ମହିଳା ଟି-୨୦ ସିରିଜ୍ ପୋଛିନେଲା ଭାରତ

ପ୍ରୋଭିଡେନ୍ସ: ବେଦ କ୍ରିଷ୍ଣମୂର୍ତ୍ତି ଓ ଜେମିମା ରୋଡ୍ରିଗ୍ସଙ୍କ ଅର୍ଦ୍ଧଶତକ ସାଙ୍ଗକୁ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଭାରତୀୟ ମହିଳା ଟିମ୍ ପଞ୍ଚମ ଟି-୨୦ ମ୍ୟାଚରେ ଆୟୋଜକ ୱେଷ୍ଟଇଣ୍ଡିଜକୁ ୬୧ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୫-୦ରେ ପୋଛି ନେଇଛି। ଏହା ପୂର୍ବରୁ ଭାରତ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତି ନେଇଥିଲା । ଏଥିସହ ଭାରତର ୱେଷ୍ଟଇଣ୍ଡିଜ୍ ଗସ୍ତ ଶେଷ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଖେଳାଯାଇଥିବା […]

women-team

Ranjit Kumar Jena
  • Published: Thursday, 21 November 2019
  • , Updated: 21 November 2019, 06:24 PM IST

ପ୍ରୋଭିଡେନ୍ସ: ବେଦ କ୍ରିଷ୍ଣମୂର୍ତ୍ତି ଓ ଜେମିମା ରୋଡ୍ରିଗ୍ସଙ୍କ ଅର୍ଦ୍ଧଶତକ ସାଙ୍ଗକୁ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଭାରତୀୟ ମହିଳା ଟିମ୍ ପଞ୍ଚମ ଟି-୨୦ ମ୍ୟାଚରେ ଆୟୋଜକ ୱେଷ୍ଟଇଣ୍ଡିଜକୁ ୬୧ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୫-୦ରେ ପୋଛି ନେଇଛି। ଏହା ପୂର୍ବରୁ ଭାରତ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତି ନେଇଥିଲା । ଏଥିସହ ଭାରତର ୱେଷ୍ଟଇଣ୍ଡିଜ୍ ଗସ୍ତ ଶେଷ ହୋଇଛି।

ବୁଧବାର ବିଳମ୍ବିତ ରାତିରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୧୩୪ ରନ୍ କରିଥିଲା । ଭାରତ ୧୭ ରନ୍ ଭିତରେ ତା'ର ଦୁଇ ଓପ୍ନର ଶେଫାଳୀ ବର୍ମା (୯) ଓ ସ୍ମୃତି ମନ୍ଧାନା (୭)ଙ୍କୁ ହରାଇଥିଲା। ୧୫ ବର୍ଷୀୟ ଶେଫାଳୀଙ୍କୁ ହାଲେ ମାଥ୍ୟୁସ୍ କଟ୍ ଆଣ୍ଡ ବୋଲ୍ଡ କରିଥିଲେ। ନିୟମିତ କ୍ୟାପଟେନ୍ ହରମନପ୍ରୀତ୍ କୌରଙ୍କ ସ୍ଥାନରେ ଟିମର ନେତୃତ୍ୱ ନେଇଥିବା ମନ୍ଧାନାଙ୍କୁ ଅନିସା ମହମ୍ମଦ ପ୍ୟାଭିଲିୟନ୍ ପଠାଇଥିଲେ।

ଏହା ପରେ ରୋଡ୍ରିଗ୍ସ ଓ କ୍ରିଷ୍ଣମୂର୍ତ୍ତି ଦମଦାର ବ୍ୟାଟିଂ କରିଥିଲେ ଏବଂ ତୃତୀୟ ୱିକେଟ୍ ପାଇଁ ୧୧୭ ରନର ଶତକୀୟ ଭାଗୀଦାରୀ କରିଥିଲେ। ରୋଡ୍ରିଗ୍ସ ୫୬ ବଲରେ ୩ ଚୌକା ସହ ୫୦ ରନ୍ କରି ଆଲିୟା ଆଲେନଙ୍କ ବୋଲିଂରେ ଆଉଟ୍ ହୋଇଥିଲେ। କ୍ରିଷ୍ଣାମୂର୍ତ୍ତି ୪୮ ବଲରେ ୪ ଚୌକା ସହ ୫୭ ରନ୍ କରି ଅପରାଜିତ ରହିଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ମାଥ୍ୟୁସ୍‌, ମହମ୍ମଦ ଓ ଆଲେନ୍ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

୧୩୫ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ୱେଷ୍ଟଇଣ୍ଡିଜ୍ ୨୦ ଓଭରରେ ୭ ୱିକେଟ୍ ହରାଇ ୭୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ କାଇଶୋନା ନାଇଟ୍ (୨୨) ଓ ଶେମାଇନ୍ କ୍ୟାମ୍ପବେଲ୍ (୧୯*)ଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସଓମ୍ୟାନ୍ ଦୁଇଅଙ୍କ ଛୁଇଁପାରିନଥିଲେ। ନତାଶା ମ୍ୟାକଲିନ୍ ୯, ଚିନେଲ୍ ହେନରୀ, ମାଥ୍ୟୁସ୍ ୨, ଶେନେଟା ଗ୍ରିମଣ୍ଡ ୫ ଓ ଶାବିକା ଗଜନବି ୩ ରନ୍ କରିଥିଲେ। ଭାରତ ପକ୍ଷରୁ ଅନୁଜା ପାଟିଲ୍ ୩ ରନ୍ ଦେଇ ୨ଟି, ରାଧା ଯାଦବ, ପୁନମ ଯାଦବ, ପୂଜା ବସ୍ତ୍ରାକର ଓ ହର୍ଲୀନ୍ ଦେଓଲ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। ଅର୍ଦ୍ଧଶତକୀୟ ଇନିଂସ୍ ପାଇଁ କ୍ରିଷ୍ଣମୂର୍ତ୍ତିଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଏବଂ ସୁଷମା ବର୍ମାଙ୍କୁ ମ୍ୟାଚ୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ।

Related story