ମୁରଲୀଧରନଙ୍କ ଏହି ରେକର୍ଡ ସମକକ୍ଷ ହେଲେ ଅଶ୍ୱିନ୍

ବିଶାଖାପାଟଣା: ଭାରତର ଶୀର୍ଷ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ରବିବାର ଟେଷ୍ଟ କ୍ରିକେଟରେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ସେ ନିଜର ୬୬ତମ ଟେଷ୍ଟ ମ୍ୟାଚରେ ୩୫୦ ୱିକେଟ୍ ପୂରଣ କରି ଶ୍ରୀଲଙ୍କାର ମହାନ୍ ସ୍ପିନର୍ ମୁଥିଆ ମୁରଲୀଧରନଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି। ସେ ଦକ୍ଷିଣ ଆଫ୍ରିକାର ଥ୍ୟୁନିସ୍ ଡି’ବ୍ରୁନଙ୍କୁ ଆଉଟ୍ କ୍ଲିନ୍ ବୋଲ୍ଡ କରି ଏହି ଉପଲବ୍ଧି ହାସଲ କରିଛନ୍ତି। ଅଶ୍ୱିନ୍ ଏବେ ଦ୍ରୁତ ୩୫୦ ୱିକେଟ୍ ନେବାରେ ମୁରଲୀଙ୍କ ସମକକ୍ଷ ହୋଇଛନ୍ତି। ଉଭୟ ବୋଲର […]

ashwin

ashwin

Ranjit Kumar Jena
  • Published: Sunday, 06 October 2019
  • Updated: 06 October 2019, 04:12 PM IST

Sports

Latest News

ବିଶାଖାପାଟଣା: ଭାରତର ଶୀର୍ଷ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ରବିବାର ଟେଷ୍ଟ କ୍ରିକେଟରେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ସେ ନିଜର ୬୬ତମ ଟେଷ୍ଟ ମ୍ୟାଚରେ ୩୫୦ ୱିକେଟ୍ ପୂରଣ କରି ଶ୍ରୀଲଙ୍କାର ମହାନ୍ ସ୍ପିନର୍ ମୁଥିଆ ମୁରଲୀଧରନଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି। ସେ ଦକ୍ଷିଣ ଆଫ୍ରିକାର ଥ୍ୟୁନିସ୍ ଡି'ବ୍ରୁନଙ୍କୁ ଆଉଟ୍ କ୍ଲିନ୍ ବୋଲ୍ଡ କରି ଏହି ଉପଲବ୍ଧି ହାସଲ କରିଛନ୍ତି।

ଅଶ୍ୱିନ୍ ଏବେ ଦ୍ରୁତ ୩୫୦ ୱିକେଟ୍ ନେବାରେ ମୁରଲୀଙ୍କ ସମକକ୍ଷ ହୋଇଛନ୍ତି। ଉଭୟ ବୋଲର ୬୬ଟି ଲେଖାଏ ଟେଷ୍ଟ ମ୍ୟାଚରେ ଏହି କୀର୍ତ୍ତିମାନ କରିଛନ୍ତି। କ୍ରିକେଟରୁ ଅବସର ନେଇସାରିଥିବା ମୁରଲୀ ଟେଷ୍ଟରେ ୮୦୦ ୱିକେଟ୍ ନେଇ ସବୁଠାରେ ଆଗରେ ରହିଛନ୍ତି।

ତେବେ ଏହି ମାମଲାରେ ଅଶ୍ୱିନ୍ ନ୍ୟୁଜିଲ୍ୟାଣ୍ଡର ରିଚାର୍ଡ ହାଡଲୀ ଓ ଦକ୍ଷିଣ ଆଫ୍ରିକାର ଡେଲ୍ ଷ୍ଟେନଙ୍କ ରେକର୍ଡ ଭାଙ୍ଗିଛନ୍ତ। ଉଭୟ ବୋଲର ୬୯ ଟେଷ୍ଟରେ ୩୫୦ ୱିକେଟ୍ ନେଇଥିଲେ। ଭାରତର ଅନୀଲ କୁମ୍ବଲେ ୭୭ ଟେଷ୍ଟରେ ୩୫୦ ୱିକେଟ୍ ହାସଲ କରିଥିଲେ। କୁମ୍ବଲେ ମଧ୍ୟ ଭାରତର ଏକ ନମ୍ବର ଟେଷ୍ଟ ବୋଲର ଭାବେ ୬୧୯ ୱିକେଟ୍ ନେଇଛନ୍ତି।

ସିନିୟର ଅଫ୍ ସ୍ପିନର ହରଭଜନ ସିଂହ ୮୩ ଟେଷ୍ଟରେ ୩୫୦ ୱିକେଟ୍ ନେଇଥିଲେ। ଏହା ପୂର୍ବରୁ ଅଶ୍ୱିନ୍ ଟେଷ୍ଟ କ୍ରିକେଟରେ ୨୧ଥର ଗୋଟିଏ ଇନିଂସରେ ୫ରୁ ଅଧିକ ୱିକେଟ୍ ନେଇ ଷ୍ଟେନଙ୍କୁ ପଛରେ ପକାଇଛନ୍ତି। ଟେଷ୍ଟରେ ସର୍ବାଧିକ ୫ରୁ ଅଧିକ ୱିକେଟ୍ ମୁରଲୀଧରନ (୪୫) ନେଇଥିବା ବେଳେ ତାଙ୍କ ପରକୁ ରଙ୍ଗନା ହେରାଥ (୨୬) ଓ କୁମ୍ବଲେ (୨୫) ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story