ବିଶ୍ୱକପରେ ଭାରତକୁ ଥରେ ହରାଇଛି ବାଂଲାଦେଶ

ବିଶ୍ୱକପରେ ଭାରତ ଓ ବାଂଲାଦେଶ ମଧ୍ୟରେ ଏପର୍ଯ୍ୟନ୍ତ ତିନୋଟି ମୁକାବିଲା ଖେଳାଯାଇଛି। ଏଥିରୁ ଭାରତ ଦୁଇଟିରେ ଏବଂ ବାଂଲାଦେଶ ଗୋଟିଏ ବିଜୟ ହାସଲ କରିଛି। ବାଂଲାଦେଶ ୨୦୦୭ ବିଶ୍ୱକପରେ ଭାରତକୁ ହରାଇ ଧମାକା କରିଥିଲା। ଏହି ପରାଜୟ ଭାରତକୁ ବିଶ୍ୱକପରୁ ବାହାର କରିଦେଇଥିଲା। ତେବେ ୨୦୧୧ ଓ ୨୦୧୫ ବିଶ୍ୱକପରେ ଭାରତ ପଡୋଶୀ ଦେଶକୁ ସହଜରେ ହରାଇଥିଲା। ୨୦୦୭ରେ ୱେଷ୍ଟଇଣ୍ଡିଜରେ ଆୟୋଜିତ ବିଶ୍ୱକପ୍ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୯୧ ରନ୍ କରିବାକୁ ସକ୍ଷମ ହୋଇଥିଲା […]

ban

Hemant Lenka
  • Published: Monday, 01 July 2019
  • , Updated: 01 July 2019, 08:55 PM IST

ବିଶ୍ୱକପରେ ଭାରତ ଓ ବାଂଲାଦେଶ ମଧ୍ୟରେ ଏପର୍ଯ୍ୟନ୍ତ ତିନୋଟି ମୁକାବିଲା ଖେଳାଯାଇଛି। ଏଥିରୁ ଭାରତ ଦୁଇଟିରେ ଏବଂ ବାଂଲାଦେଶ ଗୋଟିଏ ବିଜୟ ହାସଲ କରିଛି। ବାଂଲାଦେଶ ୨୦୦୭ ବିଶ୍ୱକପରେ ଭାରତକୁ ହରାଇ ଧମାକା କରିଥିଲା। ଏହି ପରାଜୟ ଭାରତକୁ ବିଶ୍ୱକପରୁ ବାହାର କରିଦେଇଥିଲା। ତେବେ ୨୦୧୧ ଓ ୨୦୧୫ ବିଶ୍ୱକପରେ ଭାରତ ପଡୋଶୀ ଦେଶକୁ ସହଜରେ ହରାଇଥିଲା।

୨୦୦୭ରେ ୱେଷ୍ଟଇଣ୍ଡିଜରେ ଆୟୋଜିତ ବିଶ୍ୱକପ୍ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୯୧ ରନ୍ କରିବାକୁ ସକ୍ଷମ ହୋଇଥିଲା । ଜବାବରେ ବାଂଲାଦେଶ ୪୮.୩ ଓଭରରେ ୫ ୱିକେଟ୍ ହରାଇ ଏହି ଲକ୍ଷ୍ୟର ପିଛା କରି ନେଇଥିଲା। ଫଳରେ ବାଂଲାଦେଶ ଏହି ମ୍ୟାଚକୁ ୫ ୱିକେଟରେ ଜିତି ନେଇଥିଲା।

୨୦୧୧ରେ ହୋଇଥିବା ବିଶ୍ୱକପ୍ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୩୭୦ ରନର ବିଶାଳ ସ୍କୋର କରିଥିଲା। ଭାରତ ପକ୍ଷରୁ ବୀରେନ୍ଦ୍ର ସେହ୍ୱାଗ ଓ ବିରାଟ୍ କୋହଲି ଶତକ ମାରିଥିଲେ। ଜବାବରେ ବାଂଲାଦେଶ ୨୯୩ ରନ୍ କରିବାକୁ ସକ୍ଷମ ହୋଇଥିଲା।

୨୦୧୫ରେ ଭାରତ ପ୍ରଥମେ ବ୍ୟାଟିଂ କରି ୩୦୨ ରନ୍ କରିଥିଲା। ଭାରତ ପକ୍ଷରୁ ରୋହିତ୍ ଶର୍ମା ଶତକ ମାରିଥିଲେ। ଜବାବରେ ବାଂଲାଦେଶ ୧୯୩ ରନରେ ଅଲଆଉଟ୍ ହୋଇଯାଇଥିଲା।

ଭାରତର ଓଭରଅଲ୍ ରେକର୍ଡ ମଧ୍ୟ ବାଂଲାଦେଶ ବିପକ୍ଷରେ ବହୁ ଉନ୍ନତ।

ଭାରତ ଓ ବାଂଲାଦେଶ ମଧ୍ୟରେ ଏପର୍ଯ୍ୟନ୍ତ ୩୫ଟି ଦିନିକିଆ ଖେଳାଯାଇଛି। ଏଥିରୁ ଭାରତ ୨୯ଟିରେ ଏବଂ ବାଂଲାଦେଶ ମାତ୍ର ୫ଟି ମ୍ୟାଚ୍ ଜିତିପାରିଛି। ଗୋଟିଏ ମ୍ୟାଚ୍ ବିନା ଫଳାଫଳ ରହିଥିଲା। ତେଣୁ ଏହି ହିସାବରେ ଜୁଲାଇ ୨ ତାରିଖରେ ଏଜବାଷ୍ଟନରେ ହେବାକୁଥିବା ମ୍ୟାଚରେ ଭାରତର ପଲା ଭାରୀ ରହିବ।

Related story