ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ନ୍ୟୁଜିଲାଣ୍ଡ ଠାରୁ ଭାରତର ଲଜ୍ଜାଜନକ ପରାଜୟ

ଦୁବାଇ: ଭାରତର ଲଜ୍ଜାଜନକ ପରାଜୟ। ନ୍ୟୁଜିଲାଣ୍ଡଠାରୁ ଶୋଚନୀୟ ଭାବେ ହାରିଲା ଟିମ୍‌ ଇଣ୍ଡିଆ। ଆଇସିସି ପରିଚାଳିତ ଟି-୨୦ ବିଶ୍ୱକପ୍‌ର ମ୍ୟାଚ୍‌ରେ ଆଜି ନ୍ୟୁଜିଲାଣ୍ଡ ଭାରତକୁ ୮ ୱିକେଟ୍‌ରେ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ପରେ ଓପନିଂ ପାଇଁ ଓହ୍ଲାଇଥିଲେ କେଏଲ ରାହୁଲ ଓ ଈଶାନ କିଷନ। ତେବେ ଈଶାନ ମାତ୍ର ୪ ରନ କରି ଆଉଟ୍ ହେବା ପରେ ରାହୁଲ ମାତ୍ର ୧୬ ରନ୍ କରିବାକୁ ସମର୍ଥ ହୋଇଥିଲେ। ସେହିଭଳି ରୋହିତ […]

team

team

Tapas Behera
  • Published: Sunday, 31 October 2021
  • Updated: 02 November 2021, 09:02 AM IST

Sports

Latest News

ଦୁବାଇ: ଭାରତର ଲଜ୍ଜାଜନକ ପରାଜୟ। ନ୍ୟୁଜିଲାଣ୍ଡଠାରୁ ଶୋଚନୀୟ ଭାବେ ହାରିଲା ଟିମ୍‌ ଇଣ୍ଡିଆ। ଆଇସିସି ପରିଚାଳିତ ଟି-୨୦ ବିଶ୍ୱକପ୍‌ର ମ୍ୟାଚ୍‌ରେ ଆଜି ନ୍ୟୁଜିଲାଣ୍ଡ ଭାରତକୁ ୮ ୱିକେଟ୍‌ରେ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ପରେ ଓପନିଂ ପାଇଁ ଓହ୍ଲାଇଥିଲେ କେଏଲ ରାହୁଲ ଓ ଈଶାନ କିଷନ। ତେବେ ଈଶାନ ମାତ୍ର ୪ ରନ କରି ଆଉଟ୍ ହେବା ପରେ ରାହୁଲ ମାତ୍ର ୧୬ ରନ୍ କରିବାକୁ ସମର୍ଥ ହୋଇଥିଲେ। ସେହିଭଳି ରୋହିତ ଶର୍ମାଙ୍କ ଇଂନିସ  ୧୪ ରନ୍‌ରେ ଶେଷ ହୋଇଥିଲା ବେଳେ କ୍ୟାପଟେନ୍ କୋହଲି ମାତ୍ର ୯ ରନରେ ପାଭଲିୟନ ଫେରି ଦର୍ଶକଙ୍କୁ ନିରାଶ କରିଛନ୍ତି।

ନ୍ୟୁଜିଲାଣ୍ଡର ସାଉଦି, ବୋଲ୍ଟ ଓ ସୋଧିଙ୍କ ମାପଚୁପ ବୋଲିଂ ଆଗରେ ହାର ମାନିଥିଲେ  ଭାରତୀୟ ଟପ୍ ଓ ମିଡିଲ ଅର୍ଡର। ଦଳ ପକ୍ଷରୁ କୌଣସି ଜଣେ ହେଲେ ବ୍ୟାଟମ୍ୟାନ୍ ଅର୍ଦ୍ଧଶତକ କରିବାକୁ ମଧ୍ୟ ସମର୍ଥ ହୋଇ ନାହାନ୍ତି। ଆଜିର ମ୍ୟାଚ୍ ଉଭୟ ଟିମ୍ ପାଇଁ କର ବା ମର ଭଳି ସ୍ଥିତି ଥିଲା। କାହିଁକିନା ଉଭୟ ଦଳ ପାକିସ୍ତାନ ଠାରୁ ହାରିଥିଲେ। ଏହି ବିଜୟ ପରେ ନ୍ୟୁଜିଲାଣ୍ଡ ଟିମ୍ ପାଇଁ ସେମିଫାଇନାଲ୍ ରାସ୍ତା ସହଜ ହୋଇଛି।

ଭାରତ ୨୦ ଓଭରରେ ୭ଟି ୱିକେଟ୍‌ ହରାଇ ୧୧୦ ରନ୍‌ କରିଥିଲା। ଫଳରେ ନ୍ୟୁଜିଲାଣ୍ଡକୁ ୧୧୧ ରନ୍‌ ବିଜୟ ଲକ୍ଷ୍ୟ ମିଳିଥିଲା। ଏହାକୁ ନ୍ୟୁଜିଲାଣ୍ଡ ୧୪.୩ ଓଭରରେ ୨ଟି ୱିକେଟ ହରାଇ ହାସଲ କରିଛି। ନ୍ୟୁଜିଲାଣ୍ଡ ପାଇଁ ମାର୍ଟିନ ଗୁପଟିଲ ଓ ଡାରିଏଲ ମିଚେଲ ଇନିଂସ ଆରମ୍ଭ କରିଥିଲେ। ଉଭୟ ଆରମ୍ଭରୁ ଭଲ ଖେଳିଥିଲେ। ନ୍ୟୁଜିଲାଣ୍ଡ ୨୪ ରନ୍‌ରେ ଗୁପଟିଲ (୨୦ ରନ୍‌)ଙ୍କୁ ହରାଇଥିଲା। ଜସପ୍ରୀତ ବୁମରାଙ୍କ ବଲ୍‌ରେ ଶାର୍ଦ୍ଦୁଲ ଠାକୁରଙ୍କ ଦ୍ୱାରା  କ୍ୟାଚ ଆଉଟ୍‌ ହେବା ପୂର୍ବରୁ ଗୁପଟିଲ ୧୭ଟି ବଲ୍‌ ଖେଳି ୩ଟି ଚୌକା ସହାୟତାରେ ଏହି ରନ୍‌ କରିଥିଲେ। ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ଦ୍ୱିତୀୟ ଉଇକେଟ୍‌ ହରାଇଥିଲା।

ତେବେ ଓପନର ଦ୍ୱୟଙ୍କ ଭଲ ପ୍ରଦର୍ଶନ ଫଳରେ ନ୍ୟୁଜିଲାଣ୍ଡ ଏହି ମ୍ୟାଚକୁ ସହଜରେ ଜିତିଛି। ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ଅପରାଜିତ ୩୩ ରନ୍‌ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos