ରାଗିଗଲେ କ୍ରିକେଟର୍‌ ଅଭିନବ ମୁକୁନ୍ଦ: କହିଲେ କେବଳ ଗୋରା ଲୋକଙ୍କୁ ସୁନ୍ଦର କହିବା ଭୁଲ

ନୂଆଦିଲ୍ଲୀ: ଚର୍ଚ୍ଚାରେ ଟିମ୍‌ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ଅଭିନବ ମୁକୁନ୍ଦ। କୌଣସି ବଡ଼ ସଫଳତା ନୁହେଁ ବରଂ ଏକ ବିବାଦୀୟ ଟ୍ୱିଟ୍‌କୁ ନେଇ ସେ ଆଲୋଚନାର ପରିସରକୁ ଆସିଛନ୍ତି। ଯେଉଁଥି ପାଇଁ ତାଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡ଼ିଛି।  ଅଭିନବ ମୁକୁନ୍ଦ ବର୍ଣ୍ଣ ବୈଷମ୍ୟକୁ ନେଇ ଏକ ଟ୍ୱିଟ୍‌ କରିଥିବା ବେଳେ ତାହା ଏବେ ଝଡ଼ ସୃଷ୍ଟି କରିଛି। କିଛିଦିନ ତଳେ ଅଭିନବ ଏକ ଟ୍ୱିଟ୍‌ କରିଥିଲେ। ଲେଖିଥିଲେ ‘don’t abuse colour of my skin, fair isn’t […]

sri-lanka

sri-lanka

Rakesh Mallick
  • Published: Thursday, 10 August 2017
  • Updated: 10 August 2017, 05:11 PM IST

Sports

Latest News

ନୂଆଦିଲ୍ଲୀ: ଚର୍ଚ୍ଚାରେ ଟିମ୍‌ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ଅଭିନବ ମୁକୁନ୍ଦ। କୌଣସି ବଡ଼ ସଫଳତା ନୁହେଁ ବରଂ ଏକ ବିବାଦୀୟ ଟ୍ୱିଟ୍‌କୁ ନେଇ ସେ ଆଲୋଚନାର ପରିସରକୁ ଆସିଛନ୍ତି। ଯେଉଁଥି ପାଇଁ ତାଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡ଼ିଛି।  ଅଭିନବ ମୁକୁନ୍ଦ ବର୍ଣ୍ଣ ବୈଷମ୍ୟକୁ ନେଇ ଏକ ଟ୍ୱିଟ୍‌ କରିଥିବା ବେଳେ ତାହା ଏବେ ଝଡ଼ ସୃଷ୍ଟି କରିଛି। କିଛିଦିନ ତଳେ ଅଭିନବ ଏକ ଟ୍ୱିଟ୍‌ କରିଥିଲେ। ଲେଖିଥିଲେ ‘don’t abuse colour of my skin, fair isn’t lovely’। ଏହାକୁ ନେଇ ବିବାଦ ଦେଖାଯିବା ପରେ ସ୍ପଷ୍ଟୀକରଣ ରଖିଥିଲେ।  ସେ କହିଛନ୍ତି ଏହି ଟ୍ୱିଟ୍‌ ସୋସିଆଲ ମିଡିଆରେ ତାଙ୍କ ସମାଲୋଚକଙ୍କ ପାଇଁ। ଅଭିନବ କହିଛନ୍ତି ଯେ ସେ ଦେଖିବାକୁ କଳା ହୋଇଥିବା ବେଳେ ସୋସିଆଲ ମିଡିଆରେ ଅନେକ ତାଙ୍କୁ  ଆକ୍ଷେପ କଲାଭଳି ଆପତ୍ତିଜନକ ମତ ପୋଷ୍ଟ କରିଥିଲେ। ତେଣୁ ଏହି ଟ୍ୱିଟ୍‌ ସେହି ସମାଲୋଚକଙ୍କ ପାଇ ଉର୍ଦ୍ଦିଷ୍ଟ ବୋଲି ସେ କହିଛନ୍ତି। ସେହିପରି ସେ ଆହୁରୀ ଏକ ଟ୍ୱିଟ୍ କରିଥିଲେ। ଲେଖିଥିଲେ “Fair isn’t the only lovely or handsome guys” । ଅର୍ଥାତ  କେହିଜଣେ ଗୋରା ହୋଇ ଗଲେ ତାଙ୍କୁ ସୁନ୍ଦର କୁହାଯିବନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos