ଯୁବ ଚତୁଃରାଷ୍ଟ୍ରୀୟ ଦିନିକିଆ ସିରିଜ୍ ଜିତିଲା ଭାରତ

ଡର୍ବାନ୍‌: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ଅଣ୍ଡର-୧୯ ଟିମ୍ ଆଉ ଏକ ବଡ଼ ସଫଳତା ହାସଲ କରିଛି। ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପରେ ଚାରିଦେଶକୁ ନେଇ ଆୟୋଜିତ ଯୁବ ଚତୁଃରାଷ୍ଟ୍ରୀୟ ଦିନିକିଆ ସିରିଜ୍ ଟାଇଟଲ୍ ମଧ୍ୟ ଭାରତ ହାତେଇ ନେଇଛି। ଗୁରୁବାର ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ସିରିଜର ଫାଇନାଲରେ ଧ୍ରୁବ ଜୁରେଲଙ୍କ ଶତକ ଏବଂ ଅଥର୍ବ ଅଙ୍କୋଲେକରଙ୍କ ଘାତକ ବୋଲିଂ ବଳରେ ଭାରତ ଆୟୋଜକ ଦଳକୁ ୬୯ ରନରେ ହରାଇ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଛି। […]

india-u-19

india-u-19

Ranjit Kumar Jena
  • Published: Thursday, 09 January 2020
  • Updated: 09 January 2020, 09:04 PM IST

Sports

Latest News

ଡର୍ବାନ୍‌: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ଅଣ୍ଡର-୧୯ ଟିମ୍ ଆଉ ଏକ ବଡ଼ ସଫଳତା ହାସଲ କରିଛି। ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପରେ ଚାରିଦେଶକୁ ନେଇ ଆୟୋଜିତ ଯୁବ ଚତୁଃରାଷ୍ଟ୍ରୀୟ ଦିନିକିଆ ସିରିଜ୍ ଟାଇଟଲ୍ ମଧ୍ୟ ଭାରତ ହାତେଇ ନେଇଛି। ଗୁରୁବାର ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ସିରିଜର ଫାଇନାଲରେ ଧ୍ରୁବ ଜୁରେଲଙ୍କ ଶତକ ଏବଂ ଅଥର୍ବ ଅଙ୍କୋଲେକରଙ୍କ ଘାତକ ବୋଲିଂ ବଳରେ ଭାରତ ଆୟୋଜକ ଦଳକୁ ୬୯ ରନରେ ହରାଇ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଛି। ଅଣ୍ଡର୍‌-୧୯ ବିଶ୍ୱକପକୁ ଆଉ ୭ଦିନ ବାକି ଥିବା ବେଳେ ଏହି ବିଜୟ ଭାରତୀୟ ଟିମର ମନୋବଳ ନିଶ୍ଚୟ ବୃଦ୍ଧି କରାଇବ। ବିଶ୍ୱକପ୍ ଜାନୁଆରୀ ୧୭ ତାରିଖରୁ ଆରମ୍ଭ ହେବ।

ଗୁରୁବାର ଖେଳାଯାଇଥିବା ଟାଇଟଲ୍ ଲଢ଼େଇରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୫୯ ରନ୍ କରିଥିଲା। ଭାରତ ମାତ୍ର ୧୩ ରନ୍ ଭିତରେ ୩ ୱିକେଟ୍ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦୁଇ ଓପ୍ନର ଯଶସ୍ୱୀ ଜୈସୱାଲ୍ (୦), ଦିବ୍ୟାଂଶ ସାକ୍ସେନା (୬) ଓ କ୍ୟାପଟେନ୍ ପ୍ରିୟମ ଗର୍ଗ (୨) ଦୁଇଅଙ୍କ ଛୁଇଁପାରିନଥିଲେ। ତେବେ ତିଳକ ବର୍ମା ଓ ଶତକଧାରୀ ଜୁରେଲ୍ ଚମତ୍କାର ବ୍ୟାଟିଂ କରି ଚତୁର୍ଥ ୱିକେଟ୍ ପାଇଁ ୧୬୪ ରନର ଭାଗୀଦାରୀ କରିଥିଲେ।

ତିଳକ ୧୦୩ ବଲରେ ୭ ଚୌକା ଓ ୧ ଛକା ସହ ୭୦ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ଜୁରେଲ୍ ନିଜର ଶତକ ପୂରଣ କରିବା ମାତ୍ରକେ ପ୍ୟାଭିଲିୟନ୍ ଫେରିଯାଇଥିଲେ। ସେ ୧୦୧ (୧୧୫ ବଲ୍‌, ୮ ଚୌକା, ୨ ଛକା) ରନ୍ କରିଥିଲେ। ସିଦ୍ଦେଶ ବୀର୍ ଦ୍ରୁତ ଅପରାଜିତ ୪୮ (୩୭ ବଲ୍‌, ୩ ଚୌକା, ୨ ଛକା) ରନ୍ କରି ଭାରତକୁ ୨୫୯ ରନରେ ପହଞ୍ଚାଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଗେରାଲ୍ଡ କୋଏଜି ୧୯ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ।

୨୬୦ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ୪୩.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୧୯୦ ରନ୍ କରି ପରାସ୍ତ ହୋଇଥିଲା। ଦଳ ପକ୍ଷରୁ ଜ୍ୟାକ୍ ଲିଜ୍ ସର୍ବାଧିକ ୫୨ ରନ୍ କରିଥିବା ବେଳେ ଜୋନାଥନ୍ ବାର୍ଡ ୩୯, ଟିଆନ୍ ଭାନ୍ ଭୁରେନ୍ ୨୪ ଓ ଆଣ୍ଡ୍ର୍ୟୁର ଲୁ ୧୭ ରନ୍ କରି ଆଉଟ୍ ହୋଇଥିଲେ। ଭାରତର ସଫଳ ବୋଲର ଭାବେ ଅଥର୍ବ ୩୧ ରନ୍ ଦେଇ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରବି ବିଷ୍ଣୋଇ ୨ଟି, ଆକାଶ ସିଂ, ତିଳକ ବର୍ମା, ଯଶସ୍ୱୀ ଓ ବୀର୍ ଗୋଟିଏ ଲେଖାଏ ୱିକେଟ୍ ଅକ୍ତିଆର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos