ଭାରତକୁ ମିଳୁନି ୪ ନମ୍ବର ବ୍ୟାଟ୍ସମ୍ୟାନ୍‌: ଏହି ଦୁଇ ଖେଳାଳିଙ୍କ ନା ସୁପାରିସ କଲେ ଗାଭାସ୍କର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ମିଡିଲ୍‌ ଅର୍ଡରକୁ ନେଇ ଏବେ ଚିନ୍ତା। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ମିଡିଲ ଅର୍ଡର ସମ୍ପୂର୍ଣ୍ଣ ଫେଲ୍ ମାରିଥିଲା। ବିଶେଷ କରି ୪ନମ୍ବର ସ୍ଥାନ ପାଇଁ ଟିମ୍‌ ଇଣ୍ଡିଆ ଏବେ ସଂଘର୍ଷ କରୁଛି। ଦୀର୍ଘଦିନ ଧରି ୪ ନମ୍ବର ବ୍ୟାଟିଂ ଅର୍ଡର ପାଇଁ ଅନେକ ଖେଳାଳିଙ୍କୁ ସୁଯୋଗ ମିଳିଥିଲେ ମଧ୍ୟ କେହି ଏଥିରେ ସଫଳ ହୋଇନାହାଁନ୍ତି। ଏହି ପୋଜିସନ ପାଇଁ ଯୁବରାଜ ସିଂ ପୂର୍ବରୁ ଦଳରେ ଦୀର୍ଘ ସମୟ ଧରି ଖେଳିଆସୁଥିଲେ। […]

team-india-huddle-vs-ireland-1462458927-800

team-india-huddle-vs-ireland-1462458927-800

Rakesh Mallick
  • Published: Friday, 10 November 2017
  • Updated: 10 November 2017, 09:49 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ମିଡିଲ୍‌ ଅର୍ଡରକୁ ନେଇ ଏବେ ଚିନ୍ତା। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ମିଡିଲ ଅର୍ଡର ସମ୍ପୂର୍ଣ୍ଣ ଫେଲ୍ ମାରିଥିଲା। ବିଶେଷ କରି ୪ନମ୍ବର ସ୍ଥାନ ପାଇଁ ଟିମ୍‌ ଇଣ୍ଡିଆ ଏବେ ସଂଘର୍ଷ କରୁଛି। ଦୀର୍ଘଦିନ ଧରି ୪ ନମ୍ବର ବ୍ୟାଟିଂ ଅର୍ଡର ପାଇଁ ଅନେକ ଖେଳାଳିଙ୍କୁ ସୁଯୋଗ ମିଳିଥିଲେ ମଧ୍ୟ କେହି ଏଥିରେ ସଫଳ ହୋଇନାହାଁନ୍ତି। ଏହି ପୋଜିସନ ପାଇଁ ଯୁବରାଜ ସିଂ ପୂର୍ବରୁ ଦଳରେ ଦୀର୍ଘ ସମୟ ଧରି ଖେଳିଆସୁଥିଲେ। ଯୁବରାଜ ଟିମ୍‌ରେ ସ୍ଥାନ ନ ପାଇବାରୁ ତାଙ୍କ ସ୍ଥାନରେ କେଏଲ୍‌ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ମନିଷ ପାଣ୍ଡେ, କେଦାର ଯାଦବ ଓ ଦିନେଶ କାର୍ତିକଙ୍କୁ ସୁଯୋଗ ମିଳିସାରିଛି। ହେଲେ କୌଣସି ଖେଳାଳି ଏହି ଅର୍ଡରରେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି। ଏଭଳି ପରିସ୍ଥିତିରେ କିମ୍ବଦନ୍ତୀ କ୍ରିକେଟ୍‌ର ସୁନିଲ ଗାଭାସ୍କର ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଏବେ ଚୟନକର୍ତ୍ତାଙ୍କୁ ଏହି ବିଷୟରେ ଚିନ୍ତାକରିବାର ସମୟ ଆସିଛି। ସେ କହିଛନ୍ତି ଏହି ଅର୍ଡର ପାଇଁ ଯୁବରାଜ ଓ ରାଇନା ଫିଟ୍‌ ତେଣୁ ଏହି ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିବା ଉଚିତ୍‌। ସେ ଏହା ମଧ୍ୟ କହିଛନ୍ତି ଶିଖର ଧାୱନଙ୍କ ବ୍ୟତିତ ଅନ୍ୟ ସମସ୍ତେ ରାଇଟ୍ ହ୍ୟାଣ୍ଡ ବ୍ୟାଟ୍ସମ୍ୟାନ୍‌। ତେଣୁ ଟିମ୍‌ରେ ରାଇଟ୍‌ ହ୍ୟାଣ୍ଟ ଓ ଲେପ୍ଟ ହ୍ୟାଣ୍ଡ କମ୍ବିନେସନ ରହିବା ଦରକାର। ସେଥିପାଇଁ ଯୁବରାଜ କିମ୍ବା ରାଇନାଙ୍କୁ ଦଳରେ ସ୍ଥାନ ମିଳୁ ବୋଲି ଗାଭାସ୍କର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos