ବ୍ୟାଡମିଣ୍ଟନ୍ ଏସିଆ ଟିମ୍ ଚାମ୍ପିୟନଶିପ୍‌: ପଦକ ପକ୍କା କଲା ଭାରତ

ମାନିଲା (ଫିଲିପାଇନ୍ସ): ଲକ୍ଷ୍ୟ ସେନ୍ ଏବଂ ଡବଲ୍ସ ଟିମର ଦମଦାର ପ୍ରଦର୍ଶନ ବଳରେ ଭାରତ ଏଠାରେ ଚାଲିଥିବା ବ୍ୟାଡମିଣ୍ଟନ୍ ଏସିଆ ଟିମ୍ ଚାମ୍ପିୟନଶିପର ସେମିଫାଇନାଲରେ ପହଞ୍ଚି ପଦକ ନିଶ୍ଚିତ କରିଛି। ଶୁକ୍ରବାର ଭାରତୀୟ ପୁରୁଷ ଟିମ୍ କ୍ୱାର୍ଟରଫାଇନାଲରେ ଥାଇଲ୍ୟାଣ୍ଡକୁ ୩-୨ରେ ହରାଇ ଅନ୍ତିମ-୪ରେ ସ୍ଥାନ ପକ୍କା କରିଛି। କ୍ୱାର୍ଟରରେ ଯେଉଁଠି ସାଇ ପ୍ରଣୀତ ଓ କିଦାମ୍ବୀ ଶ୍ରୀକାନ୍ତଙ୍କ ଭଳି ଅଭିଜ୍ଞ ଖେଳାଳି ସିଙ୍ଗଲ୍ସରେ ପରାଜୟର ମୁହଁ ଦେଖିଛନ୍ତି, ସେହିଠାରେ ଲକ୍ଷ୍ୟ ସେନ୍ ଓ ଡବଲ୍ସ ଟିମ୍ କମାଲ୍ […]

badminton

badminton

Ranjit Kumar Jena
  • Published: Friday, 14 February 2020
  • Updated: 14 February 2020, 08:44 PM IST

ମାନିଲା (ଫିଲିପାଇନ୍ସ): ଲକ୍ଷ୍ୟ ସେନ୍ ଏବଂ ଡବଲ୍ସ ଟିମର ଦମଦାର ପ୍ରଦର୍ଶନ ବଳରେ ଭାରତ ଏଠାରେ ଚାଲିଥିବା ବ୍ୟାଡମିଣ୍ଟନ୍ ଏସିଆ ଟିମ୍ ଚାମ୍ପିୟନଶିପର ସେମିଫାଇନାଲରେ ପହଞ୍ଚି ପଦକ ନିଶ୍ଚିତ କରିଛି। ଶୁକ୍ରବାର ଭାରତୀୟ ପୁରୁଷ ଟିମ୍ କ୍ୱାର୍ଟରଫାଇନାଲରେ ଥାଇଲ୍ୟାଣ୍ଡକୁ ୩-୨ରେ ହରାଇ ଅନ୍ତିମ-୪ରେ ସ୍ଥାନ ପକ୍କା କରିଛି। କ୍ୱାର୍ଟରରେ ଯେଉଁଠି ସାଇ ପ୍ରଣୀତ ଓ କିଦାମ୍ବୀ ଶ୍ରୀକାନ୍ତଙ୍କ ଭଳି ଅଭିଜ୍ଞ ଖେଳାଳି ସିଙ୍ଗଲ୍ସରେ ପରାଜୟର ମୁହଁ ଦେଖିଛନ୍ତି, ସେହିଠାରେ ଲକ୍ଷ୍ୟ ସେନ୍ ଓ ଡବଲ୍ସ ଟିମ୍ କମାଲ୍ କରି ଭାରତକୁ ବିଜୟୀ କରାଇଛନ୍ତି। ସେମିଫାଇନାଲରେ ଭାରତର ସାମ୍ନା ଇଣ୍ଡୋନେସିଆ ସହ ହେବ।

ବିଶ୍ୱର ଏକ ନମ୍ବର ଖେଳାଳି ସାଇ ସିଙ୍ଗଲ୍ସରେ ୨୧-୧୪,୧୪-୨୧, ୨୧-୧୨ ଗେମରେ କାଣ୍ଟାଫୋନ୍ ୱାଙ୍ଗଚାରୋଇନଙ୍କ ନିକଟରୁ ପରାସ୍ତ ହୋଇଥିଲେ। ଦ୍ୱିତୀୟ ସିଙ୍ଗଲ୍ସ ମୁକାବିଲାରେ ମଧ୍ୟ ଶ୍ରୀକାନ୍ତ ପରାଜୟର ସମ୍ମୁଖୀନ ହୋଇଥିଲେ। ଶ୍ରୀକାନ୍ତ ୨୦-୨୨, ୧୪-୨୧ ଗେମରେ କୁନଲାଭୁତ୍ ବିଦିତସାର୍ନଙ୍କଠାରୁ ହାରିଯାଇଥିଲେ। ଲଗାତାର ଦୁଇଟି ମ୍ୟାଚ୍ ହାରିବା ପରେ ଭାରତ ଚାପକୁ ଆସିଯାଇଥିଲା।

ସେମିରେ ସ୍ଥାନ ହାସଲ କରିବା ପାଇଁ ଭାରତକୁ ଶେଷ ତିନୋଟି ମ୍ୟାଚରେ ନିଶ୍ଚିତ ବିଜୟ ଆବଶ୍ୟକ ହେଉଥିଲା। ତେବେ ଏହାକୁ ଅସମ୍ଭବକୁ ସମ୍ଭବ କରିଥିଲେ ଲକ୍ଷ୍ୟ ଓ ଡବଲ୍ସ ଟିମ୍। ତୃତୀୟ ତଥା ଡବଲ୍ସ ମୁକାବିଲାରେ ଧ୍ରୁବ କପିଲା ଓ ଏମଆର୍ ଅର୍ଜୁନ ଦମଦାର ଖେଳ ଦେଖାଇଥିଲେ ଏବଂ ୨୧-୧୮, ୨୨-୨୦ ଗେମରେ କିଟ୍ଟିନୁପୋଙ୍ଗ କେର୍ଡେନ୍ ଓ ତାନୁପାତ୍ ଭିରିୟାଙ୍ଗକୁରାଙ୍କୁ ହରାଇ ଭାରତକୁ ପ୍ରତ୍ୟାବର୍ତ୍ତନ କରାଇଥିଲେ।

ଚତୁର୍ଥ ମୁକାବିଲାରେ ଲକ୍ଷ୍ୟ ସିଙ୍ଗଲ୍ସ ଲଢ଼େଇରେ ଚମତ୍କାର ପ୍ରଦର୍ଶନ ସୁପାନ୍ୟୁ ଆଭିହିଙ୍ଗସାନନଙ୍କୁ ୨୧-୧୯, ୨୧-୧୮ ଗେମରେ ହରାଇ ମ୍ୟାଚକୁ ୨-୨ରେ ବରାବର କରାଇଥିଲେ। ନିର୍ଣ୍ଣାୟକ ତଥା ପଞ୍ଚମ ମୁକାବିଲାରେ ଚିରାଗ ସେଟ୍ଟୀ ଓ ଶ୍ରୀକାନ୍ତଙ୍କ ଡବଲ୍ସ ଯୋଡ଼ି ପ୍ରତିପକ୍ଷ ଦଳର ମାନୀପୋଙ୍ଗ ଜୋଙ୍ଗଜିତ୍ ଓ ନିପିତଫୋନ୍ ଫୁଆଙ୍ଗଫୁଆପେଟ୍ ଯୋଡିଙ୍କୁ ୨୧-୧୫, ୧୬-୨୧, ୨୧-୧୫ ଗେମରେ ହରାଇ କ୍ୱାର୍ଟର୍ ମୁକାବିଲାକୁ ଭାରତ ସପକ୍ଷରେ କରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story