ପୁଅ ହାରିଲେ ଝିଅ ଜିତିଲେ: ମହିଳା ବିଶ୍ୱକପରେ ପାକିସ୍ତାନକୁ ହରାଇ ଚାମ୍ପିୟନ୍ସ ଟ୍ରଫିର ପ୍ରତିଶୋଧ ନେଲା ଭାରତ

ଭୁବନେଶ୍ୱର: ଭାରତୀୟ ମହିଳା କ୍ରିକେଟ୍‌ ଦଳର ବାଜିମାତ୍‌। ଇଂଲଣ୍ଡରେ ଅନୁଷ୍ଠିତ ଆଇସିସି ମହିଳା ବିଶ୍ୱକପର ଏକ ମ୍ୟାଚ୍‌ରେ ପାକିସ୍ତାନକୁ ୯୫ ରନରେ ପରାସ୍ତ କଲା ଭାରତ। ଏହି ବିଜୟ ସହ ଭାରତୀୟ ମହିଳା ଟିମ୍‌ ଲଗାତର ୩ଟି ମ୍ୟାଚ୍‌ ଜିତି ୬ ପଏଣ୍ଟ ସହ ପଏଣ୍ଟ ଟେବୁଲ୍‌ରେ ପ୍ରଥମସ୍ଥାନରେ ପହଞ୍ଚିଛି। । ଭାରତ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନକୁ ୧୭୦ ରନ୍‌ର ଟାର୍ଗେଟ୍‌ ଦେଇଥିଲା। ମାତ୍ର ପାକିସ୍ତାନ ୩୮.୧ ଓଭରରେ ୭୪ରନ କରିବାରେ ସାମର୍ଥ୍ୟ ହୋଇପାରିଥିଲା। ଚାମ୍ପିୟନ୍ସ […]

indiwinwomen

Rakesh Mallick
  • Published: Sunday, 02 July 2017
  • , Updated: 02 July 2017, 09:59 PM IST

ଭୁବନେଶ୍ୱର: ଭାରତୀୟ ମହିଳା କ୍ରିକେଟ୍‌ ଦଳର ବାଜିମାତ୍‌। ଇଂଲଣ୍ଡରେ ଅନୁଷ୍ଠିତ ଆଇସିସି ମହିଳା ବିଶ୍ୱକପର ଏକ ମ୍ୟାଚ୍‌ରେ ପାକିସ୍ତାନକୁ ୯୫ ରନରେ ପରାସ୍ତ କଲା ଭାରତ। ଏହି ବିଜୟ ସହ ଭାରତୀୟ ମହିଳା ଟିମ୍‌ ଲଗାତର ୩ଟି ମ୍ୟାଚ୍‌ ଜିତି ୬ ପଏଣ୍ଟ ସହ ପଏଣ୍ଟ ଟେବୁଲ୍‌ରେ ପ୍ରଥମସ୍ଥାନରେ ପହଞ୍ଚିଛି। । ଭାରତ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନକୁ ୧୭୦ ରନ୍‌ର ଟାର୍ଗେଟ୍‌ ଦେଇଥିଲା। ମାତ୍ର ପାକିସ୍ତାନ ୩୮.୧ ଓଭରରେ ୭୪ରନ କରିବାରେ ସାମର୍ଥ୍ୟ ହୋଇପାରିଥିଲା। ଚାମ୍ପିୟନ୍ସ ଟ୍ରଫି ଫାଇନାଲ୍‌ରେ ପାକିସ୍ତାନ ନିକଟରୁ ଭାରତ ପରାସ୍ତ ହୋଇଥିଲା ଯାହାର ପ୍ରତିଶୋଧ ଆଜି ଭାରତୀୟ ମହିଲା ଟିମ୍ ଏହି ବିଜୟ ସହ ନେଇପାରିଛି। ପାକିସ୍ତାନ ମହିଳା ଟିମ୍‌ ବିଶ୍ୱକପରେ ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍‌ ଖେଳି ୩ଟିରେ ପରାଜୟ କରିଛି।

Related story