ଦିନିକିଆ ଓ ଟି-ଟ୍ୱେଣ୍ଟିରେ ଖସିଲା ଭାରତର ମାନ୍ୟତା

ଦୁବାଇ: ଉଭୟ ଦିନିକିଆ ଓ ଟି-ଟ୍ୱେଣ୍ଟିରେ ଭାରତର ମାନ୍ୟତା ଖସିଛି। ଆଇସିସିର ସଦ୍ୟତମ ମାନ୍ୟତା ତାଲିକାରୁ ଏହା ଜଣାପଡ଼ିଛି। ଟି-ଟ୍ୱେଣ୍ଟିରେ ଭାରତ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ପ୍ରଥମ ସ୍ଥାନରେ ରହିଛି ନ୍ୟୁଜିଲାଣ୍ଡ। ସେହିପରି ୱେଷ୍ଟଇଣ୍ଡିଜ୍ ତୃତୀୟ, ଦକ୍ଷିଣ ଆଫ୍ରିକା ଚତୁର୍ଥ, ଇଂଲଣ୍ଡ ପଞ୍ଚମ, ଅଷ୍ଟ୍ରେଲିଆ ଷଷ୍ଠ, ପାକିସ୍ତାନ ସପ୍ତମ, ଶ୍ରୀଲଙ୍କା ଅଷ୍ଟମ, ଆଫଗାନିସ୍ତାନ ନବମ ଓ ବାଂଲାଦେଶ ଦଶମ ସ୍ଥାନରେ ରହିଛି। ଦିନିକିଆରେ ଅଷ୍ଟ୍ରେଲିଆ ୧ ନମ୍ବରରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି। […]

dhoni-kohali

Rakesh Mallick
  • Published: Wednesday, 04 May 2016
  • , Updated: 04 May 2016, 11:31 AM IST

ଦୁବାଇ: ଉଭୟ ଦିନିକିଆ ଓ ଟି-ଟ୍ୱେଣ୍ଟିରେ ଭାରତର ମାନ୍ୟତା ଖସିଛି। ଆଇସିସିର ସଦ୍ୟତମ ମାନ୍ୟତା ତାଲିକାରୁ ଏହା ଜଣାପଡ଼ିଛି।

ଟି-ଟ୍ୱେଣ୍ଟିରେ ଭାରତ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ପ୍ରଥମ ସ୍ଥାନରେ ରହିଛି ନ୍ୟୁଜିଲାଣ୍ଡ। ସେହିପରି ୱେଷ୍ଟଇଣ୍ଡିଜ୍ ତୃତୀୟ, ଦକ୍ଷିଣ ଆଫ୍ରିକା ଚତୁର୍ଥ, ଇଂଲଣ୍ଡ ପଞ୍ଚମ, ଅଷ୍ଟ୍ରେଲିଆ ଷଷ୍ଠ, ପାକିସ୍ତାନ ସପ୍ତମ, ଶ୍ରୀଲଙ୍କା ଅଷ୍ଟମ, ଆଫଗାନିସ୍ତାନ ନବମ ଓ ବାଂଲାଦେଶ ଦଶମ ସ୍ଥାନରେ ରହିଛି।

ଦିନିକିଆରେ ଅଷ୍ଟ୍ରେଲିଆ ୧ ନମ୍ବରରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ୧୨୪ ପଏଣ୍ଟ ପାଇଥିବା ବେଳେ ନ୍ୟୁଜିଲାଣ୍ଡ ୧୧୩ ପଏଣ୍ଟ ପାଇଛି। ୧୧୨ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ତୃତୀୟ ସ୍ଥାନରେ ରହିଥିବା ବେଳେ ୧୦୯ ପଏଣ୍ଟ ପାଇଁ ଚତୁର୍ଥ ସ୍ଥାନରେ ରହିଛି ଭାରତ।

ଇଂଲଣ୍ଡ (୧୦୩ ପଏଣ୍ଟ୍) ଷଷ୍ଠ ସ୍ଥାନରେ ରହିଥିବା ବେଳେ ବାଂଲାଦେଶ (୯୮ ପଏଣ୍ଟ୍) ସପ୍ତମ, ୱେଷ୍ଟଇଣ୍ଡିଜ୍ (୮୮ ପଏଣ୍ଟ୍‌) ଅଷ୍ଟମ, ପାକିସ୍ତାନ (୮୭ ପଏଣ୍ଟ୍) ନବମ, ଆଫ୍‌ଗାନିସ୍ତାନ (୫୧ ପଏଣ୍ଟ୍) ଦଶମ ଓ ଜିମ୍ବାୱେ (୪୭ ପଏଣ୍ଟ) ୧୧ଶ ସ୍ଥାନରେ ରହିଛନ୍ତି।

Related story