କୋଲକାତା: ଟିମ୍ ଇଣ୍ଡିଆର ଓପ୍ନର ରୋହିତ୍ ଶର୍ମା ବ୍ୟାଟିଂ ସହ ଜବରଦସ୍ତ ଫିଲ୍ଡିଂ ମଧ୍ୟ କରନ୍ତି। ଏହାର ଏକ ଝଲକ ବାଂଲାଦେଶ ବିପକ୍ଷ ପିଙ୍କ୍ ବଲ୍ ଟେଷ୍ଟ ମ୍ୟାଚର ପ୍ରଥମ ଦିନସରେ ଦେଖିବାକୁ ମିଳିଛି। ରୋହିତ୍ ବାଂଲାଦେଶ ଟିମର କ୍ୟାପଟେନ୍ ମୋମିନୁଲ୍ ହକଙ୍କ ଆକର୍ଷଣୀୟ କ୍ୟାଚ୍ ଧରିଛନ୍ତି। ଉମେଶ ଯାଦବଙ୍କ ଦ୍ୱିତୀୟ ସ୍ପେଲର ପ୍ରଥମ ବଲରେ ରୋହିତ୍ ଦ୍ୱିତୀୟ ସ୍ଲିପରେ ଏହି କ୍ୟାଚ୍ ନେଇଥିଲେ। କ୍ୟାପଟେନ୍ ମୋମିନୁଲ୍ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ।
Stunner taken by Rohit 😍🔥 #RohitSharma #INDvBAN pic.twitter.com/FC2fCPZlaD
— ☺ (@PranayThuppari) November 22, 2019
ବାଂଲାଦେଶ ଇନିଂସର ଏକାଦଶ ଓଭରରେ ବୋଲିଂ କରୁଥିଲେ ଉମେଶ। ଏହି ସମୟରେ ରୋହିତ୍ ଦ୍ୱିତୀୟ ସ୍ଲିପରେ ଫିଲ୍ଡିଂ କରୁଥିଲେ। ଉମେଶଙ୍କ ପ୍ରଥମ ବଲ୍ ମୋମିନୁଲଙ୍କ ବ୍ୟାଟରେ ବାଜି ସିଧା ସ୍ଲିପକୁ ଯାଇଥିଲା, ଯେଉଁଠାରେ ରୋହିତ୍ ନିଜର ଡାହାଣ ପଡ଼କୁ ଡାଇଭ୍ ମାରି ଏହି କ୍ୟାଚଟି ନେଇଥିଲେ। ଏହି ଚମତ୍କାର କ୍ୟାଚ୍ ପରେ ଭାରତୀୟ ଖେଳାଳିମାନେ ରୋହିତଙ୍କୁ ବଧେଇ ଜଣାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ରାସ୍ତାରେ ଖେଳୁଥିଲା ଛୋଟ ଛୁଆ, ଚଢ଼ିଗଲା କ୍ୟାବ୍
ରାସ୍ତାରେ ଖେଳୁଥିଲା ଛୋଟ ଛୁଆ । ଏହି ସମୟରେ ଘଟିଲା ଅଘଟଣ। ଦ୍ରୁତ ଗତିରେ ଆସୁଥିବା ଏକ କ୍ୟାବ୍ ପିଲାଟି ଉପରେ ଚଢ଼ିଗଲା।
National
ଆଉ ନାହାନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ
ପିଭି ନରସିଂହ ରାଓଙ୍କ ସରକାରରେ ମନମୋହନ ସିଂହ ଦେଶର ଅର୍ଥମନ୍ତ୍ରୀ ଥିଲେ। ଏହି ସମୟରେ ଭାରତୀୟ ଅର୍ଥନୀତିରେ ସେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ। ଭାରତୀୟ ଅର୍ଥନୀତି ତାଙ୍କ ତୁଳୀରେ ନୂଆ ରୂପ ପାଇଥିଲା।
National
ବିଗିଡ଼ିଲା ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା, ଏମ୍ସରେ ହେଲେ ଭର୍ତ୍ତି
ଏବେ ସେଠାରେ ତାଙ୍କର ଚିକିତ୍ସା ସ୍ୱତନ୍ତ୍ର ଡାକ୍ତରୀ ଟିମ ପକ୍ଷରୁ କରାଯାଉଛି। କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
National
ଦରମା ଥିଲା ୧୩ ହଜାର, କିନ୍ତୁ ଠକି ନେଲା ୨୧ କୋଟି: ଗର୍ଲଫ୍ରେଣ୍ଡକୁ ଦେଇଥିଲା 4BHK ଫ୍ଲାଟ
ପୁଲିସ୍ କହିଛି ଯେ ଏହି ଟଙ୍କାରେ ୧.୨ କୋଟି ବଳରେ ଗୋଟିଏ BMW, ୧.୩ କୋଟି ଟଙ୍କାରେ ଗୋଟିଏ ଏସ୍ୟୁଭି ଓ ୩୨ ଲକ୍ଷ ଟଙ୍କା ବଳରେ ଗୋଟିଏ BMW ବାଇକ କିଣା ଯାଇଥିଲା।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।