ଦିଲ୍ଲୀରେ ମ୍ୟାଚ୍ ହେବା ନେଇ ସ୍ପଷ୍ଟ କଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ରବିବାର ନଭେମ୍ବର ୩ ତାରିଖରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହି ଟି-୨୦ ମ୍ୟାଚ୍ ପୂର୍ବରୁ ଦିଲ୍ଲୀରେ ବାୟୁ ପ୍ରଦୁଷଣ ସ୍ତରର ମାତ୍ରା ବଢ଼ିବାରେ ଲାଗିଛି, ଯାହାକି ବହୁତ କ୍ଷତିକାରକ। ରାଜଧାନୀରେ ଦୀପାବଳି ପରେ ବାୟ ଅଧିକ ପ୍ରଦୁଷିତ ହୋଇପଡ଼ିଛି। ତେବେ ମାରାତ୍ମକ ବାୟୁ ପ୍ରଦୁଷଣ ସତ୍ତ୍ୱେ ଦିଲ୍ଲୀ ଟି-୨୦ ମ୍ୟାଚ୍ ନିର୍ଦ୍ଧାରିତ ସମୟ ଅନୁସାରେ ଆୟୋଜିତ ହେବ। ବିସିସିଆଇର ଅଧ୍ୟକ୍ଷ […]

ganguly

Ranjit Kumar Jena
  • Published: Thursday, 31 October 2019
  • , Updated: 31 October 2019, 05:44 PM IST

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ରବିବାର ନଭେମ୍ବର ୩ ତାରିଖରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହି ଟି-୨୦ ମ୍ୟାଚ୍ ପୂର୍ବରୁ ଦିଲ୍ଲୀରେ ବାୟୁ ପ୍ରଦୁଷଣ ସ୍ତରର ମାତ୍ରା ବଢ଼ିବାରେ ଲାଗିଛି, ଯାହାକି ବହୁତ କ୍ଷତିକାରକ।

ରାଜଧାନୀରେ ଦୀପାବଳି ପରେ ବାୟ ଅଧିକ ପ୍ରଦୁଷିତ ହୋଇପଡ଼ିଛି। ତେବେ ମାରାତ୍ମକ ବାୟୁ ପ୍ରଦୁଷଣ ସତ୍ତ୍ୱେ ଦିଲ୍ଲୀ ଟି-୨୦ ମ୍ୟାଚ୍ ନିର୍ଦ୍ଧାରିତ ସମୟ ଅନୁସାରେ ଆୟୋଜିତ ହେବ। ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏ ନେଇ ସ୍ପଷ୍ଟ ମଧ୍ୟ କରିଛନ୍ତି। ଗାଙ୍ଗୁଲି କହିଛନ୍ତି, ଆମେ ପୂର୍ବ ନିର୍ଦ୍ଧାରିତ ଯୋଜନା ସହ ଆଗକୁ ବଢ଼ିବୁ। ତେଣୁ ଏଥିରେ କୌଣସି ପରିବର୍ତ୍ତନର ଆବଶ୍ୟକତା ନାହିଁ।

ଏହା ପୂର୍ବରୁ ଦିଲ୍ଲୀର ପ୍ରଦୁଷଣକୁ ନେଇ ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ନିଜ ମନ୍ତବ୍ୟ ଦେଇଥିଲେ। ଗମ୍ଭୀର କହିଥିଲେ, ଦିଲ୍ଲୀ ବାସିନ୍ଦାଙ୍କ ପାଇଁ କ୍ରିକେଟ୍ ମ୍ୟାଚ୍ ଆୟୋଜନ କରିବାଠାରୁ ବଡ଼ ସମସ୍ୟା ହେଉଛି ବାୟୁ ପ୍ରଦୁଷଣ। ପ୍ରଦୁଷଣର ଏହି ସ୍ତର ନା କେବଳ ଖେଳାଳିଙ୍କ ପାଇଁ ବରଂ ଜଣେ ସାଧାରଣ ଲୋକଙ୍କ ପାଇଁ ବହୁତ କ୍ଷତିକାରକ। ଏହା ତୁଳନାରେ ମ୍ୟାଚ୍ ବହୁତ ଛୋଟ କଥା। ତେଣୁ ଏଠାରେ ମ୍ୟାଚ୍ କରାଯିବା ଦରକାର କି ନାହିଁ, ତାହା ଦିଲ୍ଲୀ ବାସିନ୍ଦା ଭଲ ଭାବେ ଅବଗତ ଅଛନ୍ତି।

Related story