କୋହଲିଙ୍କ ପାଖରେ ରେକର୍ଡ କରିବାର ସୁଯୋଗ

ନୂଆଦିଲ୍ଲୀ: ବୁଧବାରଠାରୁ ଆରମ୍ଭ ହେବାକୁଥିବା ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ପାଖରେ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗ ଓ ରାହୁଲଙ୍କ ଡ୍ରାଭିଡଙ୍କ ସହ ଏଲିଟ୍ କ୍ଲବରେ ସାମିଲ୍ ହେବାର ସୁଯୋଗ ରହିଛି। ସଚିନ, ସେହ୍ୱାଗ ଓ ଡ୍ରାଭିଡ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟରେ ୧ହଜାରରୁ ଅଧିକ ରନ୍ କରିଛନ୍ତି। ଏବେ କୋହଲି ଏହି ମାଇଲଖୁଣ୍ଟରୁ ୨୪୨ ରନ୍ ପଛରେ ରହିଛନ୍ତି। କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ୯ ଟେଷ୍ଟ ଖେଳି […]

virat

Ranjit Kumar Jena
  • Published: Tuesday, 01 October 2019
  • , Updated: 01 October 2019, 05:54 PM IST

ନୂଆଦିଲ୍ଲୀ: ବୁଧବାରଠାରୁ ଆରମ୍ଭ ହେବାକୁଥିବା ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ପାଖରେ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗ ଓ ରାହୁଲଙ୍କ ଡ୍ରାଭିଡଙ୍କ ସହ ଏଲିଟ୍ କ୍ଲବରେ ସାମିଲ୍ ହେବାର ସୁଯୋଗ ରହିଛି। ସଚିନ, ସେହ୍ୱାଗ ଓ ଡ୍ରାଭିଡ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟରେ ୧ହଜାରରୁ ଅଧିକ ରନ୍ କରିଛନ୍ତି। ଏବେ କୋହଲି ଏହି ମାଇଲଖୁଣ୍ଟରୁ ୨୪୨ ରନ୍ ପଛରେ ରହିଛନ୍ତି।

କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ୯ ଟେଷ୍ଟ ଖେଳି ୧୬ ଇନିଂସରେ ୪୭.୩୭ ହାରରେ ୭୫୮ ରନ୍ କରିଛନ୍ତି, ଯେଉଁଥିରେ ୨ ଶତକ ଓ ୩ ଅର୍ଦ୍ଧଶତକ ସାମିଲ୍ ଅଛି। ଯଦି କୋହଲି ୨୪୨ ରନ୍ କରି ନିଅନ୍ତି, ତାହେଲେ ସେ ଚତୁର୍ଥ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧ହଜାରରୁ ଅଧିକ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହେବେ। କ୍ରିକେଟ୍ ଭଗବାନ ଭାବେ ପରିଚିତ ସଚିନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୫ ଟେଷ୍ଟ (୪୫ ଇନିଂସ୍) ଖେଳି ୪୨.୪୬ ହାରରେ ୭ ଶତକ ଓ ୫ ଅର୍ଦ୍ଧଶତକ ସହ ୧୭୪୧ ରନ୍ କରିଛନ୍ତି।

ସେହ୍ୱାଗ ୧୫ ଟେଷ୍ଟ (୨୬ ଇନିଂସ)ରେ ୫୦.୨୩ ହାରରେ ୫ ଶତକ ଓ ୨ ଅର୍ଦ୍ଧଶତକ ସହ ୧୩୦୬ ରନ୍, ଡ୍ରାଡିଡ୍ ୨୧ ଟେଷ୍ଟ (୪୦ ଇନିଂସ)ରେ ୩୩.୮୩ ହାରରେ ୨ ଶତକ ଓ ୫ ଅର୍ଦ୍ଧଶତକ ସହ ୧୨୫୨ ରନ୍ କରିଛନ୍ତି। ସେହିପରି ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଭିଭିଏସ୍ ଲକ୍ଷ୍ମଣ (୯୭୬ ରନ୍), ସୌରଭ ଗାଙ୍ଗୁଲି (୯୪୭ ରନ୍) ଓ ମହମ୍ମଦ ଆଝାରୁଦ୍ଦିନ (୭୭୯ ରନ୍) ଯଥାକ୍ରମେ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି।

Related story