ଶନିବାରଠାରୁ ଏଫଆଇଏଚ୍ ପ୍ରୋ ଲିଗ୍‌: କଳିଙ୍ଗରେ ଭାରତ-ନେଦରଲ୍ୟାଣ୍ଡ୍ ଲଢ଼େଇ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଫଆଇଏଚ୍ ପ୍ରୋ ଲିଗ୍ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଲିଗ୍ ଜରିଆରେ ଭାରତୀୟ ହକି ଟିମ୍ ଅଲିମ୍ପିକ୍ ପାଇଁ ତା’ର ପ୍ରସ୍ତୁତିର ମଧ୍ୟ ଶୁଭାରମ୍ଭ କରିବ। ଭାରତ ଶେଷ ପ୍ରୋ ଲିଗରେ ଖେଳିନଥିଲା, କିନ୍ତୁ ଏଥର ଘରୋଇ ଦଳର ଶୁଭାରମ୍ଭ ୨୦୧୯ ପ୍ରୋ ଲିଗ୍ ଏବଂ ୟୁରୋପିଆନ୍ ଚାମ୍ପିୟନଶିପ୍ ବ୍ରୋଞ୍ଜ ପଦକ ବିଜେତା ନେଦରଲ୍ୟାଣ୍ଡ୍ ବିପକ୍ଷରେ ହେବ। ପ୍ରଥମ ମ୍ୟାଚ୍ ଶନିବାର ଏବଂ ଦ୍ୱିତୀୟ ମ୍ୟାଚ୍ ରବିବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। […]

hockey

Ranjit Kumar Jena
  • Published: Friday, 17 January 2020
  • , Updated: 17 January 2020, 08:31 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଫଆଇଏଚ୍ ପ୍ରୋ ଲିଗ୍ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଲିଗ୍ ଜରିଆରେ ଭାରତୀୟ ହକି ଟିମ୍ ଅଲିମ୍ପିକ୍ ପାଇଁ ତା'ର ପ୍ରସ୍ତୁତିର ମଧ୍ୟ ଶୁଭାରମ୍ଭ କରିବ। ଭାରତ ଶେଷ ପ୍ରୋ ଲିଗରେ ଖେଳିନଥିଲା, କିନ୍ତୁ ଏଥର ଘରୋଇ ଦଳର ଶୁଭାରମ୍ଭ ୨୦୧୯ ପ୍ରୋ ଲିଗ୍ ଏବଂ ୟୁରୋପିଆନ୍ ଚାମ୍ପିୟନଶିପ୍ ବ୍ରୋଞ୍ଜ ପଦକ ବିଜେତା ନେଦରଲ୍ୟାଣ୍ଡ୍ ବିପକ୍ଷରେ ହେବ। ପ୍ରଥମ ମ୍ୟାଚ୍ ଶନିବାର ଏବଂ ଦ୍ୱିତୀୟ ମ୍ୟାଚ୍ ରବିବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।

ନେଦରଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚ୍ ପରେ ଭାରତ ତା'ର ପରବର୍ତ୍ତୀ ମ୍ୟାଚରେ ବିଶ୍ୱ ଚାମ୍ପିୟନ୍ ବେଲଜିୟମକୁ ଫେବୃଆରୀ ୮ ଓ ୯ ତାରିଖରେ ଭେଟିବ। ଏହା ପରେ ୨୨ ଓ ୨୩ ଫେବୃଆରୀରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ଖେଳାଯିବ। ଭାରତ ଏହା ପରେ ଜର୍ମାନୀ ସହ (ଏପ୍ରିଲ୍ ୨୫ ଓ ୨୬) ଏବଂ ଗ୍ରେଟ୍ ବ୍ରିଟେନ୍ (ମେ' ୨ ଓ ୩) ସହ ମ୍ୟାଚ୍ ଖେଳିବ। ଏହା ପରେ ଭାରତ ପୁଣିଥରେ ଘରୋଇ ଭେନ୍ୟୁକୁ ଫେରିବ। ମେ' ୨୩ ଓ ୨୪ ତାରିଖରେ ଭାରତ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ଦୁଇଟି ମ୍ୟାଚ୍ ଖେଳିବ ଏବଂ ପରେ ଜୁନ୍ ୫ ଓ ୬ ତାରିଖରେ ଆର୍ଜେଣ୍ଟିନାକୁ ଭେଟି। ମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ହକି ଟିମ୍ ପ୍ରୋ ଲିଗ୍ ରାଉଣ୍ଡ-ରାଉଣ୍ଡରେ ତା'ର ଶେଷ ଦୁଇଟି ମୁକାବିଲାରେ ସ୍ପେନ୍ (ଜୁନ୍ ୧୩ ଓ ୧୪) ବିପକ୍ଷରେ ଖେଳିବ।

ଭାରତୀୟ ଟିମର କୋଚ୍ ଗ୍ରାହାମ୍ ରିଡ୍ ଏହି ଟୁର୍ଣ୍ଣାମେଣ୍ଟରେ ମିଳିବାକୁ ଥିବା ଚ୍ୟାଲେଞ୍ଜ ଉପରେ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି। ନେଦରଲ୍ୟାଣ୍ଡ୍ ଟିମର ପୂର୍ବତନ ସହକାରୀ କୋଚ୍ ରହିସାରିଥିବା ରିଡ୍ ଭଲଭାବେ ଜାଣିଛନ୍ତି ଯେ ସେମାନଙ୍କ ବିପକ୍ଷରେ କିପରି ପ୍ରଦର୍ଶନ କରିବାକୁ ପଡ଼ିବ। ନେଦରଲ୍ୟାଣ୍ଡ୍ ୨୦୧୮ ବିଶ୍ୱକପ୍ କ୍ୱାର୍ଟରଫାଇନାଲରେ ଭାରତକୁ ୨-୧ ଗୋଲରେ ହରାଇଥିଲା। ତେବେ ଏହା ପରେ ଦୁଇ ଟିମ୍ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମୁକାବିଲାରେ ଭାରତ ୪ଟି ଜିତିଥିବା ବେଳେ ଗୋଟିଏ ଡ୍ର' ରହିଛି।

ଟିମର ପ୍ରସ୍ତୁତିକୁ ନେଇ ରିଡ୍ କହିଛନ୍ତି, "ନୂଆବର୍ଷରେ ଆମକୁ ଦମଦାର ଆରମ୍ଭର ଆବଶ୍ୟକ ରହିଛି। ଆମେ ପ୍ରଥମ ତିନୋଟି ମ୍ୟାଚରେ ବିଶ୍ୱର ଶୀର୍ଷ ତିନି ଟିମକୁ ଭେଟିବୁ। ଆମକୁ ନିଜ ପ୍ରସ୍ତୁତିକୁ ସଠିକ୍ ଦିଶାରେ ଉପଯୋଗ କରିବାକୁ ପଡ଼ିବ। ଯଦି ଆମେ ଯୋଜନା ମୁତାବକ ପ୍ରଦର୍ଶନ କରୁ, ତାହେଲେ ନିଶ୍ଚିତ ସଫଳ ହେବୁ।" କଳିଙ୍ଗ ଷ୍ଟାଡିୟମ ଭାରତ ପାଇଁ ଫାଇଦାଯୋଗ୍ୟ ହେବ, କାରଣ ଏଠାରେ ଟିମ୍ ଏକାଧିକ ମ୍ୟାଚ୍ ଖେଳିବାର ଅଭିଜ୍ଞତା ରଖିଛି। ଏହି ମଇଦାନରେ ଭାରତ ଗତବର୍ଷ ନଭେମ୍ବରରେ ଏଫଆଇଏଚ୍ କ୍ୱାଲିଫାୟର୍ ମୁକାବିଲାରେ ରୁଷକୁ ୧୧-୩ ଗୋଲରେ ହରାଇ ଅଲିମ୍ପିକକୁ କ୍ୱାଲିଫାଏ କରିଥିଲା।

ଅନ୍ୟପକ୍ଷରେ ନେଦରଲ୍ୟାଣ୍ଡ୍ ଟିମର କୋଚ୍ ମ୍ୟାକ୍ସ କାଲଡାସ୍ କହିଛନ୍ତି, "ଭାରତ ବିପକ୍ଷ ଏହି ମ୍ୟାଚ୍ ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଭାରତକୁ ତା' ନିଜ ମାଟିରେ ହରାଇବା ନିଶ୍ଚିତ କଷ୍ଟସାଧ୍ୟ ହେବ, କିନ୍ତୁ ଆମକୁ ଭୁବନେଶ୍ୱରରେ ଖେଳିବାର ଖୁବ୍ ମଜା ଅଛି।" ଅଲିମ୍ପିକ୍ ଖେଳାଳିଙ୍କୁ ପରୀକ୍ଷଣ କରିବାର ଏହା ଭଲ ସୁଯୋଗ। ସୂଚନାଯୋଗ୍ୟ, ଭାରତ ତା'ର ଶକ୍ତିଶାଳୀ ଟିମକୁ ନେଇ ଖେଳିବ, ଯେଉଁଥିରେ ମିଡଫିଲ୍ଡର ଚିଙ୍ଗଲେସାନା ସିଂହ ଓ ସୁମିତ୍ ସାମିଲ୍ ଅଛନ୍ତି। ଦୁହେଁ ଆହତ କାରଣରୁ ଦୀର୍ଘଦିନ ଧରି ଟିମରୁ ବାହାରେ ଥିଲେ।

Related story