ଦିନିକିଆ ଓ ଟେଷ୍ଟ ପରେ ଏବେ ଟି-ଟ୍ୱେଣ୍ଟିରେ ଏକନମ୍ବର ହେବାକୁ ଭାରତର ଲକ୍ଷ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୩ ଟିକିଆ ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚ୍‌ ଆଜି ଗୌହାଟିରେ ଖେଳାଯିବ। ରାଞ୍ଚିରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ ଜିତି ଭାରତ ଚଳିତ ସିରିଜରେ ୧-୦ରେ ଅଗ୍ରଣୀ ଅଛି। ସେପଟେ ସିରିଜରେ ତିଷ୍ଟି ରହିବା ପାଇଁ ଆଜିର ମ୍ୟାଚ୍‌ ଅଷ୍ଟ୍ରେଲିଆ ପାଇଁ ଶେଷ ସୁଯୋଗ। ଆଜି ମ୍ୟାଚ୍‌ରେ ଜଦି ଅଷ୍ଟ୍ରେଲିଆ ହାରୁଛି ତେବେ ସିରିଜ ମଧ୍ୟ ହାତରୁ ଯିବ। ଅନ୍ୟପଟେ ଆଜିମ୍ୟାଚ୍‌ ଜିତି ଭାରତ ଦିନିକିଆ ପରେ […]

Rakesh Mallick
  • Published: Tuesday, 10 October 2017
  • Updated: 10 October 2017, 05:29 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୩ ଟିକିଆ ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚ୍‌ ଆଜି ଗୌହାଟିରେ ଖେଳାଯିବ। ରାଞ୍ଚିରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ ଜିତି ଭାରତ ଚଳିତ ସିରିଜରେ ୧-୦ରେ ଅଗ୍ରଣୀ ଅଛି। ସେପଟେ ସିରିଜରେ ତିଷ୍ଟି ରହିବା ପାଇଁ ଆଜିର ମ୍ୟାଚ୍‌ ଅଷ୍ଟ୍ରେଲିଆ ପାଇଁ ଶେଷ ସୁଯୋଗ। ଆଜି ମ୍ୟାଚ୍‌ରେ ଜଦି ଅଷ୍ଟ୍ରେଲିଆ ହାରୁଛି ତେବେ ସିରିଜ ମଧ୍ୟ ହାତରୁ ଯିବ। ଅନ୍ୟପଟେ ଆଜିମ୍ୟାଚ୍‌ ଜିତି ଭାରତ ଦିନିକିଆ ପରେ ଟି-ଟ୍ୱେଣ୍ଟି ସିରିଜକୁ ବି କବ୍‌ଜା କରିବାକୁ ଲକ୍ଷ୍ୟ ରଖିଛି।

ଭାରତ ବର୍ତ୍ତମାନ ଉଭୟ ଟେଷ୍ଟ ଓ ଦିନିକିଆରେ ଏକ ନମ୍ବର ଦଳ। ତେଣୁ ଟି-ଟ୍ୱେଣ୍ଟିରେ ବି ଏକ ନମ୍ବର ହୋଇ ୩ଟି ଫର୍ମାଟରେ ନମ୍ବର ୱାନ ହେବାକୁ ଲକ୍ଷ୍ୟ ରଖିଛି ଭାରତ। ଏଥିପାଇଁ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ସମସ୍ତ ମ୍ୟାଚ୍‌ ଜିତିବା ସହ ଆଗାମୀ ସିରିଜରେ ମଧ୍ୟ ଅକର୍ଷଣୀୟ ପ୍ରଦର୍ଶନ କରିବାକୁ ପଡିବ। ଯଦି ଭରାତ ଟି-ଟ୍ୱେଣ୍ଟିରେ ଆଇସିସି ମାନ୍ୟତାରେ ଏକ ନମ୍ବର ସ୍ଥାନରେ ପହଞ୍ଚୁଛି ତେବେ କ୍ରିକେଟ୍‌ ଇତିହାସରେ ପ୍ରଥମ ଥର ପାଇଁ ଭାରତ ୩ଟି ଫର୍ମାଟରେ ଏକ ନମ୍ବର ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos