ଏହି ସମୟରେ ଆରମ୍ଭ ହେବ ଦିବାରାତ୍ର ଟେଷ୍ଟ

କୋଲକାତା: ଭାରତରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍ କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ କେତେବେଳେ ଆରମ୍ଭ ହେବ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ତେବେ ସ୍ଥାନୀୟ କ୍ୟୁରେଟର୍ ସୁଜନ ମୁଖାର୍ଜୀଙ୍କ କହିବା ଅନୁଯାୟୀ, “ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଜଲଦି ଆରମ୍ଭ ହେବା ନେଇ ଆଶା କରାଯାଉଛି। ଜଲଦି ଆରମ୍ଭ ହେବା ଦ୍ୱାରା ମ୍ୟାଚରେ ସେତେଟା କାକର ସମସ୍ୟା ଦେଖା ଦେବ ନାହିଁ।” ଭାରତ ଓ ବାଂଲାଦେଶ ମଧ୍ୟରେ ଦିବାରାତ୍ର ମ୍ୟାଚ୍ ନଭେମ୍ବର ୨୨ […]

eden

Ranjit Kumar Jena
  • Published: Wednesday, 30 October 2019
  • , Updated: 30 October 2019, 06:17 PM IST

କୋଲକାତା: ଭାରତରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍ କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ କେତେବେଳେ ଆରମ୍ଭ ହେବ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ତେବେ ସ୍ଥାନୀୟ କ୍ୟୁରେଟର୍ ସୁଜନ ମୁଖାର୍ଜୀଙ୍କ କହିବା ଅନୁଯାୟୀ, "ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଜଲଦି ଆରମ୍ଭ ହେବା ନେଇ ଆଶା କରାଯାଉଛି। ଜଲଦି ଆରମ୍ଭ ହେବା ଦ୍ୱାରା ମ୍ୟାଚରେ ସେତେଟା କାକର ସମସ୍ୟା ଦେଖା ଦେବ ନାହିଁ।" ଭାରତ ଓ ବାଂଲାଦେଶ ମଧ୍ୟରେ ଦିବାରାତ୍ର ମ୍ୟାଚ୍ ନଭେମ୍ବର ୨୨ ତାରିଖରେ ଖେଳାଯିବ। ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ମଙ୍ଗଳବାର ହିଁ ଭାରତ ବିପକ୍ଷରେ ଏହି ମ୍ୟାଚ୍ ଖେଳିବା ପାଇଁ ଗ୍ରୀନ୍ ସିଗନାଲ୍ ଦେଇଥିଲା।

ଅଭିଜ୍ଞ କ୍ୟୁରେଟର୍ ସୁଜନଙ୍କ ଅନୁଯାୟୀ, ଏହି ଐତିହାସିକ ଟେଷ୍ଟ ମ୍ୟାଚ୍ ଦିନ ୧ଟା ବେଳେ ଆରମ୍ଭ ହୋଇପାରେ। ତେବେ ଏଥିପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ସହମତି ଆବଶ୍ୟକ ରହିଛି। ଯେହେତୁ ମ୍ୟାଚ୍ ଜଲଦି ଆରମ୍ଭ ହେବ, ଏଥିପାଇଁ ଦିନର ଖେଳ ପ୍ରାୟ ରାତି ୮ଟାରୁ ସାଢ଼େ ୮ଟା ଭିତରେ ଶେଷ ହୋଇଯିବ। ପୂର୍ବରୁ କାକର ଯୋଗୁ ଇଡେନରେ ଅଧିକାଂଶ ଦିନିକିଆ ମ୍ୟାଚ୍ ପ୍ରଭାବିତ ହୋଇଛି। ତେଣୁ ମ୍ୟାଚକୁ ଜଲଦି ଆରମ୍ଭ କରାଗଲେ, ଉଭୟ ଦଳ ପାଇଁ ଭଲ ହେବ।

ସୁଜନ୍ ଆହୁରି କହିଛନ୍ତି, "ଆମ ପାଖରେ କାକରରୁ ବର୍ତ୍ତିବା ପାଇଁ ସ୍ପ୍ରେ ଏବଂ ଅନ୍ୟାନ୍ୟ ଉପକରଣ ମଧ୍ୟ ଉପଲବ୍ଧ ଅଛି। ତେଣୁ ଖେଳାଳିମାନଙ୍କୁ କୌଣସି ସମସ୍ୟା ହେବ ନାହିଁ।" ପିଚ୍ ସମ୍ବନ୍ଧରେ କ୍ୟୁରେଟର କହିଛନ୍ତି, "ଏଠାକାର ପିଚ୍ ପେସ୍ ବୋଲରଙ୍କୁ ସୁହାଇବ, କାରଣ ୨୦୧୬ରେ ଖେଳାଯାଇଥିବା ସିଏବି ସୁପର୍ ଲିଗର ଫାଇନାଲ ପିଙ୍କ୍ ବଲରେ ଖେଳାଯାଇଥିଲା ଏବଂ ଏଥିରେ ପେସ୍ ବୋଲରଙ୍କୁ ବହୁତ ସହାୟତା ମିଳିଥିଲା।"

Related story