ପୁଣେରେ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ

ପୁଣେ: ଘରୋଇ ମାଟିରେ ଆଉ ସିରିଜ୍ ଜିତି ବିରାଟବାହିନୀ ନୂଆ ବର୍ଷରେ ଜବରଦସ୍ତ ଆରମ୍ଭ କରିଛି। ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ୭୮ ରନରେ ଶ୍ରୀଲଙ୍କାକୁ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଜିତିଛି। ଗୌହାଟୀରେ ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ଟି-୨୦ରେ ଭାରତ ୬ ୱିକେଟରେ ବିଜୟୀ ହୋଇଥିଲା। ଶୁକ୍ରବାର ଖେଳାଯାଇଥିବା ନିର୍ଣ୍ଣାୟକ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ […]

india1

india1

Ranjit Kumar Jena
  • Published: Friday, 10 January 2020
  • Updated: 10 January 2020, 10:22 PM IST

Sports

Latest News

ପୁଣେ: ଘରୋଇ ମାଟିରେ ଆଉ ସିରିଜ୍ ଜିତି ବିରାଟବାହିନୀ ନୂଆ ବର୍ଷରେ ଜବରଦସ୍ତ ଆରମ୍ଭ କରିଛି। ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ୭୮ ରନରେ ଶ୍ରୀଲଙ୍କାକୁ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଜିତିଛି। ଗୌହାଟୀରେ ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ଟି-୨୦ରେ ଭାରତ ୬ ୱିକେଟରେ ବିଜୟୀ ହୋଇଥିଲା। ଶୁକ୍ରବାର ଖେଳାଯାଇଥିବା ନିର୍ଣ୍ଣାୟକ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୨୦୧ ରନ୍ କରିଥିଲା। ଜବାବରେ ଭ୍ରମଣକାରୀ ଟିମ୍ ଘରୋଇ ବୋଲରଙ୍କୁ ସାମ୍ନା କରିନପାରି ୧୫.୫ ଓଭରରେ ୧୨୩ ରନରେ ସୀମିତ ରହିଥିଲା। ଭାରତ ପକ୍ଷରୁ ରାହୁଲ୍ ସର୍ବାଧିକ ୫୪ (୩୬ ବଲ୍‌, ୫ ଚୌକା, ୧ ଛକା) ଓ ଧୱନ୍ ୫୨ (୩୬ ବଲ୍‌, ୭ ଚୌକା, ୧ ଛକା) ରନ୍ କରିଥିଲେ।

ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ (ଏମସିଏ) ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଶ୍ରୀଲଙ୍କା କ୍ୟାପଟେନ୍ ଲସିଥ୍ ମାଲିଙ୍ଗା ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ଓ ଲୋକେଶ ରାହୁଲ ଆରମ୍ଭରୁ ହିଁ ଶ୍ରୀଲଙ୍କା ବୋଲରଙ୍କୁ ଆକ୍ରମଣ କରିଥିଲେ। ଦୁହେଁ ୩୦ ବଲରେ ୫୦ ରନ୍ ପୂରଣ କରିଥିଲେ। ଏହି ସିରିଜ୍ ଜରିଆରେ ପ୍ରତ୍ୟାବର୍ତ୍ତନ କରିଥିବା ଧୱନ୍ ଆକର୍ଷଣୀୟ ବ୍ୟାଟିଂ କରି ୩୪ ବଲରେ ନିଜର ଦଶମ ଅନ୍ତର୍ଜାତୀୟ ଟି-୨୦ ଅର୍ଦ୍ଧଶତକ ପୂରଣ କରିଥିଲେ।

ଧୱନ୍ ଅର୍ଦ୍ଧଶତକ ମାରିବା ପରେ ବଡ଼ ଶଟ୍ ଖେଳିବା ପ୍ରୟାସରେ ନିଜ ୱିକେଟ୍ ଦେଇ ବସିଥିଲେ। ଆଉଟ୍ ହେବା ପୂର୍ବରୁ ସେ ରାହୁଲଙ୍କ ସହ ମିଶି ପ୍ରଥମ ୱିକେଟ୍ ପାଇଁ ୯୭ ରନର ଭାଗୀଦାରୀ କରିଥିଲେ। ଦୀର୍ଘଦିନର ବ୍ୟବଧାନ ପରେ ସୁଯୋଗ ପାଇଥିବା ସଞ୍ଜୁ ସାମସନ୍ (୬) ବ୍ୟାଟିଂ କରିବାକୁ ଆସି ନିଜର ପ୍ରଥମ ବଲରେ ଛକା ମାରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ। କିନ୍ତୁ ପରବର୍ତ୍ତୀ ବଲରେ ସେ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ। ରାହୁଲ ୩୪ ବଲରେ ଅର୍ଦ୍ଧଶତକ ପୂରଣ କରିବା ପରେ ଲକଶନ୍ ସାଣ୍ଡାକାନଙ୍କ ଶିକାର ହୋଇଥିଲେ।

ଏହା ପରେ ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର୍ ମାତ୍ର ୪ ରନ୍ କରି ଆଉଟ୍ ହୋଇଥିଲେ। ୨୫ ରନ୍ ଭିତରେ ୪ ୱିକେଟ୍ ହରାଇବା ପରେ ଭାରତର ରନ୍ ସାମାନ୍ୟ ହ୍ରାସ ପାଇଥିଲା । ମନିଷ ପାଣ୍ଡେ ଓ କ୍ୟାପଟେନ୍ କୋହଲି ପୁଣିଥରେ ଭାରତର ଇନିଂସକୁ ସଜାଡ଼ିଥିଲେ। କୋହଲି ୧୭ ବଲରେ ୨ ଚୌକା ଓ ୧ ଛକା ସହ ୨୬ ରନ୍ କରି ରନଆଉଟ୍ ହୋଇଥିଲେ। କୋହଲିଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ୱାଶିଂଟନ୍ ସୁନ୍ଦର ଖାତା ଖୋଲିପାରିନଥିଲେ। ଶେଷଭାଗରେ ଶାର୍ଦ୍ଦୁଲ ଠାକୁର ବିସ୍ଫୋରକ ବ୍ୟାଟିଂ କରି ଦଳର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ।

ଶାର୍ଦ୍ଦୁଲ ମାତ୍ର ୮ ବଲରେ ୧ ଚୌକା ଓ ୨ ଛକା ସହ ୨୨ ଓ ମନିଷ ୧୮ ବଲରେ ୪ ଚୌକା ସହ ଅପରାଜିତ ୩୧ ରନ୍ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ସାଣ୍ଡାକାନ୍ ୩ଟି, ଲାହିରୁ କୁମାରା ଓ ହସରଙ୍ଗା ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। ସୂଚନାଯୋଗ୍ୟ, ଏହି ଭାରତୀୟ ତିନୋଟି ପରିବର୍ତ୍ତନ କରିଯାଇଥିଲା। କୁଲଦୀପ ଯାଦବ, ଋଷଭ ପନ୍ତ ଓ ଶିବମ୍ ଦୁବେ ବାଦ୍ ପଡ଼ିଥିବା ବେଳେ ୟୁଜବେନ୍ଦ୍ର ଚହଲ୍‌, ସଞ୍ଜୁ ସାମସନ୍ ଓ ମନିଷ ପାଣ୍ଡେ ଚୂଡ଼ାନ୍ତ ଏକାଦଶରେ ସାମିଲ୍ ହୋଇଥିଲେ।

ଜବାବରେ ଶ୍ରୀଲଙ୍କା ଟିମ୍ ଆରମ୍ଭରୁ ହିଁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଭ୍ରମଣକାରୀ ଦଳର ଆଞ୍ଜେଲୋ ମାଥ୍ୟୁସ୍ ଓ ୧୬ମାସ ପରେ ପ୍ରତ୍ୟାବର୍ତ୍ତନ କରିଥିବା ଆଞ୍ଜେଲୋ ମାଥ୍ୟୁସଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରି ନଥିଲେ। ଶ୍ରୀଲଙ୍କାର ଶୀର୍ଷ ଚାରି ବ୍ୟାଟ୍ସମ୍ୟାନ୍ ଯଥା ଦନୁସ୍କା ଗୁଣତିଳକ (୧), ଅଭିସ୍କା ଫର୍ଣ୍ଣାଣ୍ଡୋ (୯), କୁଶଲ ପରେରା (୭) ଓ ଓଶାଡା ଫର୍ଣ୍ଣାଣ୍ଡୋ (୭) ଦୁଇଅଙ୍କ ଛୁଇଁପାରିନଥିଲେ। ମଧ୍ୟକ୍ରମରେ ମାଥ୍ୟୁସ୍ ଓ ଧନଞ୍ଜୟ ପଞ୍ଚମ ୱିକେଟ୍ ପାଇଁ ୬୮ ରନ୍ ଯୋଡ଼ି ଦଳ ପାଇଁ ଆଶା ସଞ୍ଚାର କରିଥିଲେ।

ମାଥ୍ୟୁସ୍ ୨୦ ବଲରେ ୩୧ (୧ ଚୌକା, ୩ ଛକା) ରନ୍ କରି ଆଉଟ୍ ହେବା ପରେ ଶ୍ରୀଲଙ୍କାର ବିଜୟ ଆଶା ମଉଳି ଯାଇଥିଲା। ଧନଞ୍ଜୟ ଅର୍ଦ୍ଧଶତକ ମାରିଥିଲେ ହେଁ, ତାହା ଯଥେଷ୍ଟ ହୋଇନଥିଲା। ଧନଞ୍ଜୟ ୩୬ ବଲରେ ୮ ଚୌକା ଓ ୧ ଛକା ସହ ୫୭ ରନ୍ ନଭଦୀପ ସାଇନିଙ୍କ ବଲରେ ଆଉଟ୍ ହୋଇଥିଲେ। ନିମ୍ନକ୍ରମରେ ଦାସୁନ୍ ଶନକା (୯), ହସରଙ୍ଗା (୦), ସାଣ୍ଡାକାନ୍ (୧) ଓ ମାଲିଙ୍ଗା (୦) ନିରାଶ କରିଥିଲେ। ଭାରତ ପକ୍ଷରୁ ସାଇନି ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ। ସେହିପରି ଶାର୍ଦ୍ଦୁଲ ଠାକୁର ଓ ୱାଶିଂଟନ୍ ସୁନ୍ଦର ୨ଟି ଲେଖାଏ ଏବଂ ବୁମ୍ରା ଗୋଟିଏ ୱିକେଟ୍ ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story