ଅଲିମ୍ପିକ୍ ହକି ଟେଷ୍ଟ ଇଭେଣ୍ଟ ଜିତିଲା ଭାରତୀୟ ପୁରୁଷ ଟିମ୍

ଟୋକିଓ: ଭାରତୀୟ ପୁରୁଷ ହକି ଟିମ୍ ଏଠାରେ ଚାଲିଥିବା ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟ ଟାଇଟଲ୍ ଜିତିଛି। ବୁଧବାର ଓଇ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ଭାରତ ୫-୦ ଗୋଲରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଚାମ୍ପିୟନ୍ ହୋଇଛି। ଏଥିସହ ଭାରତ ରାଉଣ୍ଡ୍ ରବିନ୍ ଲିଗ୍ ପର୍ଯ୍ୟାୟରେ ନ୍ୟୁଜିଲ୍ୟାଣ୍ଡଠାରୁ ମିଳିଥିବା ପରାଜୟର ମଧୁର ପ୍ରତିଶୋଧ ନେବାରେ ମଧ୍ୟ ସଫଳ ହୋଇଛି। ଆଜି ମ୍ୟାଚରେ ଭାରତ ପକ୍ଷରୁ ହରମନପ୍ରୀତ ସିଂହ (ସପ୍ତମ), ଶମଶେର୍ ସିଂହ (୧୮ତମ), ନୀଳକଣ୍ଠ ଶର୍ମା (୨୨ତମ) ଗୁରସାହିବଜିତ୍ ସିଂହ (୨୬ତମ) […]

hockey

hockey

Ranjit Kumar Jena
  • Published: Wednesday, 21 August 2019
  • Updated: 21 August 2019, 04:35 PM IST

Sports

Latest News

ଟୋକିଓ: ଭାରତୀୟ ପୁରୁଷ ହକି ଟିମ୍ ଏଠାରେ ଚାଲିଥିବା ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟ ଟାଇଟଲ୍ ଜିତିଛି। ବୁଧବାର ଓଇ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ଭାରତ ୫-୦ ଗୋଲରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଚାମ୍ପିୟନ୍ ହୋଇଛି। ଏଥିସହ ଭାରତ ରାଉଣ୍ଡ୍ ରବିନ୍ ଲିଗ୍ ପର୍ଯ୍ୟାୟରେ ନ୍ୟୁଜିଲ୍ୟାଣ୍ଡଠାରୁ ମିଳିଥିବା ପରାଜୟର ମଧୁର ପ୍ରତିଶୋଧ ନେବାରେ ମଧ୍ୟ ସଫଳ ହୋଇଛି। ଆଜି ମ୍ୟାଚରେ ଭାରତ ପକ୍ଷରୁ ହରମନପ୍ରୀତ ସିଂହ (ସପ୍ତମ), ଶମଶେର୍ ସିଂହ (୧୮ତମ), ନୀଳକଣ୍ଠ ଶର୍ମା (୨୨ତମ) ଗୁରସାହିବଜିତ୍ ସିଂହ (୨୬ତମ) ଓ ମନଦୀପ ସିଂହ (୨୭ତମ) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ।

ଉଭୟ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଆରମ୍ଭରୁ ସତର୍କତାର ସହ ଖେଳିଥିଲେ। ତେବେ ଭାରତକୁ ସପ୍ତମ ମିନିଟରେ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯାହାକୁ ଗୋଲରେ ପରିଣତ କରିପାରିନଥିଲା। କିନ୍ତୁ କ୍ୟାପଟେନ୍ ହରମନପ୍ରୀତ ସମାନ ମିନିଟରେ ମିଳିଥିବା ଦ୍ୱିତୀୟ ପେନାଲ୍ଟିରେ ଗୋଲ୍ କରି ଭାରତକୁ ୧-୦ରେ ଆଗୁଆ କରାଇଥିଲେ। ଭାରତୀୟ ଟିମ୍ ବଲ ଉପରେ ନିୟନ୍ତ୍ରଣ ଜାରି ରଖି ପ୍ରଥମ କ୍ୱାର୍ଟର୍ ପର୍ଯ୍ୟନ୍ତ ଆଗୁଆ ରହିଥିଲା।

ଦ୍ୱିତୀୟ କ୍ୱାର୍ଟରରେ ଭାରତ ଅତ୍ୟଧିକ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ୧୮ତମ ମିନିଟରେ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯାହାକୁ ଶମଶେର୍ ଗୋଲରେ ପରିଣତ କରିଥିଲେ। ଦ୍ୱିତୀୟ କ୍ୱାର୍ଟରରେ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ଦୁଇଥର ସର୍କଲ ଭିତରେ ପ୍ରବେଶ କରିବାରେ ସଫଳ ରହିଥିଲେ ହେଁ, ଗୋଲ୍ କରିପାରିନଥିଲେ। କିନ୍ତୁ ଭାରତ ପୂରା ଫାଇଦା ଉଠାଇ ଆହୁରି ତିନୋଟି ଗୋଲ୍ ସ୍କୋର କରିଥିଲା। ଭାରତ ପକ୍ଷରୁ ତୃତୀୟ ଗୋଲ୍ ନୀଳକଣ୍ଠ ଶର୍ମା ୨୨ତମ ମିନିଟରେ ଦେଇଥିଲେ। ୨୬ତମ ମିନିଟରେ ଗୁରସାହିବଜିତ୍ ଭାରତ ପାଇଁ ଚତୁର୍ଥ ଏବଂ ୨୭ତମ ମିନିଟରେ ମନଦୀପ ଏକ ପେନାଲ୍ଟିକୁ ଗୋଲରେ ପରିଣତ କରି ଭାରତକୁ ପଞ୍ଚମ ସଫଳତା ଦେଇଥିଲେ। ଏଥିସହ ଭାରତ ପ୍ରଥମାର୍ଦ୍ଧ ସୁଦ୍ଧା ୫-୦ର ବଡ଼ ଅଗ୍ରଣୀ ହାସଲ କରିନେଇଥିଲା।

ତେବେ ତୃତୀୟ ଓ ଚତୁର୍ଥ କ୍ୱାର୍ଟରରେ କୌଣସି ଗୋଲ୍ ହୋଇନଥିଲା। ତୃତୀୟ କ୍ୱାର୍ଟରରେ ନ୍ୟୁଜିଲ୍ୟାଣ୍ଡ୍ ଗୋଲ୍ ପରିଶୋଧ କରିବା ପାଇଁ ପ୍ରୟାସ କରିଥିଲା। ୩୭ତମ ମିନିଟରେ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ଏକ ଭଲ ସୁଯୋଗ ହାତଛଡ଼ା କରିଥିଲା। ଶେଷ କ୍ୱାର୍ଟରରେ ଭାରତୀୟ ଡିଫେଣ୍ଡର୍ ଦମଦାର ପ୍ରଦର୍ଶନ କରି ନ୍ୟୁଜିଲ୍ୟାଣ୍ଡକୁ କୌଣସି ସୁଯୋଗ ଦେଇନଥିଲେ।

ସୂଚନାଯୋଗ୍ୟ, ଚଳିତ ଇଭେଣ୍ଟରେ ଭାରତ ତା'ର ପ୍ରଥମ ମ୍ୟାଚରେ ମ୍ୟାଲେସିୟାକୁ ୬-୦ ଗୋଲରେ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡଠାରୁ ୧-୨ ଗୋଲରେ ହାରିଯାଇଥିଲା। ତେବେ ତୃତୀୟ ମ୍ୟାଚରେ ଭାରତ ଆୟୋଜକ ଜାପାନକୁ ୬-୩ ଗୋଲରେ ହରାଇ ଫାଇନାଲରେ ପହଞ୍ଚିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story