ଦିଲ୍ଲୀରେ ଖେଳାଯିବ ଭାରତ-ବାଂଲା ଟି-୨୦ ମ୍ୟାଚ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ଖରାପ ପ୍ରଦୁଷଣ ପାଇଁ ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ମ୍ୟାଚ୍ ସ୍ଥାନାନ୍ତର ହେବା ନେଇ ଯେଉଁ ଆଶଙ୍କା ଦେଖା ଦେଇଥିଲା, ସେଥିରେ ଏବେ ବିରାମ ଲାଗିଛି। ଭାରତ ଓ ବାଂଲାଦେଶ ମଧ୍ୟରେ ସିରିଜର ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ରାଜଧାନୀ ଦିଲ୍ଲୀରେ ହିଁ ଖେଳାଯିବ ନେଇ ବିସିସିଆଇ ସ୍ପଷ୍ଟ କରିଛି। ବିସିସିଆଇ ପକ୍ଷରୁ କୁହାଯାଇଛି, ଆମେ ଦିଲ୍ଲୀ ପଲ୍ୟୁସନ୍ କଣ୍ଟ୍ରୋଲ୍ କମିଟିଠାରୁ ଅନୁମତି ନେଇସାରିଛୁ ଏବଂ […]

jaitley1

Ranjit Kumar Jena
  • Published: Monday, 28 October 2019
  • , Updated: 28 October 2019, 08:19 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ଖରାପ ପ୍ରଦୁଷଣ ପାଇଁ ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ମ୍ୟାଚ୍ ସ୍ଥାନାନ୍ତର ହେବା ନେଇ ଯେଉଁ ଆଶଙ୍କା ଦେଖା ଦେଇଥିଲା, ସେଥିରେ ଏବେ ବିରାମ ଲାଗିଛି। ଭାରତ ଓ ବାଂଲାଦେଶ ମଧ୍ୟରେ ସିରିଜର ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ରାଜଧାନୀ ଦିଲ୍ଲୀରେ ହିଁ ଖେଳାଯିବ ନେଇ ବିସିସିଆଇ ସ୍ପଷ୍ଟ କରିଛି।

ବିସିସିଆଇ ପକ୍ଷରୁ କୁହାଯାଇଛି, ଆମେ ଦିଲ୍ଲୀ ପଲ୍ୟୁସନ୍ କଣ୍ଟ୍ରୋଲ୍ କମିଟିଠାରୁ ଅନୁମତି ନେଇସାରିଛୁ ଏବଂ ସେମାନେ କହିଛନ୍ତି, "ନଭେମ୍ବର ୩ ତାରିଖରେ ଦିଲ୍ଲୀର ବାତାବରଣ ସଫା ରହିବ। ଏଥିପାଇଁ ସେମାନଙ୍କ ପରାମର୍ଶ ପରେ ମ୍ୟାଚ୍ ଦିଲ୍ଲୀରେ କରାଇବା ପାଇଁ ନିଷ୍ପତ୍ତି ନେଇଛୁ। ବର୍ତ୍ତମାନ ସବୁକିଛି ଫାଇନାଲ୍ ହୋଇସାରିଛି ଏବଂ ଆମକୁ ଲାଗୁନି ଯେ ଏଥିରେ କୌଣସି ପରିବର୍ତ୍ତନ ହେବ।"

ସିଷ୍ଟମ୍ ଅଫ୍ ଏୟାର କ୍ୱାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଙ୍ଗ୍ ଆଣ୍ଡ ରିସର୍ଚ୍ଚ (ସଫର୍‌) ଅନୁଯାୟୀ, ଦୀପାବଳିର ପରବର୍ତ୍ତୀ ଦିନ ଅର୍ଥାତ୍ ସୋମବାର ସକାଳେ ଦିଲ୍ଲୀର ବାୟୁସ୍ତର ବହୁତ ଖରାପ ହୋଇଛି। ୦ରୁ ୫୦ ମଧ୍ୟରେ ଏକ୍ୟୁଆଇ (ଏୟାର୍ କ୍ୱାଲିଟି ଇଣ୍ଡେକ୍ସ)କୁ ଭଲ କୁହାଯାଏ। ୫୧ରୁ ୧୦୦କୁ 'ସନ୍ତୋଷଜନକ', ୧୦୧ରୁ ୨୦୦ରୁ ପର୍ଯ୍ୟନ୍ତ 'ମଧ୍ୟମ', ୨୦୧ରୁ ୩୦୦ ପର୍ଯ୍ୟନ୍ତ 'ଖରାପ' ଏବଂ ୩୦୧ରୁ ୪୦୦ ପର୍ଯ୍ୟନ୍ତ 'ବହୁତ ଖରାପ' ଏବଂ ୫୦୦ରୁ ଉପରକୁ 'ମାରାତ୍ମକ' କୁହାଯିବ।

ଦୀପାବଳି ପରେ ଦିଲ୍ଲୀର ସବୁଠାରୁ ପ୍ରଦୁଷିତ ଅଞ୍ଚଳ ମଧ୍ୟରେ ଦିଲ୍ଲୀ ୟୁନିଭର୍ସିଟି (ନର୍ଥ କ୍ୟାମ୍ପସ୍‌), ପୁସା, ରୋହିନୀ-ପଞ୍ଜାବୀ ବାଗ୍‌, ୱାଜିରପୁର୍‌, ଜାହାଙ୍ଗିରପୁରୀ, ଡିଟିୟୁ ଏବଂ ବାୱାନା ସାମିଲ୍ ଅଛି। ଦିଲ୍ଲୀ ପାଇଁ ପ୍ରଦୁଷଣ ସର୍ବଦା ସମସ୍ୟାର କାରଣ ହୋଇଛି। ଡିସେମ୍ବର, ୨୦୧୭ରେ ଶ୍ରୀଲଙ୍କା ଖେଳାଳିଙ୍କୁ ପ୍ରଦୁଷଣ ପାଇଁ ଦିଲ୍ଲୀରେ ଟେଷ୍ଟ ମ୍ୟାଚରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏପରିକି ସେମାନେ ମାସ୍କ ପିନ୍ଧି ଫିଲ୍ଡିଂ କରିଥିଲେ।

Related story