରନ୍‌ କରି ଆଉଟ୍‌ ହୋଇଥିଲେ। ଦିନେଶ କାର୍ତ୍ତିକ ଖାତା ଖୋଲି ପାରି ନଥିବା ବେଳେ ମନିସ ପାଣ୍ଡେ ୨ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଏକମାତ୍ର ଖେଳାଳି ଭାବେ ପୂର୍ବତନ ଅଧିନାୟକ ତଥା ମିଷ୍ଟର କୁଲ ମହେନ୍ଦ୍ର ସିଂହ ଧୋନି କିଛି ସମୟ ଶ୍ରୀଲଙ୍କା ବୋଲଙ୍କୁ ମୁକାବିଲା କରିଥିଲେ। ସେ ୮୭ ବଲ୍‌ ଖେଳି ୧୦ ଚୌକା, ୨ ଛକା ସହାୟତାରେ ୬୫ ରନ୍‌ କରି ଆଉଟ୍‌ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୦ ଏବଂ କୁଲଦିପ ଯାଦବ ୧୯ ରନ୍‌ର ଛୋଟ ଇଂନିସ୍‌ ଖେଳିଥିଲେ। ଡାଇନ୍ ଅରର୍ଡରେ ଭୁବନେଶ୍ୱର କୁମାର ଏବଂ ଜସ୍‌ପ୍ରିତ ବମ୍‌ରା ଶୂନରେ ଆଉଟ ହୋଇଥିବା ବେଳେ ୱାଇ. ଚହଲ ବିନା କୌଣସି ରନ୍‌ କରି ଅପରାଜିତ ରହିଥିଲେ।

ଶ୍ରୀଲଙ୍କା ପକ୍ଷରୁ ଏସ୍‌. ଲକମଲ ୧୦ ଓଭରରେ ୧୩ ରନ୍‌ ଦେଇ ୪ ଜଣ ଭାରତୀୟଙ୍କ ୱିକେଟ୍‌ ନେଇଥିଲେ। ନୂୱାନ ପ୍ରଦୀପ ୨ଟି ୱିକେଟ୍‌ ନେଇଥିବା ବେଳେ ଆଞ୍ଜେଲୋ ମାଥ୍ୟୁସ୍‌, ଥିସାରା ପେରେରା, ଅକିଲା ଧନଞ୍ଜୟ ଏବଂ ଏସ୍‌. ପଥୀରାନ୍ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।

୧୧୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଶ୍ରୀଲଙ୍କାର ମଧ୍ୟ ଆରମ୍ଭ ଭଲ ହୋଇ ନଥିଲା। ୧୯ ରନ୍‌ରେ ଦୁଇଟି ୱିକେଟ୍‌ ହରାଇ ଦଳ ସଙ୍କଟରେ ପଡିଥିଲା। ଓପ୍ନର ୟୁ. ଥରଙ୍ଗା ୧୦ ଚୌକା ସହାୟତାରେ ୪୯ ରନ୍‌ କରି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ। ପରେ ଆଞ୍ଜେଲୋ ମାଥ୍ୟୁସ୍‌ ଏବଂ ଏନ୍‌. ଡିକ୍‌ୱେଲା ଆଉ କୌଣସି କ୍ଷତି ହେବାକୁ ନ ଦେଇ ଯଥାକ୍ରମେ ୨୫ ଓ ୨୬ ରନ୍‌ କରି ଦଳକୁ ବିଜୟୀ କରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos