ଚତୁର୍ଥ ଟେଷ୍ଟ: ଭାରତ ଦ୍ୱିତୀୟ ଇନିଂସରେ ୧୯୦/୪

ନୂଆଦିଲ୍ଲୀ: ଭାରତ-ଦ.ଆଫ୍ରିକା ମଧ୍ୟସ୍ଥ ଚତୁର୍ଥ ଟେଷ୍ଟର ଆଜି ଥିଲା ତୃତୀୟ ଦିନ। ତୃତୀୟଦିନର ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ ୪ ୱିକେଟ ହରାଇ ୧୯୦ ରନ ସଂଗ୍ରହ କରିଛି। ଏଥି ସହିତ ଭାରତୀୟ ଦଳ ୪୦୩ରନରେ ଆଗୁଆ ରହିଛି। ଗତକାଲି ଦ.ଆଫ୍ରିକା ପ୍ରଥମ ଇନିଂସରେ ୧୨୧ରେ ଅଲଆଉଟ୍ ହୋଇଯିବା ପରେ ଆଜି ଭାରତୀୟ ଦଳ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା। ତେବେ ଦଳ ପ୍ରାରମ୍ଭିକ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। ଓପନର ମୂରଲୀ ବିଜୟ,ଶିଖର […]

India-vs-Sa

India-vs-Sa

Rakesh Mallick
  • Published: Saturday, 05 December 2015
  • Updated: 05 December 2015, 12:20 PM IST

Sports

Latest News

ନୂଆଦିଲ୍ଲୀ: ଭାରତ-ଦ.ଆଫ୍ରିକା ମଧ୍ୟସ୍ଥ ଚତୁର୍ଥ ଟେଷ୍ଟର ଆଜି ଥିଲା ତୃତୀୟ ଦିନ। ତୃତୀୟଦିନର ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ ୪ ୱିକେଟ ହରାଇ ୧୯୦ ରନ ସଂଗ୍ରହ କରିଛି। ଏଥି ସହିତ ଭାରତୀୟ ଦଳ ୪୦୩ରନରେ ଆଗୁଆ ରହିଛି।

ଗତକାଲି ଦ.ଆଫ୍ରିକା ପ୍ରଥମ ଇନିଂସରେ ୧୨୧ରେ ଅଲଆଉଟ୍ ହୋଇଯିବା ପରେ ଆଜି ଭାରତୀୟ ଦଳ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା। ତେବେ ଦଳ ପ୍ରାରମ୍ଭିକ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। ଓପନର ମୂରଲୀ ବିଜୟ,ଶିଖର ଧାୱନ୍ ଓ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ରୋହିତ ଶର୍ମା ପୁଣି ଫେଲ୍ ମାରିଥିଲେ। ଦଳୀୟ ସ୍କୋର ୪ରେ ପହଞ୍ଚିଥିବା ବେଳେ ୩ ରନ କରି ଆଉଟ ହୋଇଥିଲେ ବିଜୟ।  ତାଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିଲେ ରୋହିତ ଶର୍ମା ଶୂନରେ ଆଉଟ ହୋଇଥିଲେ।ଉଭୟଙ୍କୁ ମୋର୍କେଲ ଆଉଟ କରିଥିଲେ।  ଧାୱନ ଓ ଚେତ୍ତେଶ୍ୱର ପୂଜାରା ପାଳିକୁ ସମ୍ଭାଳିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଧାୱନ ୨୧ ରନ କରି ଆଉଟ ହେଲା ବେଳକୁ ଦଳୀୟ ସ୍କୋର ମାତ୍ର ୫୩ରେ ପହଞ୍ଚିଥିଲା। ସେ ଆଉଟ ହୋଇଯିବା ପରେ ଚେତ୍ତେଶ୍ୱର ପୂଜାରା ବେଶୀ ସମୟ ତିଷ୍ଠି ପାରି ନ ଥିଲେ। ଇମ୍ରାନ ତାହୀରଙ୍କ ବଲରେ ସେ ବୋଲ୍ଡ ହୋଇଥିଲେ। ୭୯ବଲରୁ ସେ ୨୮ ରନ କରିବାକ ସମର୍ଥ ହୋଇଥିଲେ। ତେବେ ବିରାଟ କୋହଲି ଓ ଆଜିଙ୍କ୍ୟ ରାହାଣେ ପାଳିକୁ ସମ୍ଭାଳି ନେଇଥିଲା। ଉଭୟ ଅର୍ଥଶତକ କରି ଅପରାଜିତ ଅଛନ୍ତି। କୋହଲି ୧୫୪ ଟି ବଲରୁ ୧୦ଟି ଚୌକା ସହାୟତାରେ ୮୩ ରନ କରି କ୍ରିଜରେ ରହିଥିବା ବେଳେ ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ରାହଣେ ୫୨ ରନ କରି ନଟ୍ ଆଉଟ ଅଛନ୍ତି।

ଦ.ଆଫ୍ରିକା ପକ୍ଷରୁ ମୋର୍କେଲ ୩ଟି ୱିକେଟ ନେଇଥିବା ବେଳେ ଇମ୍ରାନ ତାହିର ଗୋଟିଏ ୱିକେଟ ନେଇଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଏହି ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଭାରତ ୩୩୪ ରନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos