ସେମିରେ ଭାରତ: ରୋମାଞ୍ଚକ ମ୍ୟାଚରେ ମାଟି କାମୁଡ଼ିଲା ବେଲଜିୟମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ହକି ୱାର୍ଲଡ ଲିଗ୍ ସେମିଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ। ଆଜି ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ଗତଥରର ରନର୍ସ ଅପ ବେଲଜିୟମକୁ ହରାଇ ଭାରତ ସେମିରେ ପ୍ରବେଶ କରିଛି। କଳିଙ୍ଗ ଷ୍ଟାଡିୟମର ଖେଳାଯାଇଥିବା ସଘର୍ଷପୂର୍ଣ୍ଣ ମ୍ୟାଚରେ ବେଲଜିୟମକୁ ପେନାଲଟି ସୁଟ୍‌ ଆଉଟରେ ପରାସ୍ତ କରିଛି ଭାରତ ନିୟମିତ ସମୟରେ ମ୍ୟାଚ ୩-୩ରେ ବରାବର ରହିଥିଲା। ତେବେ ପେନାଲଟି ସୁଟ୍‌ ଆଉଟରେ ମଧ୍ୟ ଫଳାଫଳ ନିର୍ଣ୍ଣୟ ହୋଇପାରିନଥିଲା। ପରେ ସଡନ ଡେଥ୍‌ରେ ବେଲଜିୟମକୁ ମାତ୍ ଦେଇ […]

india-wine-in-hocky

india-wine-in-hocky

Rakesh Mallick
  • Published: Wednesday, 06 December 2017
  • Updated: 06 December 2017, 10:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ହକି ୱାର୍ଲଡ ଲିଗ୍ ସେମିଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ। ଆଜି ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ଗତଥରର ରନର୍ସ ଅପ ବେଲଜିୟମକୁ ହରାଇ ଭାରତ ସେମିରେ ପ୍ରବେଶ କରିଛି। କଳିଙ୍ଗ ଷ୍ଟାଡିୟମର ଖେଳାଯାଇଥିବା ସଘର୍ଷପୂର୍ଣ୍ଣ ମ୍ୟାଚରେ ବେଲଜିୟମକୁ ପେନାଲଟି ସୁଟ୍‌ ଆଉଟରେ ପରାସ୍ତ କରିଛି ଭାରତ ନିୟମିତ ସମୟରେ ମ୍ୟାଚ ୩-୩ରେ ବରାବର ରହିଥିଲା। ତେବେ ପେନାଲଟି ସୁଟ୍‌ ଆଉଟରେ ମଧ୍ୟ ଫଳାଫଳ ନିର୍ଣ୍ଣୟ ହୋଇପାରିନଥିଲା। ପରେ ସଡନ ଡେଥ୍‌ରେ ବେଲଜିୟମକୁ ମାତ୍ ଦେଇ ଭାରତ।

କ୍ୱାର୍ଟର ଫାଇନାଲ ମୁକାବିଲାରେ ଉଭୟ ଟିମ ପରସ୍ପରକୁ କଡା ଟକ୍କର ଦେଇଥିଲେ। ମ୍ୟାଚର ପ୍ରଥମ ଦୁଇଟି କ୍ୱାର୍ଟର ଗୋଲ ଶୂନ୍ୟ ରହିବା ପରେ ତୃତୀୟ କ୍ୱାର୍ଟର ଆରମ୍ଭରୁ ପ୍ରତିପକ୍ଷକୁ ଚକମା ଦେଇ ଗୋଲ ସ୍କୋର କରିଥିଲେ। ଗୁରୁଜନ୍ତ ସିଂ ଏହାର ୪ ମିନିଟ ପରେ ଏକ ପେନାଲଟି କର୍ଣ୍ଣରକୁ ଗୋଲରେ ରୂପାନ୍ତରିତ କରି ଟିମକୁ ଲିଡ୍ ଦେଇଥିଲେ। ହରମନପ୍ରୀତ ସିଂ ପୁଣି ୪ ମିନିଟ ପରେ ବେଲଜିୟମ ପେନାଲଟି କର୍ଣ୍ଣର ପାଇ ପ୍ରଥମ ଗୋଲ ସ୍କୋର କରିଥିଲା ଚତୁର୍ଥ କ୍ୱାର୍ଟରରେ ବେଲଜିୟମ ଡ୍ରାଗ ଫ୍ଲିକର ଲ୍ୟୁପାର୍ଟ ପୁଣି ଏକ ଗୋଲ ଦେଇ ମ୍ୟାଚ ବରାବରକୁ ଆଣିଥିଲେ। ୪୬ ମିନିଟରେ ରୂପିନ୍ଦରପାଲ ସିଂ ପୁଣି ଏକ ଗୋଲ ଦେଇ ଭାରତକୁ ୩-୨ରେ ଲିଡ ଦେଇଥିଲେ। ପରେ ବେଲଜିୟମ ପୁଣି ଗୋଲ କରି ସ୍କୋର ବରାବର କରିଥିଲା। ଲିଗ ପର୍ଯ୍ୟାୟରେ ଗୋଟିଏ ବି ମ୍ୟାଚ ଜିତିନଥିବା ଭାରତ ସେମିରେ ସ୍ଥାନ ପକା କରି ପୁଣି ଭାରତୀୟଙ୍କ ମନରେ ନୂତନ ଆଶା ସଞ୍ଚାର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos