ଭାରତରେ ହେବ ୨୦୨୧ ଜୁନିୟର ହକି ବିଶ୍ୱକପ୍‌

ଲୌସାନେ: ଆସନ୍ତାବର୍ଷ ଭାରତରେ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଆୟୋଜନ ହେବା ନେଇ ସୋମବାର ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‌) ଘୋଷଣା କରିଛି । ଭାରତ ଦ୍ୱିତୀୟଥର ଲାଗି ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ଅଧିକାର ପାଇଛି। ଏହା ପୂର୍ବରୁ ୨୦୧୬ରେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଜୁନିୟର ବିଶ୍ୱକପର ଆୟୋଜନ କରାଯାଇଥିଲା, ଯେଉଁଥିରେ ଆୟୋଜକ ଦେଶ ଟ୍ରଫି ଜିତିଥିଲା। ୨୦୨୧ ବିଶ୍ୱକପ୍ ପାଇଁ ଭେନ୍ୟୁ ଏବଂ ତାରିଖର ଘୋଷଣା କରାଯାଇନାହିଁ। ଜୁନିୟର ବିଶ୍ୱକପରେ ୧୬ଟି […]

hockey`

Ranjit Kumar Jena
  • Published: Monday, 17 February 2020
  • , Updated: 17 February 2020, 09:10 PM IST

ଲୌସାନେ: ଆସନ୍ତାବର୍ଷ ଭାରତରେ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଆୟୋଜନ ହେବା ନେଇ ସୋମବାର ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‌) ଘୋଷଣା କରିଛି । ଭାରତ ଦ୍ୱିତୀୟଥର ଲାଗି ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ଅଧିକାର ପାଇଛି। ଏହା ପୂର୍ବରୁ ୨୦୧୬ରେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଜୁନିୟର ବିଶ୍ୱକପର ଆୟୋଜନ କରାଯାଇଥିଲା, ଯେଉଁଥିରେ ଆୟୋଜକ ଦେଶ ଟ୍ରଫି ଜିତିଥିଲା।

୨୦୨୧ ବିଶ୍ୱକପ୍ ପାଇଁ ଭେନ୍ୟୁ ଏବଂ ତାରିଖର ଘୋଷଣା କରାଯାଇନାହିଁ। ଜୁନିୟର ବିଶ୍ୱକପରେ ୧୬ଟି ଦଳ ଟାଇଟଲ୍ ପାଇଁ ଲଢ଼ିବେ। ଏହି ୧୬ଟି ଦଳ ମଧ୍ୟରେ ୟୁରୋପର ୬, ଏସିଆର ୪, ଆଫ୍ରିକା, ଓସେନିଆ ଓ ପ୍ୟାନ୍ ଆମେରିକାର ୨ଟି ଲେଖାଏ ଦଳ ରହିବେ। ଏଥି ମଧ୍ୟରୁ ୬ଟି ୟୁରୋପିଅନ୍ ଟିମ୍ ଯଥା ଜର୍ମାନୀ, ବେଲଜିୟମ, ନେଦରଲ୍ୟାଣ୍ଡ, ସ୍ପେନ୍‌, ଇଂଲଣ୍ଡ୍ ଓ ଫ୍ରାନ୍ସ ବିଶ୍ୱକପ୍ ପାଇଁ କ୍ୱାଲିଫାଏ କରିସାରିଛନ୍ତି।

ଆୟୋଜକ ଦେଶ ଭାବେ ଭାରତ ସିଧାସଳଖ ଏହି ମହାକୁମ୍ଭକୁ କ୍ୱାଲିଫାଏ କରିଛି। ତେବେ ବାକି ଦଳ କ୍ୱାଲିଫାଇଙ୍ଗ୍ ମ୍ୟାଚ୍ ଖେଳିବା ପରେ ବିଶ୍ୱକପ୍ ଟିକେଟ୍ କାଟିବେ। ୨୦୧୬ ସଂସ୍କରଣର ଫାଇନାଲରେ ଭାରତ ବେଲଜିୟମକୁ ୨-୧ ଗୋଲରେ ହରାଇ ଚାମ୍ପିୟନ୍ ହୋଇଥିଲା। ୨୦୧୮ରେ ଭାରତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ୍ ସିନିୟର ପୁରୁଷ ବିଶ୍ୱକପର ସଫଳ ଆୟୋଜନ କରିଥିଲା।

Related story