ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ଚତୁର୍ଥ ଦିନିକିଆ

ରାଞ୍ଚି: ଆସନ୍ତାକାଲି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଦିନିକିଆ ଖେଳା ଯିବ। ଏହି ମ୍ୟାଚ୍‌ ଜିତି ଭାରତ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି। ଜେଏସ୍‌ସିଏ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚ୍‌କୁ ଭାରତ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ଜିତି ସ୍ଥିତି ୧-୧କୁ ନେଇ ଆସିଥିଲା। ତେବେ ତୃତୀୟ ମ୍ୟାଚ୍‌କୁ ଭାରତ ବିରାଟ କୋହଲିଙ୍କ ଧୂଆଁଦାର ଅପରାଜିତ ୧୫୪ ରନ୍‌ ବଳରେ ଜିତି ସିରିଜକୁ ୨-୧କୁ ନେଇ ଆସିଥିଲା। ଅନ୍ୟପକ୍ଷରେ […]

India-NewZealand-Cricket

Rakesh Mallick
  • Published: Tuesday, 25 October 2016
  • , Updated: 26 October 2016, 07:57 AM IST

ରାଞ୍ଚି: ଆସନ୍ତାକାଲି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଦିନିକିଆ ଖେଳା ଯିବ। ଏହି ମ୍ୟାଚ୍‌ ଜିତି ଭାରତ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି। ଜେଏସ୍‌ସିଏ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ।

ସିରିଜର ପ୍ରଥମ ମ୍ୟାଚ୍‌କୁ ଭାରତ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ଜିତି ସ୍ଥିତି ୧-୧କୁ ନେଇ ଆସିଥିଲା। ତେବେ ତୃତୀୟ ମ୍ୟାଚ୍‌କୁ ଭାରତ ବିରାଟ କୋହଲିଙ୍କ ଧୂଆଁଦାର ଅପରାଜିତ ୧୫୪ ରନ୍‌ ବଳରେ ଜିତି ସିରିଜକୁ ୨-୧କୁ ନେଇ ଆସିଥିଲା।

ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଏହି ମ୍ୟାଚ୍‌ ଜିତି ସିରିଜକୁ ପୁଣି ବରାବର ସ୍ଥିତିକୁ ଆଣିବାକୁ ଚେଷ୍ଟା କରିବ।

Related story