ଅଭ୍ୟାସ ମ୍ୟାଚ୍: ରାହାଣେ ଓ ବିହାରୀଙ୍କ ଅର୍ଦ୍ଧଶତକ

କୁଲିଜ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ବୋର୍ଡ ସଭାପତି ଏକାଦଶ ମଧ୍ୟରେ ଚାଲିଥିବା ଅଭ୍ୟାସ ମ୍ୟାଚରେ ଭାରତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ତୃତୀୟ ଦିବସର ମଧ୍ୟାହ୍ନ ଭୋଜନ ସୁଦ୍ଧା ୫ ୱିକେଟ୍ ହରାଇ ୧୭୪ ରନ୍ କରିଛି। ଭାରତ ପକ୍ଷରୁ କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେ ୫୪ ଓ ହନୁମା ବିହାରୀ ୬୪ ରନ୍ କରି ଆଉଟ୍ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରିଷଭ ପନ୍ତ ୧୯, ରବୀନ୍ଦ୍ର ଜାଡେଜା ୯ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି। […]

rahane

rahane

Ranjit Kumar Jena
  • Published: Monday, 19 August 2019
  • Updated: 19 August 2019, 09:56 PM IST

Sports

Latest News

କୁଲିଜ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ବୋର୍ଡ ସଭାପତି ଏକାଦଶ ମଧ୍ୟରେ ଚାଲିଥିବା ଅଭ୍ୟାସ ମ୍ୟାଚରେ ଭାରତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ତୃତୀୟ ଦିବସର ମଧ୍ୟାହ୍ନ ଭୋଜନ ସୁଦ୍ଧା ୫ ୱିକେଟ୍ ହରାଇ ୧୭୪ ରନ୍ କରିଛି। ଭାରତ ପକ୍ଷରୁ କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେ ୫୪ ଓ ହନୁମା ବିହାରୀ ୬୪ ରନ୍ କରି ଆଉଟ୍ ହୋଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରିଷଭ ପନ୍ତ ୧୯, ରବୀନ୍ଦ୍ର ଜାଡେଜା ୯ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି। ତେବେ ଋଦ୍ଧିମାନ ସାହା ୬ ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ୫ ରନରେ ବ୍ୟାଟିଂ କରୁଛନ୍ତି। ଏଥିସହ ଭାରତ ୨୭୯ ରନରେ ଆଗୁଆ ଥିବା ବେଳେ ହାତରେ ଆଉ ୫ ୱିକେଟ୍ ବାକି ରହିଛି।

ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୫ ୱିକେଟ୍ ହରାଇ ୨୯୭ ରନ୍ କରି ପାଳି ଘୋଷଣା କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍ ବୋର୍ଡ ସଭାପତି ଏକାଦଶ ପ୍ରଥମ ଇନିଂସରେ ମାତ୍ର ୧୮୧ ରନରେ ଅଲଆଉଟ୍ ହୋଇଯାଇଥିଲା।

ୱେଷ୍ଟଇଣ୍ଡିଜ୍ ପକ୍ଷରୁ ହଜ୍ ସର୍ବାଧିକ ୫୧, ଜେହମାର୍ ହାମିଲଟନ୍ ୩୩, ଜୋନାଥନ୍ କାର୍ଟର୍ ୨୬, ଖାରୀ ପିଏରୀ ୧୭, ରୋଭମ୍ୟାନ୍ ପୋୱେଲ୍ ୧୬, ଡାରେନ୍ ବ୍ରାଭୋ ୧୧, ଜେରେମୀ ସୋଲୋଜାନୋ ୯, ଜେସନ୍ ମହମ୍ମଦ ୬ ଓ ବ୍ରେଣ୍ଡନ୍ କିଙ୍ଗ୍ ୪ ରନ୍ କରି ଆଉଟ୍ ହୋଇଥିଲେ। ଭାରତ ପକ୍ଷରୁ ଈଶାନ୍ତ ଶର୍ମା, ଉମେଶ ଯାଦବ ଓ କୁଲଦୀପ ଯାଦବ ୩ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos