ହାରାରେ ଦିନିକିଆ: ଜିମ୍ବାୱେକୁ ୯ ୱିକେଟ୍‌ରେ ହରାଇଲା ଭାରତ

ହାରାରେ: ଜିମ୍ବାୱେର ହାରାରେ ସ୍ପୋଟ୍ସ କ୍ଲବରେ ଖେଳାଯାଇଥିବା ଦିନିକିଆରେ ଭାରତୀୟ ବୋଲର ଓ ବ୍ୟାଟ୍ସମ୍ୟାନଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି। ଭାରତ ଆଜି ଜିମ୍ବାୱେକୁ ୯ ୱିକେଟରେ ପରାସ୍ତ କରିଛି। ଦଳ ୪୨.୩ ଓଭରରେ ଗୋଟିଏ ୱିକେଟ ହରାଇ ୧୭୩ ରନ୍‌ କରିଛନ୍ତି। କ୍ରୀଡା ଜୀବନର ପ୍ରଥମ ଦିନିକିଆରେ ଲୋକେଶ ରାଉଲ୍‌ ୧୧୫ ବଲରୁ ଅପରାଜିତ ୧୦୦ ରନ୍‌ ହାସଲ କରିଥିବା ବେଳେ ଆମ୍ଭାତି ରାୟିଡୁ ୧୨୦ ବଲରୁ ଅପରାଜିତ ୬୦ ରନ୍‌ କରି ଦଳକୁ ବିଜୟୀ କରାଇଛନ୍ତି। […]

lokesh and rayudu

lokesh and rayudu

Rakesh Mallick
  • Published: Saturday, 11 June 2016
  • Updated: 11 June 2016, 09:21 PM IST

Sports

Latest News

lokesh and rayuduହାରାରେ: ଜିମ୍ବାୱେର ହାରାରେ ସ୍ପୋଟ୍ସ କ୍ଲବରେ ଖେଳାଯାଇଥିବା ଦିନିକିଆରେ ଭାରତୀୟ ବୋଲର ଓ ବ୍ୟାଟ୍ସମ୍ୟାନଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି। ଭାରତ ଆଜି ଜିମ୍ବାୱେକୁ ୯ ୱିକେଟରେ ପରାସ୍ତ କରିଛି। ଦଳ ୪୨.୩ ଓଭରରେ ଗୋଟିଏ ୱିକେଟ ହରାଇ ୧୭୩ ରନ୍‌ କରିଛନ୍ତି।

କ୍ରୀଡା ଜୀବନର ପ୍ରଥମ ଦିନିକିଆରେ ଲୋକେଶ ରାଉଲ୍‌ ୧୧୫ ବଲରୁ ଅପରାଜିତ ୧୦୦ ରନ୍‌ ହାସଲ କରିଥିବା ବେଳେ ଆମ୍ଭାତି ରାୟିଡୁ ୧୨୦ ବଲରୁ ଅପରାଜିତ ୬୦ ରନ୍‌ କରି ଦଳକୁ ବିଜୟୀ କରାଇଛନ୍ତି। ଅନ୍ୟପକ୍ଷରେ ଜସ୍‌ପ୍ରିତ ବୁମ୍ରା ୪ଟି ୱିକେଟ ନେଇଛନ୍ତି।

ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତଠାରୁ ଆମନ୍ତ୍ରଣ ପାଇ ବ୍ୟାଟିଂ ଆରମ୍ଭ କରିଥିଲା ଜିମ୍ବାୱେ। ପାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଜିମ୍ବାୱେ ୪୯.୫ ଓଭରେ ସମସ୍ତ ୱିକେଟ ହରାଇ ୧୬୮ ରନ୍‌ କରିଥିଲା। ଦଳପକ୍ଷରୁ ସି.ଇର୍ଭାଇନ୍‌ ୨୧, ଶିକନ୍ଦର ରାଜା ୨୩ ଓ  ଇଲ୍‌ଟନ୍‌ ଚିଗୁମ୍ବୁରା ୪୧ ରନ୍‌ କରିଥିଲେ। ଭାରତ ପକ୍ଷରୁ ଜସ୍‌ପ୍ରୀତ ୪ଟି, ବରିନ୍ଦ୍ରର ଶ୍ରାନ୍‌ ଓ ଧବଲ କୁଲକର୍ଣ୍ଣୀ ୨ଟି ଲେଖାଏଁ, ଅକ୍ଷର ପଟେଲ ଓ ୱାଇ.ଚହଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଲୋକେଶଙ୍କ ଅପରାଜିତ ଶତକ ଯୋଗୁଁ ତାଙ୍କୁ ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌’ ପୁରସ୍କାର ପ୍ରଦାନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos