ତୃତୀୟ ସ୍ଥାନ ପାଇଁ ପୁଣି ପଡ଼ିଆକୁ ଓହ୍ଲାଇବ ଭାରତ: ଦର୍ଶକଙ୍କ ଉତ୍ସାହ କମିନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହକି ବିଶ୍ୱ ଲିଗ୍ ଫାଇନାଲରେ ଆଜି ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ଶକ୍ତିଶାଳୀ ଜର୍ମାନୀ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ କଡ଼ା ଟକ୍କର। କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଏହି ଦୁଇ ଟିମ୍। ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ପାଇଁ ଦର୍ଶକଙ୍କ ମଧ୍ୟରେ ବି ରହିଛି ଅନେକ ଉତ୍ସାହ। ଆଜିର ମ୍ୟାଚରେ ବିଜୟୀ ଦଳ ଫାଇନାଲକୁ ଯିବ। ଯିଏ ହାରିବ, ସେ ତୃତୀୟ ସ୍ଥାନ ପାଇଁ ଭାରତ ସହିତ ପରବର୍ତ୍ତୀ ମ୍ୟାଚ ଖେଳିବ। ଆଜି ସଂଧ୍ୟା […]

hwl-647_120117101551

hwl-647_120117101551

Rakesh Mallick
  • Published: Saturday, 09 December 2017
  • Updated: 09 December 2017, 05:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହକି ବିଶ୍ୱ ଲିଗ୍ ଫାଇନାଲରେ ଆଜି ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ଶକ୍ତିଶାଳୀ ଜର୍ମାନୀ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ କଡ଼ା ଟକ୍କର। କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଏହି ଦୁଇ ଟିମ୍। ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ପାଇଁ ଦର୍ଶକଙ୍କ ମଧ୍ୟରେ ବି ରହିଛି ଅନେକ ଉତ୍ସାହ। ଆଜିର ମ୍ୟାଚରେ ବିଜୟୀ ଦଳ ଫାଇନାଲକୁ ଯିବ। ଯିଏ ହାରିବ, ସେ ତୃତୀୟ ସ୍ଥାନ ପାଇଁ ଭାରତ ସହିତ ପରବର୍ତ୍ତୀ ମ୍ୟାଚ ଖେଳିବ। ଆଜି ସଂଧ୍ୟା ସାଢ଼େ ସାତଟାରେ ହେବ ଦ୍ୱିତୀୟ ସେମିଫାଇନାଲ। ଯଦିଓ ଭାରତ ଫାଇନାଲରେ ପହଞ୍ଚିପାରିନାହିଁ ତଥାବି ଆସନ୍ତା କାଲି ଭାରତ ତୃତୀୟ ସ୍ଥାନ ପାଇଁ ଖେଳିବ। ଏହି ମ୍ୟାଚ୍‌ ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ କମିନାହିଁ। ଏଥିପାଇଁ ସମସ୍ତ ଟିକେଟ୍ ବିକ୍ରି ହୋଇସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos