ଆସନ୍ତାକାଲି ଜିମ୍ବାୱେ ବିପକ୍ଷ ଶେଷ ଟି-୨୦;ସିରିଜ ଜିତିବା ଲକ୍ଷ୍ୟରେ ଭାରତ

ହରାରେ:ଭାରତ-ଜିମ୍ବାୱେ ଟି-୨୦ ସିରିଜ ୧-୧ରେ ବରାବର ରହିଥିବା ବେଳେ ଆସନ୍ତାକାଲିର ମ୍ୟାଚ୍‌ ନିର୍ଣ୍ଣାୟକ ହେବ। ଏହି ମ୍ୟାଚ୍‌ ଆସନ୍ତାକାଲି ୪ଟା ୩୦ରେ ହାରାରେ ସ୍ପୋର୍ଟ୍ସ କ୍ଲବ୍‌ରେ ଖେଳାଯିବ। ଏଥିପାଇଁ ଦୁଇ ଦଳ ଦୀର୍ଘ ସମୟ ଧରି ହରାରେରେ ଅଭ୍ୟାସ କରିଛନ୍ତି। ଦୁଇ ଦେଶ ଏହି ମ୍ୟାଚ୍‌କୁ ଜିତିବାକୁ ପ୍ରୟାସ କରିବେ। ଉଭୟ ଦଳ ସ୍ୱତନ୍ତ୍ର ରଣନୀତି ନେଇ ପଡିଆକୁ ଓହ୍ଲେଇବେ। ଭାରତ ପ୍ରଥମ ଟି-୨୦ମ୍ୟାଚ୍‌ରେ ଜିମ୍ବାୱେଠାରୁ ୨ ରନ୍‌ ପରାଜିତ ହୋଇଥିବା ବେଳେ ଜିମ୍ବାୱେ ଦ୍ୱିତୀୟ ମ୍ୟାଚ୍‌ରେ […]

Indiasa-probable-15-member-squad-for-Zimbabwe-tour

Rakesh Mallick
  • Published: Tuesday, 21 June 2016
  • , Updated: 21 June 2016, 06:36 PM IST

ହରାରେ:ଭାରତ-ଜିମ୍ବାୱେ ଟି-୨୦ ସିରିଜ ୧-୧ରେ ବରାବର ରହିଥିବା ବେଳେ ଆସନ୍ତାକାଲିର ମ୍ୟାଚ୍‌ ନିର୍ଣ୍ଣାୟକ ହେବ। ଏହି ମ୍ୟାଚ୍‌ ଆସନ୍ତାକାଲି ୪ଟା ୩୦ରେ ହାରାରେ ସ୍ପୋର୍ଟ୍ସ କ୍ଲବ୍‌ରେ ଖେଳାଯିବ।

ଏଥିପାଇଁ ଦୁଇ ଦଳ ଦୀର୍ଘ ସମୟ ଧରି ହରାରେରେ ଅଭ୍ୟାସ କରିଛନ୍ତି। ଦୁଇ ଦେଶ ଏହି ମ୍ୟାଚ୍‌କୁ ଜିତିବାକୁ ପ୍ରୟାସ କରିବେ। ଉଭୟ ଦଳ ସ୍ୱତନ୍ତ୍ର ରଣନୀତି ନେଇ ପଡିଆକୁ ଓହ୍ଲେଇବେ।

ଭାରତ ପ୍ରଥମ ଟି-୨୦ମ୍ୟାଚ୍‌ରେ ଜିମ୍ବାୱେଠାରୁ ୨ ରନ୍‌ ପରାଜିତ ହୋଇଥିବା ବେଳେ ଜିମ୍ବାୱେ ଦ୍ୱିତୀୟ ମ୍ୟାଚ୍‌ରେ ଭାରତଠାରୁ ୧୦ ୱିକେଟରେ ପରାସ୍ତ ହୋଇଥିଲା।

ଭାରତୀୟ ଦଳ: ଏମ୍‌ଏସ୍‌ ଧୋନୀ (ଅଧିନାୟକ), କେଏଲ୍‌ ରାହୁଲ, ଫୈଜ ଫୈଜଲ, ମନଦୀପ ପାଣ୍ଡେ, କରୁଣ ନାୟାର, ଆମ୍ବାତୀ ରାୟୁଡୁ, ରିଷି ଧୱନ, ଅକ୍ଷର ପଟେଲ, ଜୟନ୍ତ ଯାଦବ୍‌, ଧୱଲ କୁଲକର୍ଣ୍ଣୀ, ଜସପ୍ରୀତ ବୁମ୍ରାହ, ବରିନ୍ଦର ଶ୍ରାନ୍‌, ମନଦୀପ ସିଂହ, କେଦାର ଯାଦବ, ଜୟଦେବ ଉନାଡକଟ୍‌ ଓ ଯଜୁବେନ୍ଦ୍ର ଚହଲ।

ଜିମ୍ବାୱେ ଦଳ: ଗ୍ରାଏମ୍‌ କ୍ରାଏମି(ଅଧିନାୟକ), ତଣ୍ଡାଇ ଛତାର, ଛାମୁ ଛିମ୍ବାମ୍ବା, ଏଲଟନ୍‌ ଚିଗୁମ୍ବୁରା, ତିଣ୍ଡାଇ ଛିଶୋରୋ, କ୍ରେଗ୍‌ ଆୟାରଭିନ୍‌, ନେଭିଲ୍‌ ମାଦ୍‌ଜିଭା, ଟିମିସେନ୍‌ ମୁରୁମା, ହାମିଲଟନ୍‌ ମାଶାକାଜାଦା, ୱିଲିଂଟନ୍‌ ମାଶାକାଜାଦା, ପିଟର ମୂର, ତାୱାନ୍ଦା ମୁପାରିୱା, ରିଚ୍‌ମୁନ୍ଦ ମୁଟୁମ୍ବାମି, ତୁରାଇ ମୁଜାରାବାନୀ, ଭୂଶି ଭିବାନ୍ଦା, ଶିନ୍ଦର ରାଜା, ଡୋନାଲ୍ଡୋ ତିରିପାନୋ ଓ ସିନ୍‌ ୱିଲିୟମସ୍।

Related story