ବାଂଲାଦେଶ ମ୍ୟାଚ୍‌ ପୂର୍ବରୁ କ’ଣ କହିଲେ ରୋହିତ

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ଆସନ୍ତାକାଲି ଠାରୁ ଟି-୨୦ ସିରିଜ୍‌ ଆରମ୍ଭ ହେବ। ହେଲେ ଏହାପୂର୍ବରୁ ଟିମ୍‌ ଇଣ୍ଡିଆର କାମଚଳା ଅଧିନାୟକ ରୋହିତ ଶର୍ମା ଦଳର ପ୍ରଦର୍ଶନକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି,“ଏବେ ଟିମ୍‌ ନିଜର ଟି-୨୦ ରାଙ୍କିଂରେ ସୁଧାର ଆଣିବାକୁ ଚେଷ୍ଟା କରିବ। ୨୦୨୦ ଟି-୨୦ ବିଶ୍ୱକପ ପୂର୍ବରୁ ଏହା ହିଁ ଆମର ମୂଳ ଲକ୍ଷ୍ୟ। ଆମେ ଉଭୟ ଚେଜ୍‌ ଓ ଟାର୍ଗେଟ ସେଟ୍‌ କରିବା ଉପରେ ଗୁରୁତ୍ୱ ଦେଉଛୁ। ମୋଟ […]

y

Hemant Lenka
  • Published: Saturday, 02 November 2019
  • , Updated: 02 November 2019, 05:09 PM IST

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ଆସନ୍ତାକାଲି ଠାରୁ ଟି-୨୦ ସିରିଜ୍‌ ଆରମ୍ଭ ହେବ। ହେଲେ ଏହାପୂର୍ବରୁ ଟିମ୍‌ ଇଣ୍ଡିଆର କାମଚଳା ଅଧିନାୟକ ରୋହିତ ଶର୍ମା ଦଳର ପ୍ରଦର୍ଶନକୁ ନେଇ ବଡ଼ ବୟାନ ଦେଇଛନ୍ତି।

ସେ କହିଛନ୍ତି,“ଏବେ ଟିମ୍‌ ନିଜର ଟି-୨୦ ରାଙ୍କିଂରେ ସୁଧାର ଆଣିବାକୁ ଚେଷ୍ଟା କରିବ। ୨୦୨୦ ଟି-୨୦ ବିଶ୍ୱକପ ପୂର୍ବରୁ ଏହା ହିଁ ଆମର ମୂଳ ଲକ୍ଷ୍ୟ। ଆମେ ଉଭୟ ଚେଜ୍‌ ଓ ଟାର୍ଗେଟ ସେଟ୍‌ କରିବା ଉପରେ ଗୁରୁତ୍ୱ ଦେଉଛୁ। ମୋଟ ଉପରେ ଦେଖିବାକୁ ଗଲେ ଆମ ଦଳ ଚେଜ୍‌ କରିବାରେ ସଫଳତା ହାସଲ କରିଛି।

ଏବେ ଆମେ ପ୍ରତିପକ୍ଷଙ୍କ ଆଗରେ ଟାର୍ଗେଟ ସେଟ୍‌ କରି ସେମାନଙ୍କୁ ଅଟକାଇବା ପାଇଁ ଫୋକସ କରିବୁ। ଦକ୍ଷିଣ ଆଫ୍ରିକା ବିପକ୍ଷ ବେଙ୍ଗାଲୁରୁ ଟି-୨୦ରେ ଆମେ ଜାଣିଶୁଣି ପ୍ରଥମେ ବ୍ୟାଟିଂ କରିଥିଲୁ। ଆମେ ଏକ ଟାର୍ଗେଟ ସେଟ୍‌ କରି ଏହାକୁ ଅଟକାଇବାକୁ ଚେଷ୍ଟା କରିଥିଲୁ।

ଆଗକୁ ବିଶ୍ୱକପ ଥିବାରୁ ଆମକୁ ଏବେ ଠାରୁ ଏସବୁ ପ୍ରସ୍ତୁତି କରିବାକୁ ପଡ଼ିବ। ତେବେ ଏସବୁ ଭିତରେ ଆମକୁ ସବୁ ମ୍ୟାଚ୍‌ ମଧ୍ୟ ଜିତିବାକୁ ପଡ଼ିବ। ନିକଟରେ ଶେଷ ହୋଇଥିବା ଟି-୨୦ ମ୍ୟାଚ୍‌ରେ ଆମେ ସେତେଟା ଭଲ ପ୍ରଦର୍ଶନ କରିପାରି ନାହୁଁ। ସେଥିପାଇଁ ଆଇସିସି ଟି-୨୦ ରାଙ୍କିଂର ୫ ନମ୍ବର ସ୍ଥାନରେ ରହିଛୁ। ଆମେ ୩ଟି ଯାକ ଫର୍ମାଟରେ ଏକ ନମ୍ବର ସ୍ଥାନରେ ରହିବାକୁ ଚେଷ୍ଟା ଜାରି ରଖିଛୁ।”

Related story