ନାଗପୁର ଟେଷ୍ଟ: ଇନିଂସ ଓ ୨୩୯ ରନ୍‌ରେ ଶ୍ରୀଲଙ୍କାକୁ ହରାଇଲା ଭାରତ

ନାଗପୁର: ନାଗପୁର ଟେଷ୍ଟରେ ଟିମ୍ ଇଣ୍ଡିଆ ବୃହତ ବିଜୟ ହାସଲ କରିଛି। ଶ୍ରୀଲକଙ୍କୁ ଟିମ୍‌ ଇଣ୍ଡିଆ ଗୋଟିଏ ଇନିଂସ ଓ ୨୩୯ ରନରେ ପରାସ୍ତ କରିଛି। ଭାରତ ୪୦୫ ରନର ଟାର୍ଗେଟକୁ ପିଛା କରି ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ୧୬୬ ରନରେ ଅଲଆଉଟ ହୋଇଥିଲା। ଗତକାଲିର ଅସମାପ୍ତ ସ୍କୋର ଗୋଟିଏ ଓ୍ୱିକେଟରେ ୨୧ ରନରୁ ଖେଳ ଆରମ୍ଭ କରିଥିଲା ଶ୍ରୀଲଙ୍କା। ହେଲେ ଭାରତୀୟ ବୋଲିଂ ଆଗରେ ଧରାଶାୟୀ ହୋଇଯାଥିଲା ଶ୍ରୀଲଙ୍କାର ବ୍ୟାଟିଂ ଲାଇନ୍। ଅଧିନାୟକ ଚାନ୍ଦିମାଲ ଏକମାତ୍ର […]

india

india

Rakesh Mallick
  • Published: Monday, 27 November 2017
  • Updated: 27 November 2017, 02:44 PM IST

Sports

Latest News

ନାଗପୁର: ନାଗପୁର ଟେଷ୍ଟରେ ଟିମ୍ ଇଣ୍ଡିଆ ବୃହତ ବିଜୟ ହାସଲ କରିଛି। ଶ୍ରୀଲକଙ୍କୁ ଟିମ୍‌ ଇଣ୍ଡିଆ ଗୋଟିଏ ଇନିଂସ ଓ ୨୩୯ ରନରେ ପରାସ୍ତ କରିଛି। ଭାରତ ୪୦୫ ରନର ଟାର୍ଗେଟକୁ ପିଛା କରି ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ୧୬୬ ରନରେ ଅଲଆଉଟ ହୋଇଥିଲା।

ଗତକାଲିର ଅସମାପ୍ତ ସ୍କୋର ଗୋଟିଏ ଓ୍ୱିକେଟରେ ୨୧ ରନରୁ ଖେଳ ଆରମ୍ଭ କରିଥିଲା ଶ୍ରୀଲଙ୍କା। ହେଲେ ଭାରତୀୟ ବୋଲିଂ ଆଗରେ ଧରାଶାୟୀ ହୋଇଯାଥିଲା ଶ୍ରୀଲଙ୍କାର ବ୍ୟାଟିଂ ଲାଇନ୍। ଅଧିନାୟକ ଚାନ୍ଦିମାଲ ଏକମାତ୍ର ବ୍ୟାଟସମ୍ୟାନ୍ ଭାବେ ଅର୍ଦ୍ଧଶତକ ହାସଲ କରିବାକୁ ସକ୍ଷମ ହୋଇଥିଲେ। ଅଶ୍ୱିନଙ୍କୁ ସର୍ବାଧିକ ୪ଟି ଓ୍ୱିକେଟ ନେଇଥିଲେ। ଏହାସହ ଅଶ୍ୱିନ ୩୦୦ ଓ୍ୱିକେଟ କ୍ଲବରେ ସେ ସାମିଲ୍ ହୋଇଛନ୍ତି। ସେହିପରି ଇଶାନ୍ତ, ଜାଡେଜା ଓ ଉମେଶଙ୍କୁ ୨ଟି ଲେଖାଏଁ ଓ୍ୱିକେଟ ମିଳିଛି।

ଶ୍ରୀଲଙ୍କା ପ୍ରଥମ ଇନିଂସରେ ୨୦୫ ରନ୍ କରିଥିବା ବେଳେ ଭାରତ ୬ ଓ୍ୱିକେଟରେ ୬୧୦ ରନର ବିଶାଳ ସ୍କୋର କରି ପାଳି ଘୋଷଣା କରିଥିଲା। ଏହି ଇନିଂସ୍‌ରେ ଭାରତର ୪ ଜଣ ବ୍ୟାଟ୍ସମ୍ୟାନ ଶତକ ହାସଲ କରିଥିଲେ। ଏଥିରେ ଅଧିନାୟକ ବିରାଟ କୋହଲି ରେକର୍ଡ ବ୍ରେକିଂ ଦ୍ୱିଶତକ (୨୧୩ ରନ୍‌) ରହିଛି।

ଏହି ବିଜୟ ଫଳରେ ୩ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos