ମୁମ୍ବାଇ ଟି-ଟ୍ୱେଣ୍ଟି ଜିତିଲେ ବି ଭାରତ ଏହି କାରଣରୁ ପାକିସ୍ତାନକୁ ଟପି ପାରିବ ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଓ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ତୃତୀୟ ମ୍ୟାଚ୍‌ ଆଜି ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଖେଳାଯାଉଛି। ପୂର୍ବରୁ ଟିମ୍‌ ଇଣ୍ଡିଆ ଦୁଇଟି ମ୍ୟାଚ୍‌ ଜିତି ସିରିଜ ହାତେଇସାରିଛି। ଆଜିର ମ୍ୟାଚ୍‌ ଯଦି ଟିମ୍‌ ଇଣ୍ଡିଆ ଜିତିବ ତେବେ ଆଇସିସି ମାନ୍ୟତାରେ ଟିମ୍‌ ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନରେ ପହଞ୍ଚିବ। ବର୍ତ୍ତମାନ ପାକିସ୍ତାନ ୧୨୪ ରେଟିଂ ପାଇଁ ଟି-ଟ୍ୱେଣ୍ଟିରେ ଆଇସିସି ମାନ୍ୟତାରେ ୧ନଂ ରହିଛି। ଭାରଚ ବର୍ତ୍ତମାନ […]

india-vs-pak-cricket-daily-sun

india-vs-pak-cricket-daily-sun

Rakesh Mallick
  • Published: Sunday, 24 December 2017
  • Updated: 24 December 2017, 10:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଓ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ତୃତୀୟ ମ୍ୟାଚ୍‌ ଆଜି ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଖେଳାଯାଉଛି। ପୂର୍ବରୁ ଟିମ୍‌ ଇଣ୍ଡିଆ ଦୁଇଟି ମ୍ୟାଚ୍‌ ଜିତି ସିରିଜ ହାତେଇସାରିଛି। ଆଜିର ମ୍ୟାଚ୍‌ ଯଦି ଟିମ୍‌ ଇଣ୍ଡିଆ ଜିତିବ ତେବେ ଆଇସିସି ମାନ୍ୟତାରେ ଟିମ୍‌ ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନରେ ପହଞ୍ଚିବ। ବର୍ତ୍ତମାନ ପାକିସ୍ତାନ ୧୨୪ ରେଟିଂ ପାଇଁ ଟି-ଟ୍ୱେଣ୍ଟିରେ ଆଇସିସି ମାନ୍ୟତାରେ ୧ନଂ ରହିଛି। ଭାରଚ ବର୍ତ୍ତମାନ ୧୨୦ ରେଟିଂ ସହ ତୃତୀୟ ସ୍ଥାନରେ ଅଛି। ଯଦି ଟିମ୍ ଇଣ୍ଡିଆ ଆଜିର ମ୍ୟାଚ୍ ଜିତୁଛି ତଥାବି ଦ୍ୱିତୀୟ ସ୍ଥାନରେ ରହିବ।

ପୂର୍ବରୁ ଭାରତ କଟକ ବାରବାଟୀ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୯୩ ରନରେ ହରାଇଥିବା ବେଳେ ଇନ୍ଦୋର ମ୍ୟାଚ୍‌ରେ ୮୮ ରନରେ ପରାସ୍ତ କରିଥିଲା। ଶେଷ ମ୍ୟାଚ୍‌ ମୁମ୍ବାଇ ଠାରେ ଖେଳାଯାଉଥିବାରୁ ଏହି ମ୍ୟାଚ୍ ଜିତି ଭାରତ କ୍ଲିନ୍‌ ସୁଇପ କରିବାକୁ ଲକ୍ଷ୍ୟ ରଖିଛି।ଟିମ୍‌ ଇଣ୍ଡିଆ ଘରୋଇ ପରିବେଷରେ ଏହି ଫର୍ମାଟରେ କେବେବି ୩ଟି ମ୍ୟାଚ୍‌ ଜିତି କ୍ଲିନ୍‌ ସୁଇପ କରିନାହିଁ। ତେଣୁ ଆଜିର ମ୍ୟାଚ୍ ଯଦି ଇଣ୍ଡିଆ ଜିତିଲା ତେବେ ଏହି ସ୍ୱପ୍ନ ପୂରଣ ହେବ।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ରୋହିତ ଅଧିନାୟକ ଭାବେ ଉଭୟ ସିରିଜରେ ଜବର୍‌ଦସ୍ତ ଖେଳ ପ୍ରଦର୍ଶନ କରି ଟିମ୍‌କୁ ଜିତାଇବା ସହ ବିଶ୍ୱ ରେକର୍ଡ କରିଛନ୍ତି। ରୋହିତ ଦ୍ୱିତୀୟ ଦିନିକିଆରେ ଦ୍ୱିଶତକ ହାସଲ କରିବା ସହ ମୋଟ ୩ଟି ଦ୍ୱିଶତକ ହାସଲ କରିବାରେ ସେ ଏକମାତ୍ର ବ୍ୟାଟ୍ସମ୍ୟାନ ପାଲଟି ଯାଇଛନ୍ତି। ଏହାସହ ଟି-ଟ୍ୱଣ୍ଟିରେ ବି ସେ ସବୁଠୁ ଦ୍ରୁତ ଶତକ ହାସଲ କରି ଏକ ରେକର୍ଡ ସ୍ଥାପନ କରିଛନ୍ତି। ଏହି ଫର୍ମାଟରେ ସବୁଠୁ ଦ୍ରୁତ ଶତକ ହାସଲ କରିଥିବା ଦକ୍ଷିଣ ଆଫ୍ରିକାର ଡେଭିଡ଼ ମିଲରଙ୍କ ସମକକ୍ଷ ହୋଇଛନ୍ତି ରୋହିତ। ଏହାପୂର୍ବରୁ କେବଳ ମିଲର୍‌ ୩୫ ବଲରୁ ଶତକ ହାସଲ କରିଛନ୍ତି।

https://www.youtube.com/watch?v=Ow4J5nxJ388

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos