ଆଉ କିଛି ସମୟ ପରେ ଫାଇନାଲ ପାଇଁ ଲଢ଼ିବେ ଭାରତ-ଆର୍ଜେଣ୍ଟିନା: ବର୍ଷା ସତ୍ତ୍ୱେ ଦର୍ଶକଙ୍କ ଉତ୍ସାହ କମିନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ କିଛି ସମୟପରେ କଳିଙ୍ଗ ଷ୍ଟାଡିୟମରେ ଆଜି ଫାଇନାଲ ଟିକଟ ପାଇଁ ଲଢେଇ ହେବ। ଆୟୋଜକ ଭାରତ ଏବଂ ୱାଲର୍ଡ ନମ୍ବର ୱାନ ତଥା ରିଓ ଅଲିମ୍ପିକ ଚାମ୍ପିୟନ ଆର୍ଜେଣ୍ଟିନା ମଧ୍ୟରେ ହେବ ଟକ୍କର। ଉଭୟ ଦଳ ଲିଗ ମ୍ୟାଚରେ ନୈରାଶ୍ୟ ଜନକ ପ୍ରଦର୍ଶନ କରିଥିଲେ। ଭାରତ ୩ଟି ଲିଗ ମ୍ୟାଚରେ ଗୋଟିଏ ଡ୍ର ଏବଂ ୨ଟିରେ ପରାଜୟର ଶିକାର ହୋଇଥିଲା। କିନ୍ତୁ ଦଳ କ୍ୱାର୍ଟର ଫାଇନାଲରେ ଭଲ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ […]

hockey-world-league-in-bhubaneswar_5fabda24-daaa-11e7-ad52-47d546f3ccd3

hockey-world-league-in-bhubaneswar_5fabda24-daaa-11e7-ad52-47d546f3ccd3

Rakesh Mallick
  • Published: Friday, 08 December 2017
  • Updated: 08 December 2017, 10:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ କିଛି ସମୟପରେ କଳିଙ୍ଗ ଷ୍ଟାଡିୟମରେ ଆଜି ଫାଇନାଲ ଟିକଟ ପାଇଁ ଲଢେଇ ହେବ। ଆୟୋଜକ ଭାରତ ଏବଂ ୱାଲର୍ଡ ନମ୍ବର ୱାନ ତଥା ରିଓ ଅଲିମ୍ପିକ ଚାମ୍ପିୟନ ଆର୍ଜେଣ୍ଟିନା ମଧ୍ୟରେ ହେବ ଟକ୍କର। ଉଭୟ ଦଳ ଲିଗ ମ୍ୟାଚରେ ନୈରାଶ୍ୟ ଜନକ ପ୍ରଦର୍ଶନ କରିଥିଲେ। ଭାରତ ୩ଟି ଲିଗ ମ୍ୟାଚରେ ଗୋଟିଏ ଡ୍ର ଏବଂ ୨ଟିରେ ପରାଜୟର ଶିକାର ହୋଇଥିଲା। କିନ୍ତୁ ଦଳ କ୍ୱାର୍ଟର ଫାଇନାଲରେ ଭଲ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଥିଲା। ଭାରତ ବେଲଜିୟମକୁ ହରାଇ ସେମିକୁ ଉନ୍ନୀତ ହୋଇଥିଲା। ସେହିପରି ଆର୍ଜେଣ୍ଟିନା ମଧ୍ୟ ୩ଟି ମ୍ୟାଚରେ ଗୋଟିଏ ଡ୍ର ଏବଂ ୨ଟିରେ ପରାଜୟ ହୋଇଥିଲା। କ୍ୱାର୍ଟର ଫାଇନାଲ ମ୍ୟାଚରେ ଇଂଲଣ୍ଡକୁ ୩-୨ ଗୋଲରେ ପରାସ୍ତ କରି  ସେମିଫାଇନାଲକୁ ପ୍ରବେଶ କରିଛି। ଭାରତକୁ ହୋମ ଗ୍ରାଉଣ୍ଡରେ ଟକ୍କର ଦେବା ପାଇଁ ଦଳ ନୂଆ ଷ୍ଟ୍ରେଟିଜି କରି ଗ୍ରାଉଣ୍ଡକୁ ଓହ୍ଲାଇବ ବୋଲି  ଆର୍ଜେଣ୍ଟିନା କହିଛି। ୨୦୧୪  କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯାଇଥିବା ଚାମ୍ପିୟନସ ଟ୍ରଫି ହକିରେ  ଆର୍ଜେଣ୍ଟିନା ଏବଂ ଭାରତ ମଧ୍ୟରେ ଏକ ଲିଗ ମ୍ୟାଚରେ ଖେଳାଯାଇଥିଲା। ସେଥିରେ  ଆର୍ଜେଣ୍ଟିନା ୪-୨ ଗୋଲରେ ଭାରତକୁ ହରାଇଥିଲା। ସେହିପରି ୨୦୧୪-୧୫ରେ ଖେଳାଯାଇଥିବା ଏକ ମ୍ୟଚ୍‌ରେ ମଧ୍ୟ ଆର୍ଜେଣ୍ଟିନା ୩-୦ ଗୋଲରେ ଭାରତକୁ ହରାଇଛି। ତେବେ ଆଜିର ମ୍ୟାଚରେ ପ୍ରତିଶୋଧ ଲକ୍ଷ୍ୟରେ ଓହ୍ଲାଇବ ଟିମ୍ ଇଣ୍ଡିଆ। ସେପଟେ ବର୍ଷ ସତ୍ତ୍ୱେ ବି କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ କମିନାହିଁ। ସକାଳୁ ସକାଳୁ ଟିକିଟେ କାଉଁଟରରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ଟିକେଟ୍‌ କାଉଣ୍ଟର ଖୋଲା ହେବାର ଅଳ୍ପ ସମୟ ମଧ୍ୟରେ ଟିକେଟ୍‌ ଶେଷ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos