ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ ପାଇଁ ଭାରତରେ ପହଞ୍ଚିଲା ନ୍ୟୁଜିଲାଣ୍ଡ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆ ବିପକ୍ଷରେ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ ଖେଳିବା ପାଇଁ ନ୍ୟୁଜିଲାଣ୍ଡ ଦଳ ଭାରତ ଗସ୍ତରେ ପହଞ୍ଚିଛି। ନ୍ୟୁଜିଲାଣ୍ଡ ଦଳ ଭାରତ ବିପକ୍ଷରେ ୩ଟି ଦିଦିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବ। ସିରିଜର ପ୍ରଥମ ମ୍ୟାଚ୍‌ ଆସନ୍ତା ୨୨ତାରିଖ ଦିନ ମୁମ୍ବାଇରେ ଖେଳାଯିବ। ସେହପରି ଟି-ଟ୍ୱେଣ୍ଟି ସିରିଜ ନଭେମ୍ବର ୧ରେ ଆରମ୍ଭ ହେବ। ୩ଟିକିଆ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ୍‌ ଦିଲ୍ଲୀ ଠାରେ ଖେଳାଯିବ। ନିକଟରେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ଏବେ ଟିମ୍ ଇଣ୍ଡିଆର ମନୋବଳ ଦୃଢ ଅଛି। ତେଣୁ ଘରୋଇ ମାଟିରେ ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜକୁ ଟିମ୍‌ ଇଣ୍ଡିଆ କବ୍‌ଜା କରିବାକୁ ଲକ୍ଷ୍ୟ ରଖିଛି।