IPL ପାଇଁ ବିଶ୍ୱକପ ସୂଚୀରେ ପରିବର୍ତ୍ତନ: ଜାଣନ୍ତୁ ଭାରତର ପ୍ରଥମ ମ୍ୟାଚ୍‌ କେବେ‍ ଓ କାହା ସହ

୨୦୧୯ କ୍ରିକେଟ ବିଶ୍ୱକପରେ ଭାରତର ଅଭିଯାନ ଜୁନ ୫ ତାରିଖ ଠାରୁ ଆରମ୍ଭ ହେବ। ଭାରତ ତାର ପ୍ରଥମ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ। ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭାରତ ୧୬ ଜୁନରେ ଭେଟିବ। ୨୦୧୯ ବିଶ୍ୱକପ ମେ ମାସ ୩୦ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡରେ ଖେଳାଯିବ। ରିପୋର୍ଟ ଅନୁସାରେ ଆଇପିଏଲ କାରଣରୁ ଭାରତର ବିଶ୍ୱକପ ସୂଚୀରେ ପରିବର୍ତ୍ତନ କରାଯାଇଛି। ଲୋଧା କମିଟି ସୁପାରିସ ଅନୁସାରେ ଆଇପିଏଲ […]

24_04_2018-team-india

Rakesh Mallick
  • Published: Tuesday, 24 April 2018
  • , Updated: 24 April 2018, 08:55 PM IST

୨୦୧୯ କ୍ରିକେଟ ବିଶ୍ୱକପରେ ଭାରତର ଅଭିଯାନ ଜୁନ ୫ ତାରିଖ ଠାରୁ ଆରମ୍ଭ ହେବ। ଭାରତ ତାର ପ୍ରଥମ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ। ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭାରତ ୧୬ ଜୁନରେ ଭେଟିବ। ୨୦୧୯ ବିଶ୍ୱକପ ମେ ମାସ ୩୦ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡରେ ଖେଳାଯିବ। ରିପୋର୍ଟ ଅନୁସାରେ ଆଇପିଏଲ କାରଣରୁ ଭାରତର ବିଶ୍ୱକପ ସୂଚୀରେ ପରିବର୍ତ୍ତନ କରାଯାଇଛି। ଲୋଧା କମିଟି ସୁପାରିସ ଅନୁସାରେ ଆଇପିଏଲ ଓ ଅନ୍ତରାଷ୍ଟ୍ରୀୟ  ମ୍ୟାଚ୍‌ ମଧ୍ୟରେ ୧୫ ଦିନର ଅନ୍ତର ରହିବା ଆବଶ୍ୟକ। ଫଳରେ ଆଇପିଏଲ ପାଇଁ ବିଶ୍ୱକପରେ ଭାରତର ପ୍ରଥମ ମ୍ୟାଚ୍‌କୁ ଜୁନ ୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

Related story