ବାରବାଟୀ ଟି-୨୦: ଆଜିଠୁ ଟିକେଟ ବିକ୍ରି ଆରମ୍ଭ

କଟକ: ଡିସେମ୍ବର ୨୦ତାରିଖରେ ବାରବାଟୀରେ ହେବାକୁ ଥିବା ଭାରତ ଓ ଶ୍ରୀଲଙ୍କା ଟି-୨୦ ମ୍ୟାଚ୍‌ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ ପାଇଁ ଆଜିଠୁ ଅନଲାଇନ୍ ଟିକେଟ୍ ବିକ୍ରି ହୋଇଛି। ୱେବସାଇଟ୍ get2thegames.comରେ ଖେଳପ୍ରେମୀ ଟିକେଟ୍ ବୁକ୍ କରିପାରିବେ। ସେହିପରି ଡିସେମ୍ବର ୧୪ ଓ ୧୫ ତାରିଖରେ ଓସିଏ, ବିସିସିଆଇ ଅନୁବନ୍ଧିତ କ୍ଲବ, ସ୍କୁଲ ଓ କଲେଜଗୁଡ଼ିକ ପାଇଁ ଟିକେଟ୍ ବିକ୍ରି କରାଯିବ।  ଆସନ୍ତା ୧୬ ଓ ୧୭ ତାରିଖରେ ବାରବାଟୀରେ ୩ଟି କାଉଣ୍ଟରରେ ସାଧାରଣ ଦର୍ଶକଙ୍କ […]

barabati

barabati

Rakesh Mallick
  • Published: Monday, 20 November 2017
  • Updated: 20 November 2017, 08:48 AM IST

Sports

Latest News

କଟକ: ଡିସେମ୍ବର ୨୦ତାରିଖରେ ବାରବାଟୀରେ ହେବାକୁ ଥିବା ଭାରତ ଓ ଶ୍ରୀଲଙ୍କା ଟି-୨୦ ମ୍ୟାଚ୍‌ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ ପାଇଁ ଆଜିଠୁ ଅନଲାଇନ୍ ଟିକେଟ୍ ବିକ୍ରି ହୋଇଛି। ୱେବସାଇଟ୍ get2thegames.comରେ ଖେଳପ୍ରେମୀ ଟିକେଟ୍ ବୁକ୍ କରିପାରିବେ।

ସେହିପରି ଡିସେମ୍ବର ୧୪ ଓ ୧୫ ତାରିଖରେ ଓସିଏ, ବିସିସିଆଇ ଅନୁବନ୍ଧିତ କ୍ଲବ, ସ୍କୁଲ ଓ କଲେଜଗୁଡ଼ିକ ପାଇଁ ଟିକେଟ୍ ବିକ୍ରି କରାଯିବ।  ଆସନ୍ତା ୧୬ ଓ ୧୭ ତାରିଖରେ ବାରବାଟୀରେ ୩ଟି କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ନିମନ୍ତେ ଟିକେଟ୍ ବିକ୍ରି କରାଯିବ। ୧ ଓ ୩ ନମ୍ବର ଗ୍ୟାଲେରୀର ମୂଲ୍ୟ୬୦୦ ଟଙ୍କା ଏବଂ  ୨ ଓ ୪ ନମ୍ବର ଗ୍ୟାଲେରୀ ମୂଲ୍ୟ ୫୦୦ଟଙ୍କା ରହିଛି।

ସେହିପରି ୬ ଓ ୭ ନମ୍ବର ଗ୍ୟାଲେରୀ ମୂଲ୍ୟ ରହିଛି ୪୦୦ଟଙ୍କା।  ଅନ୍ୟପଟେ ସ୍ପେଶାଲ ଏନକ୍ଲୋଜର ୩ ହଜାର, ନ୍ୟୁ ପ୍ୟାଭିଲିୟନ ଓ ଏସି ବକ୍ସ ପାଇଁ ୫୦୦୦ଏବଂ କର୍ପୋରେଟ୍ ବକ୍ସର ମୂଲ୍ୟ ୮୦୦୦ଟଙ୍କା ରହିଥିବା ଓସିଏ ପକ୍ଷରୁ କୁହାଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos