ଦ୍ୱିତୀୟ ଟେଷ୍ଟରେ ବି ଭାରତୀୟ ଟିମ୍‌ର ଦୟନୀୟ ଅବସ୍ଥା: ୧୮୩ରେ ଗଲାଣି ୫ ୱିକେଟ୍‌

ସେଞ୍ଚୁରିୟାନ: ସେଞ୍ଚୁରିୟାନର ସୁପରସ୍ପୋର୍ଟ୍ସ ଷ୍ଟଡିୟମରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୫ ୱିକେଟ୍‌ ହରାଇ ୧୮୩ ରନ୍‌ କରିଛି। ଓପ୍ନର ମୂରଲୀ ବିଜୟ ୪୬ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଅଧିନାୟକ ବିରାଟ କୋହଲି ୮୫ ରନ୍‌ କରି ଅପରାଜିତ ଅଛନ୍ତି। ପ୍ରଥମ ଟେଷ୍ଟ ପରି ଏଥିରେ ମଧ୍ୟ ଭାରତକୁ ଦୟନୀୟ ଅବସ୍ଥାର ସମ୍ମୁଖୀନ ହେବାକୁ ପଡିଛି। ଓପ୍ନର ଲୋକେଶ ରାହୁଲ ଏବଂ ହିଟ୍‌ମ୍ୟାନ୍‌ ରୋହିତ […]

kohali

kohali

Rakesh Mallick
  • Published: Sunday, 14 January 2018
  • Updated: 14 January 2018, 09:34 PM IST

Sports

Latest News

ସେଞ୍ଚୁରିୟାନ: ସେଞ୍ଚୁରିୟାନର ସୁପରସ୍ପୋର୍ଟ୍ସ ଷ୍ଟଡିୟମରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୫ ୱିକେଟ୍‌ ହରାଇ ୧୮୩ ରନ୍‌ କରିଛି। ଓପ୍ନର ମୂରଲୀ ବିଜୟ ୪୬ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଅଧିନାୟକ ବିରାଟ କୋହଲି ୮୫ ରନ୍‌ କରି ଅପରାଜିତ ଅଛନ୍ତି।

ପ୍ରଥମ ଟେଷ୍ଟ ପରି ଏଥିରେ ମଧ୍ୟ ଭାରତକୁ ଦୟନୀୟ ଅବସ୍ଥାର ସମ୍ମୁଖୀନ ହେବାକୁ ପଡିଛି। ଓପ୍ନର ଲୋକେଶ ରାହୁଲ ଏବଂ ହିଟ୍‌ମ୍ୟାନ୍‌ ରୋହିତ ଶର୍ମା ମାତ୍ର ୧୦ ରନ୍‌ ଲେଖାଏଁ କରି କରି ଆଉଟ୍‌ ହୋଇଯାଇଥିଲେ। ଚେତେଶ୍ୱର ପୂଜାର ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ପାର୍ଥିବ ପଟେଲ ୧୧ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୧୧ ରନ୍‌ କରି କୋହଲିଙ୍କ ସହ ଅପରାଜିତ ଅଛନ୍ତି।

ଗତକାଲି ୨୬୯/୬ରୁ ଖେଳ ଆରମ୍ଭ କରିଥିବା ଦକ୍ଷିଣ ଆଫ୍ରିକା ୩୩୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନୀ ୪ଟି ୱିକେଟ୍‌ ନେଇଥିବା ବେଳେ ଇଶାନ୍ତ ଶର୍ମା ୩ଟି ଏବଂ ମହମ୍ମଦ ସାମି ଗୋଟିଏ ୱିକେଟ୍‌ ଅକ୍ତିଆର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos